ହୃତ୍‌ପିଣ୍ଡ ପାଇଁ ଲାଲ୍‌ ଫଳ

Advertisment

ସୁସ୍ଥ ଶରୀର ପାଇଁ ଫଳର ଉପକାରିତା କାହାକୁ ଅଛପା ନୁହେଁ। ଫଳାହାର ଆମକୁ ଦୀର୍ଘାୟୁ କରିବା ସହ ହୃତ୍‌ପିଣ୍ଡକୁ ସୁସ୍ଥ ରଖିଥାଏ। ଫଳାହାରର ଉପକାରିତା ଉପରେ ବିଭିନ୍ନ ସମୟରେ ହୋଇଥିବା ଭିନ୍ନ ଭିନ୍ନ ଅଧ୍ୟୟନରୁ ଜଣାଯାଇଛି ଯେ ଫଳଯୁକ୍ତ ଭୋଜନ‌...

ସୁସ୍ଥ ଶରୀର ପାଇଁ ଫଳର ଉପକାରିତା କାହାକୁ ଅଛପା ନୁହେଁ। ଫଳାହାର ଆମକୁ ଦୀର୍ଘାୟୁ କରିବା ସହ ହୃତ୍‌ପିଣ୍ଡକୁ ସୁସ୍ଥ ରଖିଥାଏ। ଫଳାହାରର ଉପକାରିତା ଉପରେ ବିଭିନ୍ନ ସମୟରେ ହୋଇଥିବା ଭିନ୍ନ ଭିନ୍ନ ଅଧ୍ୟୟନରୁ ଜଣାଯାଇଛି ଯେ ଫଳଯୁକ୍ତ ଭୋଜନ‌...

sfsfsf

ସୁସ୍ଥ ଶରୀର ପାଇଁ ଫଳର ଉପକାରିତା କାହାକୁ ଅଛପା ନୁହେଁ। ଫଳାହାର ଆମକୁ ଦୀର୍ଘାୟୁ କରିବା ସହ ହୃତ୍‌ପିଣ୍ଡକୁ ସୁସ୍ଥ ରଖିଥାଏ। ଫଳାହାରର ଉପକାରିତା ଉପରେ ବିଭିନ୍ନ ସମୟରେ ହୋଇଥିବା ଭିନ୍ନ ଭିନ୍ନ ଅଧ୍ୟୟନରୁ ଜଣାଯାଇଛି ଯେ ଫଳଯୁକ୍ତ ଭୋଜନ‌ ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ସହ ରକ୍ତ ସଂଚାଳନରେ ସକାରାତ୍ମକ ପ୍ରଭାବ ପକାଇଥାଏ। ‘କରେଣ୍ଟ୍‌ ମେଡିସିନାଲ୍‌ କେମିଷ୍ଟ୍ରି ଜର୍ଣ୍ଣାଲ୍‌’ରେ ପ୍ରକାଶିତ ତଥ୍ୟ ଅନୁସାରେ, ଅଧିକ ଫଳାହାର ସ୍ବାସ୍ଥ୍ୟ ପ୍ରତି ହିତକର ଏବଂ ଏହା ହୃଦ୍‌ଜନିତ ସମସ୍ୟାକୁୁ ଦୂରେଇଥାଏ। ସେହିପରି ଲାଲ୍‌ ରଙ୍ଗର ଫଳ ସେବନ ଶରୀରକୁ ଅଧିକ ସୁଫଳ ଦେଇଥାଏ।

ଚେରି: ଚେରିକୋଳିରେ ଭରପୂର ଆନ୍ଥୋସିଆନିନ୍ସ ନାମକ  ଆଣ୍ଟିଅକ୍ସିଡାଣ୍ଟ୍‌ ମହଜୁଦ ଅଛି। ଏହା ଶରୀରର ଶିରାପ୍ରଶିରା ଓ ଧମନୀକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରେ। ପ୍ରତିଦିନ ସାଲାଡ୍‌, ଛତୁଆ, ପିଠା, କେକ୍‌ ଆଦିରେ ଶୁଖିଲା ଚେରି ପକାଇ ଖାଇବା ସ୍ବାସ୍ଥ୍ୟକର।
ରସ୍ପବେରି: ଏହି ଛୋଟ ଆକାରର  
ଲାଲ୍‌କୋଳି ହୃଦ୍‌ସ୍ବାସ୍ଥ୍ୟ ପାଇଁ ହିତକର ଏବଂ ସୁସ୍ବାଦୁ ମଧ୍ୟ। ଏହି କୋଳି ପ୍ରାକୃତିକ ଭାବେ ମିଠା। ରସ୍ପବେରି ଖାଇବା ଦ୍ବାରା ହୃତ୍‌ପିଣ୍ଡ ସୁସ୍ଥ ରହିବା ସହ ରକ୍ତଚାପ ସନ୍ତୁଳିତ ହୁଏ, ଏଲ୍‌ଡିଏଲ୍‌ କୋଲେଷ୍ଟେରଲ୍‌ କମିଥାଏ, ଓଜନର ସୁପରିଚାଳନା ହେବା ସହ ଶରୀରର ପ୍ରଦାହ କମିଥାଏ। 
ଟମାଟୋ: ଟମାଟୋ ବା ବିଲାତି ବାଇଗଣ ଏକ କୋଳି ପ୍ରଜାତିର ପରିବା। ଲାଇକୋପିନ୍‌ ନାମକ ଆଣ୍ଟିଅକ୍ସିଡାଣ୍ଟ୍‌ରେ ଭରପୂର ଟମାଟୋକୁ ସପ୍ତାହକୁ ୫ରୁ ଅଧିକ  ଥର ୧୧ ବର୍ଷ ପାଇଁ ନିୟମିତ ଖାଇଲେ ହୃଦ୍‌ରୋଗର ଆଶଙ୍କା ୨୬% କମିଥାଏ ବୋଲି ବୋଷ୍ଟନର ଟୁଫ୍ଟସ୍‌ ବିଶ୍ବବିଦ୍ୟାଳୟର ଏକ ଅଧ୍ୟୟନରୁ ଜଣାପଡ଼ିଛି। କଞ୍ଚା ଟମା‌ଟୋ ଅପେକ୍ଷା ରନ୍ଧା ଟମାଟୋ ଦେହ ପାଇଁ ଅଧିକ ହିତକାରୀ। ଏହାଦ୍ବାରା ଶରୀରର ଲାଇକୋପିନ୍‌ ଶୋଷଣର କ୍ଷମତା ବଢ଼ିଥାଏ। 
ସେଓ: ବଜାରରେ ଲାଲ୍‌ ଓ ସବୁଜ ଦୁଇ ପ୍ରକାର ସେଓ ଉପଲବ୍ଧ ଥିବା ବେଳେ ଲାଲ୍‌ ସେଓ ହୃତ୍‌ପିଣ୍ଡ ପାଇଁ ହିତକାରୀ। ଓହାଇଓ ଷ୍ଟେଟ୍‌ ୟୁନିଭର୍ସିଟିର ଅଧ୍ୟୟନ ଅନୁସାରେ, ଦିନକୁ ଗୋଟିଏ ଲାଲ୍‌ସେଓ ଖାଇବା ଦ୍ବାରା କ୍ଷତିକାରକ ଏଲ୍‌ଡିଏଲ୍‌ କୋଲେଷ୍ଟେରଲ୍ ସ୍ତର ୪୦% ଯାଏ ହ୍ରାସ ପାଇପାରେ। ୩୪,୦୦୦ ରଜୋନିବୃତ୍ତ ମହିଳାଙ୍କୁ ନେଇ କରାଯାଇଥିବା ଇଓଲା ଓମେନ୍‌ସ୍‌ ହେଲ୍‌ଥ ଷ୍ଟଡିରୁ  ଜଣାଯାଇଛି ଯେ ପ୍ରତ୍ୟହ ସେଓ ଖାଇଲେ ହୃଦ୍‌ଘାତରେ ପ୍ରାଣ ହରାଇବାର ଆଶଙ୍କା ବହୁ ମାତ୍ରାରେ କମିଯାଏ। ସେଓଚୋପାରେ ଆଣ୍ଟିଅକ୍ସିଡାଣ୍ଟ୍‌ ଥିବାରୁ ପୂରା ଫଳକୁ ଖାଇଲେ ଭଲ। 
ଷ୍ଟ୍ରବେରି: ଷ୍ଟ୍ରବେରି ଯେତିକି ସୁସ୍ବାଦୁ, ହୃତ୍‌ପିଣ୍ଡ ପାଇଁ ମଧ୍ୟ ସେତିକି ଲାଭକାରୀ। ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବା ସହ ସକ୍ରିୟ କରେ। ଏଥିରେ  ଥିବା ତନ୍ତୁ ଓ ପେକ୍‌ଟିନ୍‌
ଏନ୍‌ଜାଇମ୍‌ ଏଲ୍‌ଡିଏଲ୍‌ କୋଲେଷ୍ଟେରଲ୍ ପରିମାଣକୁ କମାଇଥାଏ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe