କଖାରୁ ଖାଇଲେ ଓଜନ କମେ, ଆହୁରି ରହିଛି ଅନେକ ଫାଇଦା

Advertisment
କଖାରୁ ଖାଇଲେ ଓଜନ କମେ, ଆହୁରି ରହିଛି ଅନେକ ଫାଇଦା

ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ କଖାରୁ ରହିବା ଏକ ସାଧାରଣ କଥା। ଡାଲ୍‌ମା, ଭଜା, ଘାଣ୍ଟରୁ ନେଇ ଆହୁରି ଅନେକ ତରକାରୀ କରିବା ପାଇଁ ଗୃହିଣୀମାନେ କଖାରୁକୁ ଖୋଜିଥାନ୍ତି। କଖାରୁ ହେଉଛି ଏକ ଏପରି ପରିବା ଯାହା ଉଭୟ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଉପକାରୀ। କେବଳ ଭାରତ ନୁହେଁ, ଆମେରିକା, ଚୀନ, କାନ୍ନଡା ଏବଂ ମେକ୍ସିକୋ ଆଦିରେ ମଧ୍ୟ କଖାରୁର ଚାହିଦା ରହିଛି। କଖାରୁ ଖାଇବାର ସବୁଠାରୁ ବଡ଼ ଲାଭ ହେଉଛି ଏହା ଓଜନ ହ୍ରାସ ଘଟାଇଥାଏ। କଖାରୁରେ ସୋଡିୟମ୍‌, କୋଲେଷ୍ଟ୍ରଲ୍‌ ଏବଂ ଫ୍ୟାଟ୍‌ ଆଦି ଭାଗ କମ୍‌ ରହିଛି।

କଖାରୁରେ କ୍ୟାଲୋରି ପରିମାଣ ଖୁବ୍‌ କମ୍‌ ରହିଛି। ୧୦୦ ଗ୍ରାମ୍‌ କଖାରୁରେ ମାତ୍ର ୨୬ କ୍ୟାଲୋରି ରହିଛି। ସେହିପରି ୧୦୦ ଗ୍ରାମ୍‌ କଖାରୁରେ ମାତ୍ର ୦.୫ ଗ୍ରାମ୍‌ ଫାଇବର୍‌ ରହିଛି। ପ୍ରତ୍ୟେକ କପ୍‌ କଖାରୁରେ ୩ ଗ୍ରାମ୍‌ ଫାଇବର୍‌ ଏବଂ ୪୯ କ୍ୟାଲୋରି ରହିଛି।

publive-image

କଖାରୁ ଖାଇବା ଦ୍ୱାରା ହଜମ ମଧ୍ୟ ଉତ୍ତମ ହୋଇଥାଏ। ଯଦି ଆପଣଙ୍କୁ ଭୋକ ଲାଗୁନାହିଁ ତେବେ କଖାରୁ ନିଶ୍ଚୟ ଖାଆନ୍ତୁ। କଖାରୁ ଶରୀରରେ ଇମ୍ୟୁନିଟି ଶକ୍ତି ବଢ଼ାଇଥାଏ। କଖାରୁରେ ପଟ୍ଟାସିୟମ ପରିମାଣ ଭଲ ରହିଥାଏ। ଏହାଛଡ଼ା କଥାରୁରେ ଭରପୂର ପରିମାଣର ଭିଟାମିନ ‘ସି’ ରହିଛି।

ନିଜର ଓଜନ କମାଇବାକୁ ଚାହୁଁଥିଲେ ଦୈନିକ ତରକାରୀ କିମ୍ବା ଡାଲ୍‌ମା ନହେଲେ ବି ଆପଣ କଖାରୁ ସୁପ୍‌, ଖଟାମିଠା କଖାରୁ ଆଦି କରି ଖାଇପାରନ୍ତି। ଦୈନିକ କଥାରୁର କିଛି ନା କିଛି ଗୋଟେ ଖାଇବାକୁ ଚେଷ୍ଟା କରନ୍ତୁ। ଏହା ଉଭୟ ସୌନ୍ଦର୍ଯ୍ୟ ଓ ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe