ସବୁ ଋତୁରେ ପାଆନ୍ତୁ ଉତ୍ତମ ସୌନ୍ଦର୍ଯ୍ୟ, ବାସ୍‌ ଟିକିଏ ଲୁଣ!

Advertisment
ସବୁ ଋତୁରେ ପାଆନ୍ତୁ ଉତ୍ତମ ସୌନ୍ଦର୍ଯ୍ୟ, ବାସ୍‌ ଟିକିଏ ଲୁଣ!

ବର୍ଷା ଆଉ ଶୀତ ଦିନେ ଚେହେରାରେ ବ୍ରଣ ହେବା ଏକ ସାଧାରଣ କଥା। ଯାହାଙ୍କ ତ୍ୱଚା ତୈଳଯୁକ୍ତ ତାଙ୍କ ପାଇଁ ଋତୁ କ’ଣ, ସବୁ ଦିନେ ସେମାନଙ୍କ ମୁହଁରେ ବ୍ରଣ ଦେଖାଯାଇଥାଏ। କସ୍‌ମେଟିକ୍‌ ବ୍ୟବହାର କରି ଆପଣ ହୁଏତ କିଛି ଦିନ ପାଇଁ ମୁହଁକୁ ଠିକ୍‌ କରାଇ ପାରନ୍ତି। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଏହା ପୁଣି ବାହାରି ମୁହଁକୁ ଅସୁନ୍ଦର କରି ପକାଇଥାଏ। ଏହା ବ୍ୟତୀତ କସ୍‌ମେଟିକ୍‌ଗୁଡ଼ିକ ମହଙ୍ଗା ହେବା ସହିତ ଏଗୁଡ଼ିକର ପାର୍ଶ୍ୱ ପ୍ରଭବ ବି ରହିଛି।

publive-image

ଉଭୟ ମହିଳା ଓ ପୁରୁଷ କ୍ଷେତ୍ରରେ ଏହି ସମସ୍ୟା ଦେଖାଯାଇ ଥାଏ। ବ୍ରଣ ଯେ ଖାଲ ଅସୁନ୍ଦର ଦିଶେ ସେମିତି ନୁହେଁ, ବରଂ ମୁହଁକୁ ଦରଜ ବି କରି ଦେଇଥାଏ। ସବୁଠାରୁ ବଡ଼ କଥା ହେଲା ବ୍ରଣ ଭଳ ହେବା ପରେ ବି ମୁହଁରୁ ଦାଗଗୁଡ଼ିକ ସହଜରେ ଯାଏନାହିଁ। ଯାହା ସୌନ୍ଦର୍ଯ୍ୟକୁ ପୂରାପୂରି ଭାବେ ବିଗାଡ଼ି ଦେଇଥାଏ। ଆପଣଙ୍କ ମନରେ ଏଇ କଥା କେତେ ଥର ଆସିଥିବା ଯେ ଏମିତି କିି ଉପାୟ ମିଳନ୍ତା କି ଯାହା ଦ୍ୱାରା ବ୍ରଣ ଜମା ମୁହଁରେ ଉଠନ୍ତା ନାହିଁ। ଆପଣ ଜାଣି ରଖନ୍ତୁ ଯେ ସେମିତି ଉପାୟଟିଏ ନିଶ୍ଚୟ ଅଛି।

publive-image

ଆସନ୍ତୁ ଜାଣିବା ଖାଇବା ଲୁଣ ବ୍ୟବହାର କରି କିପରି ମୁହଁରୁ ବ୍ରଣ ଦୂର କରିହେବ। ଲୁଣ ବ୍ରଣ ଭଲ କରିବା ସହ ମୁହଁରୁ ଦାଗ ବି କମ୍‌ କରି ଦେବ ଧୀରେ ଧୀରେ। ତ୍ୱଚା ଉଜ୍ୱଳ ବି ଦିଶିବ ଆଉ ନରମ ବି ହେବ। ଗୋଟାଏ କାଚ ପାତ୍ରରେ କିଛି ଲୁଣ ନିଅନ୍ତୁ। ସେଥିରେ କିଛି ମହୁ ମିଶାଇ ଏକ ପେଷ୍ଟ୍‍ ପ୍ରସ୍ତୁତ କରନ୍ତୁ। ସେହି ପେଷ୍ଟ୍‍କୁ ମୁହଁ ଧୋଇ ପରିଷ୍କାର କରି ଲେପ ଦିଅନ୍ତୁ। ତାହାକୁ ୧୦-୧୫ ମିନିଟ୍‌ ମୁହଁରେ ରଖନ୍ତୁ। ତା’ପରେ ହାତକୁ ଟିକେ ଓଦା କରି ମୁହଁକୁ ଟିକେ ସମୟ ର୍ସ୍କବ କରନ୍ତୁ। ତା’ ପରେ ସାଧା ପାଣିରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ଥର ଏମିତି କରି ଦେଖନ୍ତୁ ଆପଣଙ୍କ ତ୍ୱଚା କିପରି ଉଜ୍ଜ୍ୱଳ ଦିଶିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe