ଘରେ ଏହି ସ୍ପ୍ରେ ତିଆରି କରନ୍ତୁ; ବର୍ଷା ଦିନେ ଘର ଭିତରକୁ ପଶି ଆସୁଥିବା କୀଟପତଙ୍ଗ ଦାଉରୁ ରକ୍ଷା ପାଆନ୍ତୁ

Advertisment
2c2d3b94-2df4-4453-b522-91e14bebb058

ନୂଆଦିଲ୍ଲୀ: ବର୍ଷା ଋତୁ ଆସିଗଲାଣି। ଏହି ଋତୁରେ ଘରେ ବିଭିନ୍ନ ପ୍ରକାରର କୀଟପତଙ୍ଗ ଘୁରି ବୁଲିଥାନ୍ତି। ଯଦ୍ବାରା ଘରେ ଛୋଟପିଲା ଥିଲେ ଅସୁବିଧା ହୋଇଥାଏ। ସମୟସମୟରେ ‌ଖେଳୁଥିବା ବେଳେ ଛୋଟଛୁଆମାନେ ଉକ୍ତ କୀଟପତଙ୍ଗକୁ ପାଟିରେ ପୁରାଇ ଦେଇଥାଆନ୍ତି। ଯଦ୍ବାରା ଅନେକ ସମୟରେ ଛୁଆ ସଂକ୍ରମଣ ଶିକାର ହୋଇଥାଆନ୍ତି। 

କେବଳ ଏତିକି ନୁହେଁ ବର୍ଷା ଋତୁରେ ଘରକୁ ପଶି ଆସୁଥିବା କୀଟପତଙ୍ଗ ହେତୁ ଖାଇବା ଓ ବସିବାରେ ବି ଅସୁବିଧା ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏଥିରୁ କିପରି ପାଇବା ମୁକ୍ତି।

ବଜାରରେ ଅନେକ କମ୍ପାନିର କୀଟପତଙ୍ଗ ନାଶକ ସ୍ପ୍ରେ ଉପଲବ୍ଧ ରହିଛି। ତେବେ ଏହି ସ୍ପ୍ରେ କ୍ରମାଗତ ଭାବେ ବ୍ୟବହାର କରିବା ଦ୍ବାରା ମଣିଷ ଶରୀରକୁ କ୍ଷତି ପହଞ୍ଚାଇ ଥାଏ। ଏଭଳି ପରିସ୍ଥିତିରେ ଘରେ ବି ଆପଣ ଗୁଣବତ୍ତା ସ୍ପ୍ରେ ତିଆରି କରି କୀଟପତଙ୍ଗ ଦାଉରୁ ରକ୍ଷା ପାଇ ପାରିବେ। ଏହି ସ୍ପ୍ରେ ଘରେ ଘୁରି ବୁଲୁଥିବା ପିମ୍ପୁଡ଼ି, ମାଛି ଏବଂ ଅସରପା ସହିତ ଅନ୍ୟାନ୍ୟ ପୋକଜୋକକୁ ଦୂର କରିବାରେ ଭଲ ପ୍ରଭାବ ପକାଇଥାଏ।

ବର୍ଷାଦିନେ କୀଟପତଙ୍ଗକୁ ଦୂର କରିବା ପାଇଁ ଏକ ସରଳ ସ୍ପ୍ରେ ଘରେ ତିଆରି କରାଯାଇପାରିବ। ଏହି ସ୍ପ୍ରେ ତିଆରି କରିବା ପାଇଁ, ଏକ ପାତ୍ରରେ ପାଣି ଗରମ କରନ୍ତୁ। ଏହି ପାଣିରେ ଲବଙ୍ଗ ମିଶାନ୍ତୁ। ପାଣିର ରଙ୍ଗ ପରିବର୍ତ୍ତନ ହେଲେ, ସେଥିରେ ଏକ ଚାମଚ ବେକିଂ ସୋଡ଼ା ମିଶାନ୍ତୁ ।

ଏବେ ଏହି ମିଶ୍ରଣକୁ ଥଣ୍ଡା କରି ଏକ ସ୍ପ୍ରେ ବୋତଲରେ ରଖି ସେଥିରେ କିଛି ତେଜପତ୍ର ଭାଙ୍ଗି ପକାଇ ଦିଅନ୍ତୁ । ଏବେ ଆପଣଙ୍କର ସ୍ପ୍ରେ ପ୍ରସ୍ତୁତ। 

ଭିନେଗାରର ଗନ୍ଧ ଯୋଗୁଁ କୀଟପତଙ୍ଗମାନେ ଦୌଡ଼ି ପଳାନ୍ତି। ଏକ ସ୍ପ୍ରେ ବୋତଲରେ ଭିନେଗାର ଭର୍ତ୍ତି କରି କୀଟପତଙ୍ଗ ଉପରେ ସ୍ପ୍ରେ କରି ପାରିବେ। ନଚେତ  ଭିନେଗାର ପାଣିରେ ଘରର ଚଟାଣ ପୋଛନ୍ତୁ। ଏପରି କରିବା ଦ୍ୱାରା ଘରର ଚଟାଣରେ କୀଟପତଙ୍ଗ ବୁଲିବା ହ୍ରାସ ପାଇବ।

ଲୁଣ ଓ ଲେମ୍ବୁ ମଧ୍ୟ ଏକ ଭଲ ଘରୋଇ ଉପଚାର ପ୍ରମାଣିତ ହୁଏ। କୀଟପତଙ୍ଗମାନଙ୍କୁ ମାରିବା ପାଇଁ ସେମାନଙ୍କ ଉପରେ ଲୁଣ କିମ୍ବା ଲୁଣିଆ ପାଣି କିମ୍ବା ଲେମ୍ବୁ ପାଣି ଛିଞ୍ଚି ପାରିବେ।  ସୁଣ ମଧ୍ୟ ଏକ କୀଟପତଙ୍ଗ ପ୍ରତିରୋଧକ କରେ। ଏଥିପାଇଁ, ରସୁଣକୁ ଗୁଣ୍ଡ କରି ପାଣିରେ ପକାଇ ଭଲ ଭାବରେ ମିଶ୍ରଣ କରନ୍ତୁ। ଏହାକୁ କୀଟପତଙ୍ଗ ଉପରେ ଛିଞ୍ଚିଲେ ସେମାନେ ମରି ଯାଇଥାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe