ଶରୀରରୁ ଅଳସୁଆପଣ ଦୂରେଇବାକୁ ଖାଆନ୍ତୁ ଏହି ସବୁ ଫଳ; ଆପଣ ରହିବେ ସକ୍ରିୟ

Advertisment
ଶରୀରରୁ ଅଳସୁଆପଣ ଦୂରେଇବାକୁ ଖାଆନ୍ତୁ ଏହି ସବୁ ଫଳ; ଆପଣ ରହିବେ ସକ୍ରିୟ

Aditya Birla Capital

ବର୍ଷାଦିନରେ ଶରୀରରେ ସାମାନ୍ୟ ଅଳସୁଆପଣ ଆସିଥାଏ। ଏହି ଦିନେ ଆପଣ ଯଦି ନିଜ ଶରୀରକୁ ସକ୍ରିୟ ରଖିବାକୁ ଚାହୁଥାନ୍ତି ତେବେ ଆପଣଙ୍କୁ ସେହି ଅନୁସାରେ ଖାଦ୍ୟ ଖାଇବାକୁ ପଡ଼ିବ। ଆପଣ ଯେତେ ପରିମାଣରେ ଫଳ ଖାଇବ‌େ ଶରୀର ଆପଣଙ୍କର ସେହି ଅନୁସାରେ ସୁସ୍ଥ ଓ ସକ୍ରିୟ ରହିବ। ବର୍ଷା ଦିନେ ବିଭିନ୍ନ ପ୍ରକାରର ସଂକ୍ରମଣାତ୍ମକ ରୋଗ ସବୁ ହୋଇଥାଏ। ହଜମଶକ୍ତି ମଧ୍ୟ କମ୍‌ ହୋଇଥାଏ। ତେଣୁ, ଏହି ଦିନରେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ କେଉଁ ଫଳ ସବୁ ଖାଇବା ଦରକାର ଜାଣିରଖନ୍ତୁ...

ଏହି ଦିନେ ବଜାରରେ ଜାମୁ କୋଳି ମିଳେ। ଜାମୁ କୋଳି‌ରେ କ୍ୟାଲୋରି କମ୍‌ ଥାଏ। ମାତ୍ର ଏଥିରେ ପ୍ରଚୁର ପରିମାଣରେ ଆଇରନ୍‌, ଫୋଲେଟ୍‌, ପଟାସିୟମ୍‌ ଓ ଭିଟାମିନ୍‌ ରହିଛି। ଏହା ଶରୀର ପାଇଁ ଲାଭଦାୟୀ ହୋଇଥାଏ।

ବର୍ଷା ଦିନେ ଲିଚି ଖାଇବା ବି ଶରୀର ପାଇଁ ଖୁବ୍‌ ଭଲ ହୋଇଥାଏ। ଏଥିରେ ଭିଟାମିନ୍‌ ସି ଥିବା ହେତୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଏଥିରେ ଥିବା ଆଣ୍ଟି-ଅସ୍କିଡାଣ୍ଟ୍‌ ଓଜନ ହ‌୍ରାସ କରାଇବାରେ ବି ସାହାଯ୍ୟ କରେ।

ବର କୋଳି ଖାଇବା ଦ୍ବାରା ବି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।  ଆପଣ ଏହାକୁ ମଧ୍ୟ ଖାଇପାରିବେ।

ଚେରି ହେଉଛି ଆଉ ଏକ ବର୍ଷାଦିନିଆ ଫଳ। ଏହାକୁ ଖାଇବା ଦ୍ବାରା ମସ୍ତିଷ୍କ ସୁସ୍ଥ ରହିଥାଏ।

ଆପଣ ଏହି ଦିନରେ ପ୍ରଚୁର ପରିମାଣର ଡାଳିମ୍ବ ମଧ୍ୟ ଖାଇପାରିବେ। ଏଥିରେ ଭରପୂର ପରିମାଣରେ ନିଉଟ୍ରିଏଣ୍ଟ୍‌ସ ରହିଛି।

ସେଓ ଏକ ଏପରି ଫଳ ଯାହାକୁ ଆପଣ ସବୁ ଋତୁରେ ଖାଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe