ଖାଆନ୍ତୁ ୬ଟି ହଲ୍‌କା ଭଜା ହୋଇଥିବା ରସୁଣ, ୨୪ଘଣ୍ଟାରେ ମିଳିବ ଏସବୁ ଫାଇଦା

Advertisment
ଖାଆନ୍ତୁ ୬ଟି ହଲ୍‌କା ଭଜା ହୋଇଥିବା ରସୁଣ, ୨୪ଘଣ୍ଟାରେ ମିଳିବ ଏସବୁ ଫାଇଦା

ରୋଷେଇ ଘରେ ରସୁଣର ବିଭିନ୍ନ ପ୍ରକାର ପ୍ରୟୋଗ ହୋଇଥାଏ। ଏହାକୁ ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ମଧ୍ୟ ବ୍ୟବହାର କରାଯାଇଥାଏ। ଖାଦ୍ୟ ପଦାର୍ଥରେ ରସୁଣର ପ୍ରୟୋଗ ହେତୁ ଏହା ପାଚନ ଶକ୍ତିକୁ ଠିକ୍‌ ରଖିଥାଏ। ରସୁଣର ସିଧାସଳଖ ବ୍ୟବହାର ବି ଶରୀରକୁ ଅନେକ ଫାଇଦା ଦେଇଥାଏ।

ତେବେ ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି କି, ଯଦି ବ୍ୟକ୍ତି ଏକା ସହିତ ହଲକା ଭଜା ରସୁଣ ସେବନ କରନ୍ତି। ତେବେ ୨୪ଘଣ୍ଟା ମଧ୍ୟରେ ଆପଣ ଏହାର ଫାଇଦା ନିଜେ ଅନୁଭବ କରିବେ। ଆସନ୍ତୁ ଜାଣିବା ସେ ବିଷୟରେ...

publive-image

ରିସର୍ଚ୍ଚ ଅନୁସାରେ, ୬ଟି ଭଜା ରସୁଣ ଖାଇବାର ଠିକ୍‌ ଏକ ଘଣ୍ଟା ପରେ ଏହା ପେଟରେ ହଜମ ହୋଇଯାଇଥାଏ ଓ ନିଜର ପୌଷ୍ଟିକ୍‌ ପ୍ରଭାବ ଦେଖାଇବା ଆରମ୍ଭ କରି ଦେଇଥାଏ। ଆଗାମୀ ୨ରୁ ୪ଘଣ୍ଟା ମଧ୍ୟରେ ରସୁଣରୁ ବାହାରୁ ଥିବା ଆଣ୍ଟି ଅକ୍ସିଡେଣ୍ଟ ତତ୍ତ୍ୱକୁ ଆମର ଶରୀର ନିଜ ଭିତରେ ରଖିଥାଏ। ଫଳରେ ଶରୀର ଭିତରେ ଯେତିକି ବି କର୍କଟର କୋଷ ଜନ୍ମ ନେଇଥାଏ, ଏହା ତାକୁ ନଷ୍ଟ କରି ଦେଇଥାଏ।

୪ରୁ ୬ଘଣ୍ଟା ଭିତରେ ଏହି ରସୁଣ ଆମର ମେଟାବଲିଜିମ୍‌ ଉପରେ କାମ କରିଥାଏ। ପେଟରେ ଥିବା ଏକଷ୍ଟ୍ରା ଫ୍ୟାଟ ନଷ୍ଟ କରିଥାଏ। ସେହିପରି ୬ଘଣ୍ଟା ପରେ ଆମ ରକ୍ତରେ ଥିବା ସଂକ୍ରମଣକୁ ପରିଷ୍କାର କରିଥାଏ। ରସୁଣ ଖାଇବାର ୨୪ଘଣ୍ଟା ପୂରା ହେବା ପରେ ଆମ ଶରୀରରେ ଏମିତି କିଛି ପରିବର୍ତ୍ତନ ହୋଇଥାଏ।

ଏତତବ୍ୟତୀତ ହଲ୍‌କା ଭଜା ହୋଇଥିବା ରସୁଣ ଖାଇଲେ ବ୍ଲଡ୍‌ ପ୍ରେସର କଣ୍ଟ୍ରୋଲ ଓ କଲେଷ୍ଟ୍ରଲ କମ୍‌ ହୋଇଥାଏ। ହାଡ ମଜୁବତ ହୋଇଥାଏ ଓ ଶରୀରକୁ ଏକ ସ୍ୱତନ୍ତ୍ର ପ୍ରକାର ଏନର୍ଜି ମିଳିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe