ଜିମ୍‌ ଯିବାର ସଠିକ୍‌ ବୟସ କେତେ ଜାଣି ରଖନ୍ତୁ

Advertisment
ଜିମ୍‌ ଯିବାର ସଠିକ୍‌ ବୟସ କେତେ ଜାଣି ରଖନ୍ତୁ

The National

ନିଜକୁ ଫିଟ୍‌ ରଖିବା ଏବଂ ନିଜ ଲୁକ୍‌କୁ ଭଲ କରିବା ପାଇଁ ଏବେ ଯୁବପିଢ଼ିଙ୍କୁ ଜିମ୍‌ ଯାଉଥିବାର ଦେଖାଯାଉଛି । ଜିମ୍‌ ଯିବାର କ୍ରେଜ୍‌ ୧୩-୧୪ବର୍ଷର ପିଲାମାନଙ୍କ ପାଖରେ ଅଧିକ ଦେଖିବାକୁ ମିଳୁଛି। ଯୁବତୀମାନେ ଜିରୋ ଫିଗର କରିବା ପାଇଁ ଜିମ୍‌ ଯାଉଥିବା ବେଳେ ଯୁବକମାନେ ସିକ୍ସ ପ୍ୟାକ୍‌ ଆବ୍‌ସ କରିବା ଆଶାରେ ଜିମ୍‌ରେ ଘଣ୍ଟା ଘଣ୍ଟା ବ୍ୟାୟାମ କରିଥାନ୍ତି । କିଛି ମାତା-ପିତା  ନିଜ ପିଲାମାନଙ୍କୁ ଖୁବ୍‌ କମ ବୟସରୁ ଜିମ୍‌ ଯିବାକୁ ଦେଇଥାନ୍ତି, ଯାହା ସେମାନଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ । ଜିମ୍‌ ଯିବାର ସଠିକ୍‌ ବୟସ କେତେ ତାହା ମାତା-ପିତାଙ୍କୁ ଜଣା ନ ଥିବା ବେଳେ ସେମାନେ ଏପରି ଭୁଲ କରିଥାନ୍ତି । ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ଜିମ୍‌ ଯିବାର ସଠିକ୍‌ ସମୟ ବା ବୟସ ଜାଣିନେବା ଦରକାର ।

୧.ମଣିଷ ଶରୀରର ବିକାଶ ଜନ୍ମ ହେବା ପରେ ହିଁ ହେବାକୁ ଲାଗିଥାଏ । ନବଜାତ ଶିଶୁଟି ପ୍ରଥମେ ନିଜର ହାତ ଗୋଡ଼ ହଲାଇବାକୁ ଲାଗିଥାଏ । ଯେଉଁଠୁ ତା’ର ଶାରୀରିକ ବ୍ୟାୟାମ ହେବା ଆରମ୍ଭ ହୋଇଥାଏ। ଧିରେ ଧିରେ ଶିଶୁଟି ବଡ଼ ହେବା ସହ ତା’ ଶରୀରରେ ଶକ୍ତି ବଢ଼ିବାକୁ ଲାଗିଥାଏ । ଚାଲିବା,ଦୌଡ଼ିବା ଏବଂ ଖେଳିବା ଦ୍ୱାରା ଶିଶୁର ହାଡ଼ ମଜବୁତ୍‌ ହୋଇଥାଏ । ୫-୮ବର୍ଷର ପିଲାମାନଙ୍କ ପାଇଁ ଜିମ୍‌ ଯିବା ସଠିକ୍‌ ସମୟ ହୋଇ ନ ଥାଏ । ସେଥିପାଇଁ ଶରୀରର ସଠିକ୍‌ ବିକାଶ ପାଇଁ ଜିମ୍‌କୁ ନ ଛାଡ଼ି ଖେଳ ପଡ଼ିଆକୁ ଛାଡ଼ିବା ଦରକାର ।

Image result for gym 1Life

୨.୧୩-୧୪ବର୍ଷ ସୁଦ୍ଧା ଶରୀରର ହାଡ଼ ମଜବୁତ୍‌ ହୋଇ ଯାଇଥାଏ । କିନ୍ତୁ ଏହି ବୟସରେ ପିଲାମାନଙ୍କୁ ଜିମ୍‌ ପଠାଇବାର ସଠିକ୍‌ ସମୟ ହୋଇ ନ ଥାଏ । ଏ ବୟସରେ ସେମାନଙ୍କୁ ସାଇକେଲିଂ କରିବା, ପହଁରିବା  ଏବଂ ଶାରୀରିକ ବ୍ୟାୟାମ ହେଲା ଭଳି ଖେଳ ଖେଲିବାକୁ ଦେବା ଦରକାର । ୩.୧୫ବର୍ଷରୁ ଊର୍ଦ୍ଧର୍୍ୱ ହେବା ପରେ ଆପଣମାନେ ପିଲାମାନଙ୍କୁ ଜିମ୍‌ ପଠାଇ ପାରିବେ । ପ୍ରଥମେ ପ୍ରଥମେ ଜିମ୍‌ ଯାଇ ସେମାନେ ସହଜ ବ୍ୟାୟାମ କରିବା ଆରମ୍ଭ କରିବା ଦରକାର । ଜିମ୍‌ ଟ୍ରେନରଙ୍କ କହିବା ଅନୁଯାୟୀ ବ୍ୟାୟାମ କରିବା ସହ ଖାଦ୍ୟ ମଧ୍ୟ ଖିଆଯିବା ଦରକାର।

୪.ପ୍ରଥମେ ପ୍ରଥମେ ଅଧଘଣ୍ଟାରୁ ଅଧିକ ବ୍ୟାୟାମ କରନ୍ତୁ ନାହିଁ । ପରେ ଧିରେ ଧିରେ ଏହାର ସମୟ ବଢ଼ାନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe