ଭାତରୁ ବାହାରୁଥିବା ପେଜକୁ ଫୋପାଡ଼ି ଦେଉଛନ୍ତି କି? ସୌନ୍ଦର୍ଯ୍ୟ ପାଇଁ କରନ୍ତୁ ବ୍ୟବହାର

Advertisment
ଭାତରୁ ବାହାରୁଥିବା ପେଜକୁ ଫୋପାଡ଼ି ଦେଉଛନ୍ତି କି? ସୌନ୍ଦର୍ଯ୍ୟ ପାଇଁ କରନ୍ତୁ ବ୍ୟବହାର

google

ଭାତରୁ ବାହାରୁଥିବା ପେଜକୁ ଆପଣ କ’ଣ କରନ୍ତି ? ସମସ୍ତେ ଯେପରି ଭାତରୁ ପେଜ କାଢ଼ି ବାହାରେ ଫିଙ୍ଗି ଦିଅନ୍ତି ଆପଣ ବି ସେହିପରି କରୁଛନ୍ତି ତ? ମାତ୍ର ଜାଣିରଖନ୍ତୁ ଯେ ଏହି ପେଜରେ ବହୁ ଉପକାରୀ ଗୁଣ ରହିଛି। ଆପଣ ଏହାକୁ ନଫିଙ୍ଗି କାମରେ ଲଗାଇଲେ ଖୁବ୍ ଲାଭପ୍ରଦ ହେବେ। ଏହା ତ୍ବଚା ଓ କେଶକୁ ସୁନ୍ଦର କରିବା କାମରେ ଲଗିବା ସହ ଶରୀର ପାଇଁ ସୁସ୍ଥକର ମଧ୍ୟ।

: ଏହା ତ୍ବଚା ପାଇଁ ଖୁବ୍ ଭଲ ହୋଇଥାଏ। ଏହି ପେଜକୁ ଭାତରୁ କାଢ଼ି ତ୍ବଚାରେ ଲଗାଇଲେ ତ୍ବଚା ଉଜ୍ବଳ ଦିଶେ। ମୁହଁରେ ଲଗାଇଲେ ମୁହଁ‌ରେ ହେଉଥିବା ବ୍ରଣ ଓ କଳାଦାଗ ଛାଡ଼ିଯାଏ।

: ଶୁଷ୍କ ତ୍ବଚା ପାଇଁ ପେଜ୍‌ ଖୁବ୍ ଉପକାରୀ ହୋଇଥାଏ। ଯଦି ଆପଣଙ୍କର ଶୁଷ୍କ ତ୍ବଚା ତେବେ ଆପଣ ନିୟମିତ ପେଜ ଲଗାଇଲେ ତ୍ବଚା ମସୃଣ ହେବ।

publive-image
Healthline

: କେଶ ସମସ୍ୟା ଥିଲେ ମଧ୍ୟ ଆପଣ ପେଜକୁ ବ୍ୟବହାର କରିପାରିବେ। କେଶରେ ପେଜ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ। ଦେଖିବେ ପୂର୍ବାପେକ୍ଷା କେଶ ମସୃଣ ହେବା ସହ କେଶ ଝଡ଼ିବା ସମସ୍ୟା ମଧ୍ୟ କମ୍‌ ହୋଇଯିବ।

: ଆଖି ତଳ ଯଦି କଳା ପଡୁଛି ତେବେ ରାତିରେ ଆଖି ଚାରିପାଖରେ ପେଜ ଲଗାଇ ଶୁଅନ୍ତୁ। କିଛି ଦିନ ଏପରି କରିବା ଦ୍ବାରା ଆପଣଙ୍କ ଆଖି ତଳ କଳା ପଡ଼ିବା ମଧ୍ୟ କମ୍‌ ହୋଇଯିବ।

: ଯଦି ଆପଣ ଅତ୍ୟଧିକ ପତଳା ତେବେ ଦୈନିକ ପେଜ ପିଇବା ଅଭ୍ୟାସ କରନ୍ତୁ। ଦେଖିବେ ଆପଣଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe