ଜୀବନଚର୍ଯ୍ୟା ବିଶେଷ ଘରେ ମୂଷା ହଇରାଣ କରୁଛନ୍ତି କି? ମୋବାଇଲ୍ ଆପ୍ ବ୍ୟବହାର କରି ୧ ମିନିଟ୍ରେ ଘରୁ ମୂଷାମାନଙ୍କୁ ବାହାର କରନ୍ତୁ Advertisment January 27, 2018, 02:03 PM IST 27 Jan 2018 14:03 IST Sambad Digital Follow Us ଏହି ଟ୍ରିକ୍ ମାଧ୍ୟମରେ ଜାଣନ୍ତୁ ଫୋନ୍ ମାଧ୍ୟମରେ କେମିତି ଭଗେଇବେ ମୂଷା। ଆପଣଙ୍କୁ କେବଳ ଗୁଗଲ୍ ପ୍ଲେ ଷ୍ଟୋର୍ରୁ ଡାଉନ୍ଲୋଡ୍ କରି ଇନ୍ଷ୍ଟଲ୍ କରିବା ପାଇଁ ପଡ଼ିବ ଏହି ମାଗଣା ଆପ୍। ଜାଣନ୍ତୁ କେମିତି କାମ କରିଥାଏ ଏହି ଆପ୍ - ଏହି ଆପ୍କୁ ୧୦ ବର୍ଷ ଗବେଷଣା ଓ ପରୀକ୍ଷା କରିଲା ପରେ ଲଞ୍ଚ୍ କରାଯାଇଛି। ଏହି ଆପ୍ ଜରିଆରେ ଏକ ଅଲଗା ପ୍ରକାର ଶବ୍ଦ ବାହାରିଥାଏ, ଯାହାକୁ ମୂଷାମାନେ ଶୁଣି ସହି ପାରନ୍ତି ନାହିଁ ଓ ଘରୁ ବାହାରକୁ ପଳାଇଯାଆନ୍ତି। ଆପଣ ନିଜ ହିସାବରେ ସାଉଣ୍ଡ୍ ଫ୍ରିକ୍ୟୁଏନ୍ସି ସେଟ୍ କରିପାରିବେ। ଷ୍ଟେପ୍ ୧: ଗୁଗଲ୍ ପ୍ଲେ ଷ୍ଟୋର୍ରୁ ଆଣ୍ଟି ର୍ୟାଟ୍ ସୋନାର୍ (Anti Rat Sonar) ଆପ୍ ଡାଉନ୍ଲୋଡ୍ କରନ୍ତୁ। ଷ୍ଟେପ୍ ୨: ଆପ୍କୁ ଇନ୍ଷ୍ଟଲ୍ କରିଲା ସମୟରେ ଏକ ପର୍ମିସନ୍ ମାଗିବ, ତା’କୁ ଆଲାଉ (Allow) କରିବେ ଓ ମାଇକ୍ରୋଫୋନ୍ ଆକ୍ସେସ୍ (Microphone Access)କୁ ମଧ୍ୟ Accept କରନ୍ତୁ। ଷ୍ଟେପ୍ ୩: ଏବେ ଏହି ଆପ୍ ଆକ୍ଟିଭ୍ ହୋଇଯିବ। ବର୍ତ୍ତମାନ ଏଠାରେ ଆପଣ ନିର୍ଦ୍ଦିଷ୍ଟ ପରିମାଣ ହିସାବରେ ଶବ୍ଦ େଓ୍ଵବ୍କୁ କମ୍ ଓ ବେଶୀ କରିପାରିବେ। ଏହା ପରେ ମୂଷାମାନେ ଘରଛାଡ଼ି ପଳେଇବେ।