ସମସ୍ତେ ନୂଆ ବର୍ଷରେ ସକାରାତ୍ମକ ସଂକଳ୍ପ କରନ୍ତି। ଏହି ସଂକଳ୍ପରେ ଶ୍ରବଣ ଶକ୍ତିକୁ ସାମିଲ କରିବା ଖୁବ୍ ସହଜ। ଶ୍ରବଣ ଶକ୍ତିକୁ ବଜାୟ ରଖିବା ପାଇଁ କାନକୁ ସଫା ଓ ସୁସ୍ଥ ରଖିବା ଦିଗରେ ସହାୟକ କେତେକ ସଂକଳ୍ପ ବିଷୟରେ ଜାଣିବା।
ଶ୍ରବଣ ଯନ୍ତ୍ର ବଦଳାନ୍ତୁ
କିଛି ବର୍ଷରେ ଶ୍ରବଣ ଯନ୍ତ୍ରର ପ୍ରଯୁକ୍ତି ବହୁ ଅଗ୍ରଗତି କଲାଣି। ତେଣୁ ପୁରୁଣା ଶ୍ରବଣ ଯନ୍ତ୍ରକୁ ଏ ବର୍ଷ ବଦଳାନ୍ତୁ। ‘ଅଡିଜୋନ୍’ ପରି କ୍ଲିନିକ୍ରେ ମିଳୁଥିବା ଅତ୍ୟାଧୁନିକ ଶ୍ରବଣ ଯନ୍ତ୍ରରେ ବ୍ଲୁଟୁଥ ସଂଯୋଗ, ରିଚାର୍ଜ ସୁବିଧା, ଏଆଇ ନଏଜ୍ କ୍ୟାନ୍ସଲେସନ୍ ପରି ବୈଶିଷ୍ଟ୍ୟ ରହିଛି।
Neglected: ବିଧବାରୁ ବାର୍ଦ୍ଧକ୍ୟ ହେଲେଣି, ମିଳୁନି ସରକାରୀ ଭତ୍ତା
ତୀବ୍ର ଶବ୍ଦ ପ୍ରଦୂଷଣରୁ ବଞ୍ଚନ୍ତୁ
ଆଜିକାଲି ଶବ୍ଦ ପ୍ରଦୂଷଣ ଜୀବନର ଏକ ଅପରିହାର୍ଯ୍ୟ ଅଂଶ ହୋଇଯାଇଛି। ଏଥିରୁ ବର୍ତ୍ତିବା ଲାଗି ସଂକଳ୍ପ ନେଇପାରିବେ, ଯାହା କାନକୁ ଦୀର୍ଘସ୍ଥାୟୀ କ୍ଷତିରୁ ରକ୍ଷା କରିବ। କନ୍ସର୍ଟରେ ଯୋଗ ଦେବା ଓ ତୀବ୍ର ଶବ୍ଦ ସୃଷ୍ଟିକାରୀ ଯନ୍ତ୍ର ବ୍ୟବହାର ସମୟରେ କାନରେ ଇଅର୍ପ୍ଲଗ୍ ଲଗାନ୍ତୁ।
ସୁରକ୍ଷିତ ଶ୍ରବଣ ଅଭ୍ୟାସ
ଶ୍ରବଣର ‘୬୦/୬୦ ନିୟମ’ ଅନୁସରଣ କରିବାର ସଂକଳ୍ପ କରନ୍ତୁ। ଏହି ନିୟମ ଅନୁସାରେ ୬୦ ମିନିଟ୍ରୁ ଅଧିକ ଲଗାତାର କୌଣସି ଧ୍ବନି ଶୁଣନ୍ତୁ ନାହିଁ ଏବଂ ଭଲ୍ୟୁମ୍କୁ ୬୦%ରୁ କମ୍ ରଖନ୍ତୁ। କାନକୁ ପର୍ଯ୍ୟାପ୍ତ ବିଶ୍ରାମ ଦେବା ପାଇଁ ଅଧିକ ଶବ୍ଦ ହେଉଥିବା ସ୍ଥାନରୁ ବାହାରି ଘଣ୍ଟାକୁ ଅନ୍ୟୂନ ୧୦ ମିନିଟ୍ ଶାନ୍ତ ପରିବେଶରେ କାଟନ୍ତୁ।
Paddy: ଟୋକନ୍ ଥାଇ ଉଠୁନି ଧାନ, ଚାଷୀ ନିରାଶ
କାନରେ କାଠି ପୂରାନ୍ତୁ ନାହିଁ
କାନରୁ ଗଇ କାଢ଼ିବା ପାଇଁ ସୁରକ୍ଷିତ ଡାକ୍ତରୀ ଉପାୟ ଅଛି। ପ୍ରତିଜ୍ଞା କରନ୍ତୁ ଯେ କାନରେ କଟନ୍ ସ୍ବାବ୍, ଦିଆସିଲି କାଠି, ସେଫ୍ଟି ପିନ୍ ଆଦି ପୂରାଇବେ ନାହିଁ।
ଶ୍ରବଣ ଶକ୍ତି ପରୀକ୍ଷା ନେଇ ସଚେତନତା
ବର୍ଷକୁ ଥରେ ନିଜର ଶ୍ରବଣ ଶକ୍ତି ପରୀକ୍ଷା କରାଇବା ସହିତ ବନ୍ଧୁପରିଜନଙ୍କୁ ମଧ୍ୟ କାନ ପରୀକ୍ଷା କରାଇବା ପାଇଁ ପ୍ରୋତ୍ସାହିତ କରନ୍ତୁ। ଶ୍ରବଣ ସମସ୍ୟା ଲକ୍ଷ୍ୟ କଲା ମାତ୍ରେ ଅଡିଓଲୋଜିଷ୍ଟଙ୍କୁ ଦେଖାଇବା ଖୁବ୍ ଗୁରୁତ୍ବପୂର୍ଣ୍ଣ। କାରଣ ପ୍ରତିଷେଧକ ଚିକିତ୍ସା ଠାରୁ ଶ୍ରେୟସ୍କର।
ଏଥିସହିତ ଶ୍ରବଣ ଶକ୍ତିକୁ ପ୍ରଭାବିତ କରୁଥିବା ଧୂମପାନ ଅଭ୍ୟାସ ଛାଡ଼ିବା, ଇଅର୍ଫୋନ୍ ବ୍ୟବହାର କମାଇବା ଗୋଟିଏ ଗୋଟିଏ ଲାଭଦାୟକ ସଂକଳ୍ପ।
- ଅଡିଜୋନ୍ ସ୍ପିଚ୍ ଆଣ୍ଡ୍ ହିଅରିଂ କ୍ଲିନିକ୍, ଭୁବନେଶ୍ବର
Follow Us