କମ୍ ଦାମ୍‌ରେ ସବୁଠୁ ଭଲ ବିୟୁଟି ପ୍ରଡକ୍ଟ; ଏକାଥରକେ ଟୋନର ଓ ମସ୍‌ଚୁରାଇଜର୍‌ ପରି କାମ କରିବ

କମ୍ ଦାମ୍‌ରେ ସବୁଠୁ ଭଲ ବିୟୁଟି ପ୍ରଡକ୍ଟ; ଏକାଥରକେ ଟୋନର ଓ ମସ୍‌ଚୁରାଇଜର୍‌ ପରି କାମ କରିବ

ଦୁନିଆରେ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟ ସବୁ ରହିଛି। ନିଜକୁ ଯୁବା ଓ ସୁନ୍ଦର ଦେଖେଇବା ପାଇଁ ଯୁବପିଢିରୁ ନେଇ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସେ ସବୁକୁ ବ୍ୟବହାର କରିଥାନ୍ତି। ଅନେକ ପ୍ରଡକ୍ଟର ଦର ଆକାଶଛୁଆଁ ହୋଇଥାଏ। ତାହାକୁ ସାଧାରଣ ଳୋକ ବ୍ୟବହାର କରିପାରନ୍ତି ନାହିଁ।

ହେଲେ ଆପଣ ଜାଣନ୍ତି କି ଯେତେ ବି ବିୟୁଟି ପ୍ରଡକ୍ଟ ସବୁ ରହିଛି ସବୁଠାରୁ କମ ଦାମ୍ ଓ ସବୁଠାରୁ ଉପକାରୀ ହେଉଛି ଗୋଲାପ ଜଳ। ଏହାକୁ ବିଭିନ୍ନ ଆକାରରେ ବ୍ୟବହାର କରାଯାଇପାରେ। ମୁଁହରୁ ନେଇ କେଶ ପର୍ଯ୍ୟନ୍ତ ଗୋଲାପ ଜଳ ସବୁ କ୍ଷେତ୍ରରେ ଉପକାରୀ।

ଆପଣ ଯଦି ବେସନରେ ଫେସ୍ ପ୍ୟାକ କରି ଲଗାଉଛନ୍ତି ତ ସେଥିରେ ଟିକେ ଗୋଲାପ ଜଳ ମିଶାନ୍ତୁ। ଦେଖିବେ ଆପଣଙ୍କ ମୁଁହ ପୂର୍ବାପେକ୍ଷା ଚିକ୍କଣ ଦିଶିବ।

ରାତିରେ ଶୋଇବା ପୁର୍ବରୁ ମୁହଁକୁ ଭଲକରି ଧୋଇଦିଅନ୍ତୁ। ତାପରେ ଟିକେ ଗୋଲାପ ଜଳ ଲଗେଇ ଦିଅନ୍ତୁ। ଦେଖିବେ ଏହା ଟୋନର ପରି କାମ ଦବ।

ସାମ୍ପୁରେ ଗୋଲାପ ଜଳ ମିଶାଇ ମୁଣ୍ଡ ଧୋଇଲେ କେଶ ଚିକ୍କଣ ହୋଇଥାଏ। ପାରୁଛନ୍ତି ଯଦି ସାମ୍ପୁରେ ଗୋଲାପ ଜଳ ମିଶାଇ ମୁଣ୍ଡ ଧୁଅନ୍ତୁ। ଆପଣ ମୁହଁରୁ ମେକ୍ ଅପ୍ ଛଡେଇବା ପାଇଁ ମଧ୍ୟ ଗୋଲାପ ଜଳକୁ ବ୍ୟବହାର କରିପାରିବେ।

ଏହାଛଡ଼ା ଆପଣ ଗୋଲାପ ଜଳରେ ମହୁ ମିଶ୍ରଣ କରି ଲଗାଇଲେ ତାହା ମସ୍‌ଚୁରାଇଜର୍‌ ପରି କାମ କରିବ। ଏହାକୁ ପ୍ରତିଦିନ ଲଗାଇବା ଦ୍ବାରା ତ୍ବଚା ଉଜ୍ଜ୍ବଳ ଦିଶିଥାଏ। ଗୋଲାପ ଜଳର ସବୁଠାରୁ ବଡ଼ ବିଶେ‌ଷତ୍ବ ହେଉଛି ଏହାର କମ୍‌ ଦାମ। ଏହାକୁ ଯେକେହିବି ବ୍ୟବହାର କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe