ଦୈନିକ ଖାଆନ୍ତୁ ଅଅଁଳା; ଦୂରେଇ ଯିବ ଏହି ସବୁ ସମସ୍ୟା...

Advertisment
ଦୈନିକ ଖାଆନ୍ତୁ ଅଅଁଳା; ଦୂରେଇ ଯିବ ଏହି ସବୁ ସମସ୍ୟା...

Amazon.in

ଆପଣ ଜାଣିଥିବେ ନିଶ୍ଚୟ ଯେ ଅଅଁଳାରେ ଅନେକ ଭଲ ଗୁଣ ରହଛି। ଏହାକୁ ଖାଇଲେ ଶରୀରର ଅନେକ ସମସ୍ୟା ଦୂ‌ର ହୋଇଯାଏ। ଆପଣ ଦୈନିକ ଅଅଁଳା ଖାଇଲେ ଅପେକ୍ଷାକୃତ ସୁସ୍ଥ ରହିବେ ଏଥିରେ ସନ୍ଦେହ ନାହିଁ।

ଏଥିରେ ପ୍ରଚୁର ପରିମାଣର ଭିଟାମିନ୍‌ ସି ରହିଛି। ଏକ କମଳାରେ ଯେତିକି ପରିମାଣର ଭିଟାମିନ୍‌ ସି ରହିଛି ଏକ ଅଅଁଳାରେ ତା’ଠାରୁ ୮ ଗୁଣା ଅଧିକ ରହିଛି।

ଏହାକୁ ଖାଇଲେ ଥଣ୍ଡା, କର୍କଟ ପରି ରୋଗକୁ ସହଜରେ ଦୂରେଇ ଦେଇ ହେବ। ଆୟୁର୍ବେଦ କହେ ଅଅଁଳାରେ କଫ, ବାତ, ପିତ ଆଦି ଭଲ ହୋଇଥାଏ।

ଦୁଇ ଚାମଚ ଅଅଁଳାରେ ଗୋଟାଏ ଚାମଚ ମହୁ ମିଶ୍ରଣ କରି ଖାଇଲେ କଫ, କାଶରୁୁ ତୁରନ୍ତ ଆରାମ ମିଳିଥାଏ।

publive-image
YouTube

କେବଳ ଥଣ୍ଡା, କାଶ ନୁହେଁ ଏହା ଆଖି ପାଇଁ ବି ଖୁବ୍ ଭଲ ହୋଇଥାଏ। ଏହାକୁ ଖାଇଲେ ଦୃଷ୍ଟିଶକ୍ତି ସହଜରେ ହ୍ରାସ ପାଇ ନଥାଏ।

ଏହାକୁ ଖାଇବା ଦ୍ବାରା ଶରୀରର ଅତିରିକ୍ତ ଚର୍ବି ହ୍ରାସ ପାଇଥାଏ। ଆପଣ ଆପଣଙ୍କ ଦୈନିକ ଡାଏଟ୍‌ରେ ଅଅଁଳା ସାମିଲ୍‌ କରିପାରିବେ।

ଏହା ଶରୀରରେ ରୋଗ ପ୍ରତରୋଧକ ଶକ୍ତି ବୃଦ୍ଧି କରାଏ। ଅଅଁଳା ନିୟମିତ ଖାଇଲେ କର୍କଟ ପରି ରୋଗ ସହଜରେ ଭଲ ହୋଇ ଯାଇପାରେ।

ଯଦି ଆପଣଙ୍କର କେଶ ଝଡୁଛି ତେବେ ବି ଆପଣ ଅଅଁଳା ଖାଆନ୍ତୁ। ଏହା କେଶ ଝଡ଼ିବା ପରି ସମସ୍ୟାକୁ ବି ଚୁଟ୍‌କିରେ ଭଲ କରି ଦେଇପାରେ।

ଯଦି ଆପଣଙ୍କ ମୁହଁରେ ବ୍ରଣ ହେଉଛି ତେବେ ବି ଆପଣ ଅଅଁଳା ଖାଆନ୍ତୁ। ଉପକାର ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe