ପତଳା ଓ ସୁସ୍ଥକର ରହିବାକୁ ଚାହୁଁଥିଲେ ପିଅନ୍ତୁ ଦିନକୁ ୨ ଗ୍ଲାସ୍‌ ପେଜ

Advertisment
ପତଳା ଓ ସୁସ୍ଥକର ରହିବାକୁ ଚାହୁଁଥିଲେ ପିଅନ୍ତୁ ଦିନକୁ ୨ ଗ୍ଲାସ୍‌ ପେଜ

ଆପଣ ଯଦି ପୂର୍ବ କାଳର ସନ୍ୟାସୀମାନଙ୍କ ବିଷୟରେ ଭାବିବେ ତାହାଲେ ଜାଣିପାରିବେ ଯେ ସେ କାଳର ସନ୍ୟାସୀମାନେ କେବଳ ମାନସିକ ଭାବେ ସବଳ ନୁହେଁ ବରଂ ଶାରୀରିକ ଭାବେ ବି ସୁସ୍ଥ ରହୁଥିଲେ। ଏବେ କାଳର ଲୋକଙ୍କ ପରି ସେମାନେ ମୋଟା ଶରୀର ବୋହି ଚାଲୁନଥିଲେ। ସେମାନେ ନିଜକୁ ପତଳା ଓ ସୁସ୍ଥ ରଖିବାରେ ସମର୍ଥ ଥିଲେ। ଆସନ୍ତୁ ଆଲୋଚନା କରିବା ତାହା କିପରି ସମ୍ଭବ ହେଉଥିଲା। କ’ଣ କରିବା ଦ୍ୱାରା ଆମେ ବି ପାଇପାରିବା ସୁସ୍ଥ ଓ ପତଳା ଶରୀର।

ଯୋଗର ଉପକାରିତା ବିଷୟରେ ବୋଧହୁଏ ଆପଣଙ୍କୁ କହିବାର କୌଣସି ଆବଶ୍ୟକତା ନାହିଁ। ଯୋଗ କରିବା ଦ୍ୱାରା ଯେ ଜଣେ ସୁସ୍ଥ ରହିବା ସହ ନିଜକୁ ପତଳା ରଖିପାରିବ ଏକଥା ଆପଣ ନିଶ୍ଚୟ ଜାଣଥିବେ। ସେ ସମୟରେ ସନ୍ୟାସୀମାନେ ଯୋଗକୁ ବ୍ରତ ପରି ପାଳନ କରୁଥିଲେ।

publive-image

ସେମାନେ ଭାତର ପେଜ ପିଉଥିଲେ। ମନେ ରଖନ୍ତୁ ଏହି ପେଜ ଶରୀର ପାଇଁ ଖୁବ୍‌ ଉପକାରୀ। ଖାଲି ପେଟରେ ପେଜ ପିଇଲେ ବହୁ ରୋଗ ଦୂର ହୋଇଥାଏ। ଦୈନିକ ୨ ଗ୍ଲାସ୍‌ ପେଜ ପିଅନ୍ତୁ ତାହାର ଫଳାଫଳ ଗୋଟାଏ ମାସରେ ଜାଣିପାରିବେ।

ସେମାନେ ତାମସିକ ଖାଦ୍ୟଠାରୁ ନିଜକୁ ଦୂରେଇ ରଖୁଥିଲେ। ଆପଣ ବି ଯଦି ସେମାନଙ୍କ ପରି ପତଳା ଓ ସୁସ୍ଥକର ଶରୀର ଚାହାନ୍ତି ତେବେ ଫଳମୂଳ ଓ ପରିବା ଖାଇବା ଉପରେ ବେଶୀ ଧ୍ୟାନ ଦିଅନ୍ତୁ। ଅନ୍ୟ ଖାଦ୍ୟା ସବୁକୁ ସୀମାରେ ଖାଆନ୍ତୁ।

ଯୋଗ ପରି ଧ୍ୟାନ କରିବା ବି ଶରୀର ପାଇଁ ଖୁବ ଭଲ ହୋଇଥାଏ। ଯାହାକି ସେତେବେଳର ସନ୍ୟାସୀମାନେ କରୁଥିଲେ। ଧ୍ୟାନ କରିବା ଦ୍ୱାରା ଏକାଗ୍ରତା ବଢ଼େ, ମୋଟାପଣ କମେ ଓ ଶକ୍ତି ବୃଦ୍ଧିପାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe