‘ରିଲ୍‌’ ବଢ଼ାଉଛି ରକ୍ତଚାପ!

Advertisment

ଆଜିକାଲି ସାମାଜିକ ଗଣମାଧ୍ୟମରେ ‘ରିଲ୍‌’ ବା କ୍ଷୁଦ୍ର ଭିଡିଓ ଦେଖିବା ସବୁ ବୟସର ଲୋକଙ୍କ ପାଇଁ ଏକ ମନୋରଞ୍ଜନ ସାମଗ୍ରୀ ପାଲଟିଛି। ପ୍ରଥମେ ପ୍ରଥମେ ସେସବୁକୁ କାଁ ଭାଁ ଦେଖୁଥିବା ବ୍ୟକ୍ତି ଶେଷରେ ତାହାକୁ ନିଶାରେ ପରିଣତ କରିଥାଏ।

ଆଜିକାଲି ସାମାଜିକ ଗଣମାଧ୍ୟମରେ ‘ରିଲ୍‌’ ବା କ୍ଷୁଦ୍ର ଭିଡିଓ ଦେଖିବା ସବୁ ବୟସର ଲୋକଙ୍କ ପାଇଁ ଏକ ମନୋରଞ୍ଜନ ସାମଗ୍ରୀ ପାଲଟିଛି। ପ୍ରଥମେ ପ୍ରଥମେ ସେସବୁକୁ କାଁ ଭାଁ ଦେଖୁଥିବା ବ୍ୟକ୍ତି ଶେଷରେ ତାହାକୁ ନିଶାରେ ପରିଣତ କରିଥାଏ।

fsfsfs

ଆଜିକାଲି ସାମାଜିକ ଗଣମାଧ୍ୟମରେ ‘ରିଲ୍‌’ ବା କ୍ଷୁଦ୍ର ଭିଡିଓ ଦେଖିବା ସବୁ ବୟସର ଲୋକଙ୍କ ପାଇଁ ଏକ ମନୋରଞ୍ଜନ ସାମଗ୍ରୀ ପାଲଟିଛି। ପ୍ରଥମେ ପ୍ରଥମେ ସେସବୁକୁ କାଁ ଭାଁ ଦେଖୁଥିବା ବ୍ୟକ୍ତି ଶେଷରେ ତାହାକୁ ନିଶାରେ ପରିଣତ କରିଥାଏ। ସେଇ ବର୍ଗର ଲୋକମାନେ ଶୋଇବା ସମୟରେ ‘ରିଲ୍‌’ ଦେଖିବା ଏବଂ ସେମାନଙ୍କର ରକ୍ତଚାପ ଭିତରେ ଏକ ନିବିଡ଼ ସମ୍ପର୍କ ରହିଥିବା କଥା ଏକ ସଦ୍ୟ ଅନୁଧ୍ୟାନରୁ ସ୍ପଷ୍ଟ ହୋଇଛି। 

ଚୀନରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ ଯିଏ ଯେତେ ଅଧିକ ସମୟ ‘ରିଲ୍‌’ ଦେଖୁଛି, ସିଏ ସେତେ ଅଧିକ ଉଚ୍ଚ ରକ୍ତଚାପର ଶିକାର ହେଉଛି।

‘ବିଏମ୍‌ସି’ ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଚୀନ୍‌ରେ ମୋବାଇଲ୍‌ ଫୋନ୍‌ରେ ‘ରିଲ୍‌’ ଦେଖୁଥିବା  ୪,୩୧୮ ଜଣ ମଧ୍ୟ-ବୟସ୍କ ଓ ଯୁବକଙ୍କୁ ସାମିଲ କରି ସେମାନଙ୍କର ରକ୍ତଚାପ ଅନୁଧ୍ୟାନ କରାଯାଇଥିଲା। ଦେଖାଯାଇଥିଲା, ଯିଏ ଯେତେ ଅଧିକ ସମୟ ‘ରିଲ୍‌’ ଦେଖୁଛି, ସିଏ ସେତେ ଅଧିକ ଉଚ୍ଚ ରକ୍ତଚାପର ଶିକାର ହୋଇଛି। ପାରମ୍ପରିକ ଭାବେ ଟିଭି ଦେଖିବା ବା କମ୍ପ୍ୟୁଟର ବ୍ୟବହାର କରିବା ଅଥବା ଭିଡିଓ ଗେମ୍‌ ଖେଳିବା ଅପେକ୍ଷା ଶୋଇବା ସମୟରେ ମୋବାଇଲ୍‌ରେ ‘ରିଲ୍‌’ ଦେଖିବାର ନକାରାତ୍ମକ ପ୍ରଭାବ ଅଧିକ ବୋଲି ଜଣାପଡ଼ିଛି। କାରଣ ଶୋଇବା ପୂର୍ବରୁ ମୋବାଇଲ୍‌ ପରଦାରେ ଦୃଷ୍ଟି ନିକ୍ଷେପ କରିବା ଦ୍ବାରା ଶରୀରରେ ‘ସିମ୍ପାଥେଟିକ୍‌’ ଉତ୍ତେଜନା ସୃଷ୍ଟି ହୋଇଥାଏ। ଅର୍ଥାତ୍‌ ତାହା ‘ସିମ୍ପାଥେଟିକ୍‌’ ସ୍ନାୟବିକ କ୍ରିୟାକୁ ସକ୍ରିୟ କରିଥାଏ, ଯାହା ଶରୀରର ‘ଫାଇଟ୍‌-ଅର୍‌-ଫ୍ଲାଇଟ୍‌’ ପ୍ରତିକ୍ରିୟାକୁ ସଜାଗ କରିଥାଏ। ଏହା ପରୋକ୍ଷରେ ରକ୍ତଚାପ ବଢ଼ିବାର କାରଣ ସାଜିଥାଏ। 

ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ‘ରିଲ୍‌’ରେ ମନୋନିବେଶ କରିବା ଦ୍ବାରା ଜଣକର ମୂଲ୍ୟବାନ ସମୟ ତ ଅପଚୟ  ହେଉଛି, ତାହା ସହିତ ନିଜ ସ୍ବାସ୍ଥ୍ୟ ପାଇଁ ବିପଦକୁ ମଧ୍ୟ ଆମନ୍ତ୍ରଣ କରାଯାଉଛି। ଶରୀରର ବର୍ଦ୍ଧିତ ରକ୍ତଚାପ କମାଇବା ପାଇଁ କିମ୍ବା ରକ୍ତଚାପକୁ ସ୍ବାଭାବିକ ରଖିବା ପାଇଁ ସୁସ୍ଥ ଜୀବନଶୈଳୀ ଆପଣେଇବା ସହିତ ଶୋଇବା ସମୟରେ ‘ରିଲ୍‌’ ଦେଖାରୁ ନିବୃତ୍ତ ରହିବା ପାଇଁ ସେମାନେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe