ଦେଢ଼ ବର୍ଷ ହେଲା ରୁଟି ଖାଇନାହାନ୍ତି ରଣବୀର; ସକାଳ ଜଳଖିଆରୁ ନେଇ ମଧ୍ୟାହ୍ନରେ କ’ଣ ଭୋଜନ କରନ୍ତି ଏହି ଫିଟ୍‌ନେସ୍‌ କିଙ୍ଗ୍‌?

ଦେଢ଼ ବର୍ଷ ହେଲା ରୁଟି ଖାଇନାହାନ୍ତି ରଣବୀର; ସକାଳ ଜଳଖିଆରୁ ନେଇ ମଧ୍ୟାହ୍ନରେ କ’ଣ ଭୋଜନ କରନ୍ତି ଏହି ଫିଟ୍‌ନେସ୍‌ କିଙ୍ଗ୍‌?

www.indiatoday.in

ମୁମ୍ବାଇ: ଚଳିତ ସପ୍ତାହରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍‌ ଷ୍ଟାର୍‌ ରଣବୀର କପୁର ଓ ଆଲିଆ ଭଟ୍ଟ। ଏହି କାରଣରୁ ଏହି ଦମ୍ପତି ଏବେ ବେଶ୍‌ ଚର୍ଚ୍ଚିତ ‌ପାଲଟିଛନ୍ତି। ଆପଣ ଜାଣିଥି‌ବେ ନିଶ୍ଚୟ ଯେ, ଦୁହ୍ଲେ ରାଜା ରଣବୀର ସଦାବେଳେ ତାଙ୍କ ଫିଟ୍‌ନେସ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି।

ଏବେ ତାଙ୍କ ସଂପର୍କିତ ଏକ ଆଶ୍ଚର୍ଯ୍ୟଜନକ କଥା ଜାଣିବାକୁ ମିଳିଛି। ଗଣମାଧ୍ୟମରେ ରଣବୀରଙ୍କ ଫିଟ୍‌ନେସ୍‌ ଟ୍ରେନର(ପ୍ରଶିକ୍ଷକ) ସୂଚନା ଦେଇ କହିଛନ୍ତି ଯେ ରଣବୀର ଦୀର୍ଘ ଦେଢ଼ ବର୍ଷ ହେବ ରୁଟି ଖଣ୍ଡେ ବି ଖାଇନାହାନ୍ତି। ଏହି ପ୍ରଶିକ୍ଷକ ଜଣକ ରଣବୀରଙ୍କୁ ଦେଢ଼ ବର୍ଷ ହେବ ପ୍ରଶିକ୍ଷଣ ଦେଇ ଆସୁଛନ୍ତି। ସେ କହିଛନ୍ତି କ,  ମୁଁ ରଣବୀରଙ୍କ ସହ ଯୋଡ଼ି ହେବା ଦିନରୁ ଦେଖୁଛି ଯେ ସେ ରୁଟି ଖାଆନ୍ତି ନାହିଁ।

ସେ ରଣବୀରଙ୍କ ସଂପର୍କରେ କହିଛନ୍ତି କି ତାଙ୍କୁ ମିଠା ଓ ଛଣା ଖାଦ୍ୟ ପସନ୍ଦ ଆସିନଥାଏ। ସେ ସାଧାରଣ ଘରୋଇ ଖାଦ୍ୟ ଖାଇବାକୁ ଖୁବ୍ ପସନ୍ଦ କରିଥାନ୍ତି। ତେବେ ତାଙ୍କୁ ବର୍ଗର ଖାଇବାକୁ ଖୁବ୍‌ ଭଲ ଲାଗେ। ମାତ୍ର ଆବଶ୍ୟକସ୍ଥଳେ ସେ ଏହାକୁ ବି ତ୍ୟାଗ କରିଥାନ୍ତି।

ସେ ତାଙ୍କର ସକାଳ ଜଳଖିଆରେ ଅଣ୍ଡା, ବ୍ରାଉନ୍‌ ବ୍ରେଡ୍‌ ଓ ପ୍ରୋଟିନ୍‌ ସେକ୍‌ ନେଇଥାନ୍ତି। ମଧ୍ୟାହ୍ନରେ ବ୍ରାଉନ୍‌ ରାଇସ୍‌, ଡାଲି, ଚିକେନ୍‌ ଓ ସବୁଜ ପରିବାର ଏକ ତରକାରୀ ଖାଇଥାନ୍ତି ରଣବୀର।

ସେ ‌ରୁଟି ବଦଳରେ ବ୍ରାଉନ୍‌ ରାଇସ୍‌, ଟୋଷ୍ଟ୍‌ ଓ ବିରିୟାନି ଖାଇବାକୁ ପସନ୍ଦ କରିଥାନ୍ତି। ତେବେ ରଣବୀର ତାଙ୍କ ଫିଟ୍‌ନେସ୍‌ ପାଇଁ ଖୁବ୍ ଉତ୍ସର୍ଗୀକୃତ ବୋଲି ତାଙ୍କ ପ୍ରଶିକ୍ଷକ କହିଛନ୍ତି। ସେ ଖାଇବା ସହ ଶୋଇବା ଓ ପିଇବା ଉପରେ ବି ବେଶ୍‌ ଗୁରୁତ୍ବ ଦେଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe