ଏହି ସବୁ ଛୋଟ ଛୋଟ କାରଣ ପାଇଁ ଅଯଥାରେ ଦୁଃଖୀ ହୋଇଥାଏ ମନ; ଆପଣଙ୍କ ପ୍ରିୟ ରଂଗ କରିପାରେ ଆପଣଙ୍କୁ ସାହାଯ୍ୟ

Advertisment
ଏହି ସବୁ ଛୋଟ ଛୋଟ କାରଣ ପାଇଁ ଅଯଥାରେ ଦୁଃଖୀ ହୋଇଥାଏ ମନ; ଆପଣଙ୍କ ପ୍ରିୟ ରଂଗ କରିପାରେ ଆପଣଙ୍କୁ ସାହାଯ୍ୟ

ମନ ଖରାପ ରହିବା ଜଣେ ମଣିଷ ପାଇଁ ବଡ଼ ରୋଗ ହୋଇଥାଏ। ମନ ଯଦି ଖରାପ ରହେ ସୁସ୍ୱାଦୁ ଖାଦ୍ୟ, ସୁନ୍ଦର ପୋଷାକ ଖୁସି ଦେଇପାରେନା। ଆମର ପ୍ରଥମ କାମ ହେଉଛି ମନକୁ ସୁସ୍ଥ ରଖିବା। ମନ ସୁସ୍ଥ ରହିଲେ ଶରୀର ସୁସ୍ଥ ରହିବା ସହ ଚେହେରାର ଚମକ ବି ଅକ୍ଷୁର୍ଣ୍ଣ ରହିବ। ଅନେକ ସମୟରେ ଆମେ ଅଜାଣତରେ କରୁଥିବା ଭୁଲ୍‌ ସବୁ ବିଶାଦର କାରଣ ହୋଇଥାଏ। ତାହାକୁ ନ ଚିହ୍ନି ପାରି ଆମେ ମନ ଖରାପ ହେବାର କାରଣ ଖୋଜିଥାଉ। ଅନେକ ସମୟରେ ବିନା କାରଣରେ ଆପଣଙ୍କ ମନ ଖରାପ ହୋଇଥିବ। ଚାଲନ୍ତୁ ସେପରି କାହିଁକି ହୁଏ ଜାଣିବା, ତାହାର ପ୍ରତିକାର କରିବା।

ଆମେ ଜାଣିପାରନ୍ତି ନାହିଁ ମାତ୍ର ଅନେକ ସମୟରେ ନିଜକୁ ଭଲ ନଲାଗୁଥିବା ଜିନିଷ ବ୍ୟବହାର କରିବା ବି ମନ ଖରାପର କାରଣ ହୋଇଥାଏ। ଧରିନିଅନ୍ତି ଆପଣଙ୍କ ପ୍ରିୟ ରଂଗ ହଳଦିଆ। ମତ୍ର ଆପଣ ନିଜର ଘର ରଂଗ ସବୁଜ, ସୋଫା କଭର୍‌ ରଂଗ ନାଲି ଓ ବେଡ୍‌ସିଟ୍‌ ରଂଗ ଆକାଶୀ ଚୟନ କରି ଘର ସଜାଇଛନ୍ତି। ଏହାବି ଅଜାଣତରେ ଦୁଃଖର କାରଣ ହୋଇଥାଏ। ନିଜର ପ୍ରିୟ ରଂଗକୁ ପ୍ରାଥମିକତା ଦିଅନ୍ତୁ ଦେଖିବେ ମନ ଫୂର୍ତ୍ତି ରହିବ।

publive-image

ଘର ଭିତରେ କମ୍‌ ଆଲୋକ ବି ବିଶାଦର କାରଣ ହୋଇଥାଏ। ଯଦି ଆପଣଙ୍କ ଘରେ ଅତି କମ୍‌ରେ ଦୁଇଟି ଝରକା ନାହିଁ କିମ୍ବା ଘର ପାଖରେ ଅନ୍ୟ ଘର ଥିବା ହେତୁ ଆବଶ୍ୟକ ମୁତାବକର ଆଲୋକ ଘର ଭିତରକୁ ପଶି ପାରୁନାହିଁ ତାହା ବି ମନରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଯଥା ଚେଷ୍ଟା କରନ୍ତୁ ଘରକୁ ଉଜ୍ୱଳ କରିବା ପରି ଲାଇଟ୍‌ ବ୍ୟବହାର କରିବାକୁ, ମନ ପ୍ରଫୁଲ୍ଲ ରହିବ।

ଅତି ଶାନ୍ତ ବାତାବରଣ ବି ମନଦୁଃଖର ଅନ୍ୟତମ କାରଣ। ସାମାଜିକ ହୁଅନ୍ତୁ। ପଡ଼ୋଶୀଙ୍କ ସହ ଉତ୍ତମ ସଂପର୍କ ରଖି ପରସ୍ପରଙ୍କ ଘରକୁ ଯିବାସିବା କରନ୍ତୁ। ଏକଥା ତ ଆପଣ ନିଶ୍ଚୟ ଶୁଣିଥିବେ ଯେ ଦୁଃଖ ବାଣ୍ଟିଲେ ଦୁଃଖ ଅଧା ହୋଇଯାଏ ଓ ସୁଖ ବାଣ୍ଟିଲେ ସୁଖ ଦ୍ୱିଗୁଣ। ଏହି ନୀତିକୁ ମାନି ଚଳିଲେ ମନ ଫୂର୍ତ୍ତି ରହିବ। ମାତ୍ର ମନେ ରଖନ୍ତୁ ଯାହାଙ୍କ ପାଖରେ ଆପଣ ସହଜ ମନେ କରନ୍ତି, କେବଳ ତାଙ୍କ ସହ ହିଁ ନିଜର ସୁଖ,ଦୁଃଖ ବାଣ୍ଟନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe