ପତଳା ଶରୀରକୁ ନେଇ ଚିନ୍ତାରେ ରହୁଛନ୍ତି କି? ଦୁଗ୍ଧରେ ଏହି ସବୁ ଜିନିଷ ମିଶାଇ ପିଇଲେ ଦୂର ହେବ ସମସ୍ୟା

Advertisment
ପତଳା ଶରୀରକୁ ନେଇ ଚିନ୍ତାରେ ରହୁଛନ୍ତି କି? ଦୁଗ୍ଧରେ ଏହି ସବୁ ଜିନିଷ ମିଶାଇ ପିଇଲେ ଦୂର ହେବ ସମସ୍ୟା

ଓଜନ ଅଧିକ ହୋଇଯିବା ଯେପରି ଚିନ୍ତାର କାରଣ, ଓଜନ କମ୍‌ ହେବା ବି ସେହିପରି ଏକ ଚିନ୍ତାର କାରଣ। ଖୁବ୍ ଅଧିକ ପତଳା ଲୋକ ଅଧିକାଂଶ ସମୟରେ ନିଜ ଓଜନ ବୃଦ୍ଧି କରିବା ଚେଷ୍ଟାରେ ଲାଗିଥାନ୍ତି। ବିଭିନ୍ନ ପ୍ରକାର ଖାଦ୍ୟ ଖାଆନ୍ତି, ବିଭିନ୍ନ ଲୋକଙ୍କ ପରାମର୍ଶ ନିଅନ୍ତି। କିପରି ଟିକେ ମୋଟା ହେବେ, ସେ ଦିଗରେ ସଦାବ‌େଳେ ଚିନ୍ତାଶୀଳ ଥାଆନ୍ତି। ଆପଣ କିମ୍ବା ଆପଣଙ୍କ ପରିବାରରେ ଯଦି କେହି ଏପରି ସମସ୍ୟା ଦେଇ ଗତି କରୁଛନ୍ତି ତ ଚିନ୍ତା କରିବାର କୌଣସି କାରଣ ନାହିଁ। ଆମେ ଏପରି କିଛି ଜିନିଷର ନାମ କହିବୁ, ଯାହାକୁ ଦୁଗ୍ଧରେ ମିଶାଇ ପିଇବା ଦ୍ବାରା ଓଜନ ବୃଦ୍ଧି ପାଇବ।

ଦୁଗ୍ଧରେ କଦଳୀ ମିଶାଇ ତାହାକୁ ସେକ୍‌ କରି ପିଇଲେ ଶରୀରର ଓଜନ ବୃଦ୍ଧି ପାଇଥାଏ। ଜିମ୍‌ ‌ଯାଇ ଯେଉଁମାନେ ବଡି ବନାଇବାକୁ ଚାହାନ୍ତି, ସେମାନେ ବି ଏହି ସେକ୍‌ ପିଇଥାନ୍ତି।

ଖଜୁରୀ କୋଳି ମଧ୍ୟ ସେହିପରି ଏକ ଖାଦ୍ୟ। ଦୈନନ୍ଦିନ ଏକ ଗ୍ଲାସ ଖିରରେ କିଛି ଖଜୁରୀ କୋଳି ମିଶ୍ରଣ କରି ପିଇଲେ ଓଜନ ବୃଦ୍ଧିପାଏ ବୋଲି ଡାଇଟିସିଆନ୍‌ମାନେ ପରାମର୍ଶ ଦିଅନ୍ତି।

କାଜୁ କିମ୍ବା ଆଲମଣ୍ଡକୁ ଦୁଗ୍ଧରେ ପକାଇ ଗ୍ରାଇଣ୍ଡିଂ କରି ପିଇବା ଦ୍ବାରା ଓଜନ ବୃଦ୍ଧି ପାଇଥାଏ। ଏହା ଛୋଟପିଲାଙ୍କ ମସ୍ତିଷ୍କକୁ ତୀକ୍ଷ୍ଣ କରିଥାଏ ମଧ୍ୟ।

ଖିରରେ ମହୁ ମିଶାଇ ପିଇବା ମଧ୍ୟ ଖୁବ୍‌ ଭଲ। ତେବେ ଖିରରେ ମହୁ ମିଶାଇ ପିଇଲେ ଓଜନ ବୃଦ୍ଧି ହେବା ଅପେକ୍ଷା ଥଣ୍ଡା ସମସ୍ୟା ହ୍ରାସ କରିବାରେ ଏହା ବେଶି ସାହାଯ୍ୟ କରିଥାଏ।

ତେବେ ଆପଣଙ୍କ ଥଣ୍ଡା ଦେହ ହୋଇଥିଲେ, ଗରମ ଖିରରେ ହଳଦୀ ମିଶାଇ ବି ପିଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe