ଆପଣଙ୍କର ରୁପି ହେଉଛି କି? ଆପଣାନ୍ତୁ ଏହି ସବୁ ଉପାୟ

Advertisment
ଆପଣଙ୍କର ରୁପି ହେଉଛି କି? ଆପଣାନ୍ତୁ ଏହି ସବୁ ଉପାୟ

A Best Fashion

ଆପଣଙ୍କ କେଶରେ ରୁପି ହେଉଛି କି? ରୁପି ଏକ ଏପରି ସମସ୍ୟା ଯାହା ପାଇଁ ଗୁଡ଼ାଏ ଅସୁବିଧା ଉପୁଜିଥାଏ। ମନେରଖନ୍ତୁ ଯେ ରୁପି ବ୍ରଣ ହେବାର ପ୍ରମୁଖ କାରଣ। ମୁଣ୍ଡର ରୁପି ମୁହଁରେ ଖସିଲେ ମୁହଁକୁ ତେଲିଆ କରିବା ସହ ବ୍ରଣ ମଧ୍ୟ ହୋଇଥାଏ। ରୁପି କେଶ ଝଡ଼ିବାର ମଧ୍ୟ ଏକ ପ୍ରଧାନ କାରଣ। ରୁପି ହେବା ମାନେ ମୁଣ୍ଡ କେଶ ଦୁର୍ବଳ ହୋଇପଡ଼େ ଓ ତାହା ଛିଣ୍ଡିବା ଆରମ୍ଭ କରେ। ଯଦି ବ୍ରଣ ଓ କେଶ ଝଡ଼ିବା ପରି ସମସ୍ୟା ସବୁ ଅନୁଭବ କରୁଛନ୍ତି ତେବେ ଆଗ ମୁଣ୍ଡରୁ ରୁପି କମ୍‌ କରନ୍ତୁ। ସେ ସବୁ ସମସ୍ୟା ଆପେ କମ୍‌ ହୋଇଯିବ।

: ଯେତବେଳେ ବି ମୁଣ୍ଡରେ ତେଲ ଲଗାଉଛନ୍ତି ତାହାକୁ ପୂରା କେଶର ମୂଳରେ ଲଗାନ୍ତୁ। ତେଲ ଲଗାଇ ଦୀର୍ଘ ସମୟ ଧରି କେଶକୁ ମାଲିସ୍‌ କରନ୍ତୁ।

publive-image
PharmEasy.in

: ରୁପି କମାଇବା ପାଇଁ ନଡ଼ିଆ ତେଲ ବହୁତ ଭଲ ହୋଇଥାଏ। ପାରୁଛନ୍ତି ଯଦି ନଡ଼ିଆ ଆଣି ନିଜ ଘରେ ତାହାକୁ ତେଲ ମାରି କେଶରେ ଲଗାନ୍ତୁ। ଏହା ବହୁତ ଭଲ ଫଳ ଦେବ।

: ନିଜ ବାଡ଼ିରେ କିମ୍ବା କୁଣ୍ଡରେ ଘିକୁଆଁରି ବା ଆଲୋବେରା ଗଛ ଲଗାନ୍ତୁ। ଘିକୁଆଁରିରୁ ଖଣ୍ଡେ ଆଣି ତା’ର ଲାଳକୁ ମୁଣ୍ଡରେ ଲଗାଇବା ଦ୍ବ‌ାରା ରୁପି ସମସ୍ୟା ଦୂର ହୋଇଥାଏ।

: ଚିନ୍ତା ବି ରୁପିର ଅନ୍ୟ ଏକ ପ୍ରଧାନ କାରଣ। ଯେତେ ଚିନ୍ତା ଶୂନ୍ୟ ରହିବେ ଆପଣଙ୍କ ରୁପି ସମସ୍ୟା ସେତେ କମ୍ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe