Expert Chikitsa
ନୂଆଦିଲ୍ଲୀ: ନିକଟରେ ଅନୁଷ୍ଠିତ ଏକ ଅଧ୍ୟୟନ ଅନୁଯାୟୀ ମାତ୍ର ୧୦ ପ୍ରତିଶତ ରୋଗୀ ହୃଦ୍ଘାତର ଏକଘଣ୍ଟା ଭିତରେ ହସ୍ପିଟାଲରେ ପହଞ୍ଚିଥାନ୍ତି, ଯାହା ସେମାନଙ୍କ ଜୀବନ ରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ। ଯେତେଶୀଘ୍ର ସେମାନଙ୍କୁ ହସ୍ପିଟାଲକୁ ଅଣାଯିବ ଚିକିତ୍ସାରୁ ସେତେ ଅଧିକ ସୁଫଳ ମିଳିବ।
ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ପକ୍ଷରୁ ଏହି ଅଧ୍ୟୟନ କରାଯାଇଥିଲା, ଯାହାର ରିପୋର୍ଟ ମେଡିକାଲ ଜର୍ଣ୍ଣାଲ ଲାନସେଟରେ ପ୍ରକାଶ ପାଇଛି। ଏମ୍ସର କମ୍ୟୁନିଟି ମେଡିସିନ ସେଣ୍ଟରର ପ୍ରଫେସର ଡ ଆନନ୍ଦ କୃଷ୍ଣନଙ୍କ କହିବା ଅନୁସାରେ, ହରିୟାଣା ଫରିଦାବାଦର ବଲ୍ଲବଗଡ଼ ବ୍ଲକ୍ରେ ହୃଦ୍ଘାତରେ ମରିଥିବା ଲୋକମାନଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା। ରୋଗୀକୁ ହସ୍ପିଟାଲ ଆଣିବାରେ କାହିଁକି ବିଳମ୍ବ ହେଲା ଏବଂ ହସ୍ପିଟାଲରେ ପହଞ୍ଚିବା ପରେ ତୁରନ୍ତ ଚିକିତ୍ସା ଆରମ୍ଭ କରାଇବା ଲାଗି ସେମାନେ କିକି ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏ ବିଷୟରେ ମୃତକଙ୍କ ପରିବାର ଲୋକଙ୍କୁ ପଚରାଯାଇଥିଲା। ଏମ୍ସର ତିନୋଟି ବିଭାଗ - କାର୍ଡିଓଲୋଜି, ନ୍ୟୁରୋଲୋଜି ଓ କମ୍ୟୁନିଟି ମେଡିସିନ ପକ୍ଷରୁ ଇଣ୍ଡିଆନ କାଉନ୍ସିଲ ଅଫ୍ ମେଡିକାଲ ରିସର୍ଚ୍ଚ ପାଣ୍ଠିରେ ଏହି ଅଧ୍ୟୟନ କରାଯାଇଥିଲା।
/sambad/media/post_attachments/wp-content/uploads/2023/05/hfshsfsfhsfh.jpg)
ଅଧ୍ୟୟନରୁ ଜଣାପଡ଼ିଲା ଯେ ୩୦ରୁ ୪୦ ପ୍ରତିଶତ ଲୋକ ପରିସ୍ଥିତି କାରଣରୁ ହସ୍ପିଟାଲରେ ରୋଗୀକୁ ବିଳମ୍ବରେ ପହଞ୍ଚାଇ ନ ଥିଲେ। ଡ କୃଷ୍ଟନଙ୍କ କହିବା ଅନୁସାରେ ୫୫ ପ୍ରତିଶତ ଲୋକ କ’ଣ ହୋଇଛି ଜାଣିପାରି ନ ଥିଲେ। ରୋଗୀର ହୃଦ୍ଘାତ ହୋଇଛି ନା ଷ୍ଟ୍ରୋକ୍ ହୋଇ ନା ଆଉ କିଛି ସେମାନେ ଜାଣିପାରି ନ ଥିଲେ। ଏଣୁ ତୁରନ୍ତ ହସ୍ପିଟାଲ ନେବାର ଆବଶ୍ୟକତା ସେମାନେ ବୁଝିପାରି ନ ଥିଲେ। ୨୦ରୁ ୩୦ ପ୍ରତିଶତ ଲୋକ ରୋଗୀକୁ ହସ୍ପିଟାଲ ନେବା ପାଇଁ ଗାଡ଼ି, ଟଙ୍କା ଆଦି ଅଭାବର ସମ୍ମୁଖୀନ ହୋଇଥିଲେ। ପ୍ରାୟ ୧୦ ପ୍ରତିଶତ ଲୋକ ରୋଗୀକୁ ହସ୍ପିଟାଲରେ ଠିକ୍ ସମୟରେ ପହଞ୍ଚାଇଥିଲେ ମଧ୍ୟ ହସ୍ପିଟାଲରେ ଅନ୍ୟ କାରଣରୁ ଚିକିତ୍ସାରେ ବିଳମ୍ବ ଘଟିଥିଲା। ଏଥିରେ ୪୩୫ ଜଣ ହୃଦ୍ଘାତ ମୃତ୍ୟୁ ଉପରେ ଅନୁଧ୍ୟାନ କରାଯାଇଥିଲା।
Follow Us