ବିପଦ ହେଉଛି ପରିମଳ ସମସ୍ୟା: ଏମ୍ସରେ ବଢୁଛନ୍ତି ଭାଲ୍‌ଭ ହୃଦ୍‌ରୋଗୀ

ଆଣ୍ଠୁ-ଗଣ୍ଠି କଷ୍ଟରୁ ହୃତ୍‌ପିଣ୍ଡ ସମସ୍ୟା, ନୟାଗଡ଼ରୁ ଆସୁଛନ୍ତି ସର୍ବାଧିକ

ଭୁବନେଶ୍ୱର ଏମ୍ସରେ ଅଘଟଣ: ଛାତରୁ ଡେଇଁପଡ଼ି ରୋଗୀଙ୍କର ମୃତ୍ୟୁ

AIIMS Bhubaneswar

ଭୁବନେଶ୍ବର: ବିପଦ ହେଉଛି ପରିମଳ ସମସ୍ୟା। ଏମ୍ସରେ ବଢ଼ୁଛି ଭାଲ୍‌ଭ ହୃଦ୍‌ରୋଗୀଙ୍କ ସଂଖ୍ୟା। ସ୍ଥିତି ଏଭଳି ହେଉଛି ଯେ ଔଷଧରେ ରୋଗୀ ସୁସ୍ଥ ନ ହେବାରୁ ସେମାନଙ୍କ ଅସ୍ତ୍ରୋପଚାର ମଧ୍ୟ କରିବାକୁ ପଡ଼ୁଛି। ଆଶ୍ଚର୍ଯ୍ୟ ବିଷୟ ହେଲା, ନୟାଗଡ଼, ଆସିକା, ଭଞ୍ଜନଗର ଓ ପୁରୀରୁ ଏହି ସମସ୍ୟା ନେଇ ଆସୁଥିବା ରୋଗୀଙ୍କ ସଂଖ୍ୟା ସର୍ବାଧିକ ରହିଥିବା କହିଛନ୍ତି ଏମ୍ସ ହୃଦ୍‌ରୋଗ ବିଶେଷଜ୍ଞ। କାହିଁକି ନିର୍ଦ୍ଦିଷ୍ଟ ଅଞ୍ଚଳରୁ ଏତେ ସଂଖ୍ୟକ ରୋଗୀ ଆସୁଛନ୍ତି, ତାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅନୁଧ୍ୟାନ ହୋଇନାହିଁ। ଏଥିପ୍ରତି ସ୍ବାସ୍ଥ୍ୟ ବିଭାଗ ବିଶେଷ ଗୁରୁତ୍ବ ଦେବାର ଆବଶ୍ୟକତା ରହିଥିବା ଏମ୍ସ ଡାକ୍ତରମାନେ କହିଛନ୍ତି।

ସୂଚନା ଅନୁଯାୟୀ, ଏମ୍ସ ହୃଦ୍‌ରୋଗ ବିଭାଗକୁ ଦୈନିକ ୨୦୦ ଓ ହୃଦ୍‌ଶଲ୍ୟ ବିଭାଗକୁ ପ୍ରାୟ ୨୦ରୁ ୩୦ ରୋଗୀ ଆସିଥାଆନ୍ତି। ଏଥିମଧ୍ୟରୁ ୫୦ରୁ ୬୦ ପ୍ରତିଶତ ଏଭଳି ରୋଗୀ ଅଛନ୍ତି, ଯେଉଁମାନେ ଭାଲ୍‌ଭ ହୃଦ୍‌ରୋଗ ସମସ୍ୟା ନେଇ ଆସୁଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ, ଦୁଇ ବର୍ଷ ହେଲା କରୋନା ଯୋଗୁଁ ଲୋକଙ୍କ ମଧ୍ୟରେ ହାତଧୁଆ ଅଭ୍ୟାସ ବଢ଼ିଛି। ନଚେତ ଶୌଚ ପରେ ହାତ ସଫା ନକରିବା, ଗୁହାଳ ପାଖରେ ଏବଂ ଆବର୍ଜନା ମଧ୍ୟରେ ରହିବା ଯୋଗୁଁ ଛୋଟ ବୟସରୁ ଅନେକ ପିଲାଙ୍କ ମଧ୍ୟରେ ଆଣ୍ଠୁ-ଗଣ୍ଠି ବଥା ଜ୍ବର ହୋଇଥାଏ। ଏହାର ପ୍ରଭାବ ସ୍ବରୂପ ପ୍ରାୟ ୨୦ରୁ ୩୦ ବର୍ଷ ପରେ ଭାଲ୍‌ଭକୁ ପ୍ରଭାବିତ କରିଥାଏ। ଅର୍ଥାତ କ୍ରମଶଃ ୧ ସେଣ୍ଟିମିଟର ଓ ପରେ ୦.୫ ସେଣ୍ଟିମିଟରକୁ ଭାଲ୍‌ଭ କ୍ରମଶଃ ସଂକୁଚିତ ହୋଇଯାଏ। ଫଳରେ କୃତ୍ରିମ ଭାଲ୍‌ଭ ଲଗାଇବାକୁ ପଡ଼େ। କିନ୍ତୁ କୃତ୍ରିମ ଭାଲ୍‌ଭ ଲଗାଇଲେ ମଧ୍ୟ ଆୟୁକୁ କେବଳ କିଛି ବର୍ଷ ଅର୍ଥାତ ୧୦ରୁ ୧୫ ବର୍ଷ କିମ୍ବା ଅଧିକ ସମ୍ପ୍ରସାରିତ କରିହେବ। କିନ୍ତୁ ଏଭଳି ଅନେକ ରୋଗୀ ଅଛନ୍ତି ଯେଉଁମାନେ ଅନ୍ତିମ ସମୟରେ ଡାକ୍ତରଙ୍କ ପାଖକୁ ଆସନ୍ତି। ସେମାନଙ୍କୁ ବଞ୍ଚାଇବା ମଧ୍ୟ କଷ୍ଟ ହୋଇଯାଏ।

ଏହାର ଲକ୍ଷଣ ନେଇ ସମସ୍ତେ ଅବଗତ ହେବା ଉଚିତ। ତାହା ହେଲା ଧଇଁସଇଁ ହେବା, ଚାଲିପାରୁନଥିବା, ଅଳ୍ପ ଚାଲିଲେ ହାଲିଆ ହେଉଥିବା, ଅଣନିଃଶ୍ବାସୀ ଲାଗିବା ଆଦି ଅଟେ। ଏହି ଲକ୍ଷଣ ପ୍ରଥମରୁ ଦେଖାଯାଏ ନାହିଁ। ପ୍ରକ୍ରିୟା ଅନୁଯାୟୀ ଧଇଁସଇଁ ହୋଇଥାଆନ୍ତି। ଭାଲ୍‌ଭ ହୃଦ୍‌ରୋଗ ଚିକିତ୍ସା ସରକାରୀ ଭାବରେ କେବଳ ଏମ୍‌ସରେ ହେଉଛି। ୩ ବର୍ଷ ହେଲା ଅସ୍ତ୍ରୋପଚାର ମଧ୍ୟ କରାଯାଉଛି। ନଚେତ ପୂର୍ବରୁ ଲୋକେ ରାଜ୍ୟ ବାହାରକୁ ଯାଉଥିଲେ। ଏଠାରେ ଅସ୍ତ୍ରୋପଚାର ପାଇଁ ତାରିଖ ମିଳିବାରେ ସମସ୍ୟା ହେଉଛି। ଏଥିଯୋଗୁଁ ରୋଗୀଙ୍କ ଅବସ୍ଥା ଗୁରୁତର ହେଉଛି। ଚିକିତ୍ସା ପୂର୍ବରୁ ପ୍ରତିଷେଧକ ଭାବରେ ଏଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe