Healthline
ରସୁଣ ଏକ ଏପରି ପ୍ରକାରର ମସଲା ସାମଗ୍ରୀ ପ୍ରାୟତଃ ସବୁ ଭାରତୀୟଙ୍କ ରୋଷେଇ ଘରେ ଦେଖିବାକୁ ମିଳେ। ଅଧାରୁ ଅଧିକାଂଶ ଭାରତୀୟ ସେମାନଙ୍କ ରୋଷେଇରେ ରସୁଣ ବ୍ୟବହାର କରିଥାନ୍ତି। କେବଳ ଭାରତ ନୁହେଁ, ଏହାର ଚାହିଦା ବିଶ୍ବର ଅଧିକାଂଶ ଅଞ୍ଚଳରେ ରହିଛି। ଏହାର ବାସ୍ନା ଓ ସ୍ବାଦ ହେତୁ ରସୁଣକୁ ଅନେକ ଲୋକ ମସଲାରେ ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି। କେବଳ ସ୍ବାଦ ନୁହେଁ, ଏଥିରେ ଅନେକ ଉପକାରୀ ଗୁଣ ମଧ୍ୟ ରହିଛି।
: ରସୁଣକୁ କାଟିଲେ କିମ୍ବା ଛେଚିଲେ ସେଥିରୁ ବାହାରୁଥିବା ସଲ୍ଫର୍ ଶରୀର ପାଇଁ ଖୁବ୍ ଭଲ ହୋଇଥାଏ ବୋଲି ନିକଟରେ ଗବେଷକମାନେ କହିଥିବାର ଦେଖିବାକୁ ମିଳିଛି। ସଲ୍ଫର ଓଜନ ପ୍ରକ୍ରିୟାକୁ ସୁସ୍ଥ ରଖିଥାଏ ବୋଲି ଜାଣିବାକୁ ମିଳିଛି।
: ରସୁଣରେ କମ୍ କ୍ୟାଲୋରି ଥିବା ବେଳେ ଭିଟାମିନ୍ ଭରପୂର ପିମାଣର ରହିଛି, ଯାହାକି ଶରୀର ପାଇଁ ଖୁବ୍ ଭଲ ହୋଇଥାଏ।
Medical News Today
: ଏଥିରେ ମ୍ୟାଗ୍ନେସିୟମ୍, ଭିଟାମିନ୍ ବି୬, ଭିଟାମିନ୍ସି, ସିଲେନିୟମ୍ ଓ ଫାଇବର୍ ଆଦି ରହିଛି, ଯେଉଁ ସବୁକୁ ଆପଣଙ୍କ ଶରୀର ପାଇଁ ନିହାତି ଆବଶ୍ୟକ।
: ତଣ୍ଡା, କାଶ ଓ କଫ ଆଦି ପାଇଁ ରସୁଣ ଔଷଧ ପରି କାମ କରିଥାଏ। ଆପଣଙ୍କର ଯଦି ଥଣ୍ଡା ଶରୀର ତେବେ ଆପଣ ଦୈନିକ ରସୁଣ ଖାଆନ୍ତୁ।
: ଏହାକୁ ଖାଇବା ଦ୍ବାରା ଭୋକ ବଢ଼ିବା ସହ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।
: ରସୁଣରେ ଥିବା ଆକ୍ଟିଭ୍ କମ୍ପାଉଣ୍ଡ୍ ରକ୍ତଚାପ କମ୍ କରିଥାଏ। କେବଳ ସେତିକି ଏହାକୁ ଖାଇଲେ ହୃଦ୍ରୋଗ ହେବାର ବି ଖୁବ୍ କମ୍ ସମ୍ଭାବନା ରହିଛି।
Follow Us