ଶରୀରର ଏହି ସବୁ ଅଂଶରେ ଏପରି ପ୍ରତିକ୍ରିୟା ଦେଖାଦେଲେ, ମିଳିଥାଏ ଆମ ଆଗତ ଭବିଷ୍ୟତ ସଂପର୍କରେ ସୂଚନା, ଜାଣନ୍ତୁ କେମିତି

Advertisment
ଶରୀରର ଏହି ସବୁ ଅଂଶରେ ଏପରି ପ୍ରତିକ୍ରିୟା ଦେଖାଦେଲେ, ମିଳିଥାଏ ଆମ ଆଗତ ଭବିଷ୍ୟତ ସଂପର୍କରେ ସୂଚନା, ଜାଣନ୍ତୁ କେମିତି

ଆମର ଭାଗ୍ୟ ଭବିଷ୍ୟତ ସହ ଆମ ଶରୀରର ବିଭିନ୍ନ ଅଂଶ ବେଶ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ଶୁଣିବାକୁ ଅଖାଡ଼ୁଆ, ଅବାସ୍ତବ ଲାଗୁଥିଲେ ବି ଏହା ଏକ ବାସ୍ତବ କଥା। ଅନେକ ସମୟରେ ଆମ ସମସ୍ତଙ୍କ ଶରୀରର ବିଭିନ୍ନ ଅଂଶ ଆକସ୍ମିକ ଭାବେ ସଂଚାଳନ ହେବା (ଅର୍ଥାତ ସ୍ପନ୍ଦନ ସୃଷ୍ଟି ହେବା, ଧକ୍‌ ଧକ୍‌ ହେବା, ଟାଣି ହୋଇଯିବା ଇତ୍ୟାଦି, ଇତ୍ୟାଦି...), ଆମେ ସମସ୍ତେ ପ୍ରାୟ ଅନୁଭବ କରିଥାଉ। ତେବେ, ସମୁଦ୍ର ଶାସ୍ତ୍ର କହେ, ଆମ ଶରୀରର ବିଭିନ୍ନ ଅଂଶ ହେଉଛି ଅତ୍ୟନ୍ତ ସମ୍ବେଦନଶୀଳ। ଏସବୁର ସଂପୃକ୍ତି ସିଧାସଳଖ ଆମ ମସ୍ତିଷ୍କ ସହ ରହିଥାଏ। ତେଣୁ, ଆମ ସମସ୍ତଙ୍କ ଶରୀରର ବିଭିନ୍ନ ଅଂଶ ଆକସ୍ମିକ ଭାବେ ସଂଚାଳନ ହେବା ଘଟଣା ଆମ ଆଗତ ଭବିଷ୍ୟତ ସଂପର୍କରେ ଆମକୁ ଆଗୁଆ ସୂଚନା ପ୍ରଦାନ କରିଥାଏ। ତେବେ, ଆସନ୍ତୁ ଜାଣିବା ଏସଂପର୍କରେ କ’ଣ କହେ ସମୁଦ୍ର ଶାସ୍ତ୍ର। ଶରୀରର କେଉଁ ଅଙ୍ଗରେ ସ୍ପନ୍ଦନ ସୃଷ୍ଟି ହେଲେ କ’ଣ ସୂଚନା ମିଳିଥାଏ...

publive-image

ଯଦି କୌଣସି ପୁରୁଷ ବ୍ୟକ୍ତିର ଶରୀରର ବାମପଟ ମାଂସପେଶୀ ବା ଅନ୍ୟସ୍ଥାନରେ ବାରମ୍ବାର ସ୍ପନ୍ଦନ ସୃଷ୍ଟି ହୁଏ ଅବା ଟାଣି ହୋଇଯାଏ, ତେବେ ବୁଝିବାକୁ ପଡ଼ିବ ଯେ ଆପଣଙ୍କୁ ଖୁବ୍‌ ଶୀଘ୍ର କିଛି ଦୁଃସମ୍ବାଦ ମିଳିବା ପାଇଁ ଯାଉଛି। ଯେପରିକି ପରିବାରରେ କୌଣସି ନିକଟ ସଂପର୍କୀୟଙ୍କ ଆକସ୍ମିକ ବିୟୋଗ ଖବର, ଅବା ନିଜର ଚାକିରି ହରାଇବାର ସମ୍ବାଦ! ସେହିପରି ଯଦି କୌଣସି ପୁରୁଷ ବ୍ୟକ୍ତିର ଶରୀରର ଡାହଣପଟ ମାଂସପେଶୀ ବା ଅନ୍ୟସ୍ଥାନରେ ବାରମ୍ବାର ସ୍ପନ୍ଦନ ସୃଷ୍ଟି ହୁଏ ଅବା ଟାଣି ହୋଇଯାଏ, ତେବେ ବୁଝିବାକୁ ପଡ଼ିବ ଯେ ଆପଣଙ୍କୁ ଖୁବ୍‌ ଶୀଘ୍ର କିଛି ଶୁଭ ଏବଂ ଭଲ ସମ୍ବାଦ ମିଳିବା ପାଇଁ ଯାଉଛି।

publive-image

ତେବେ, ମହିଳାମାନଙ୍କ କ୍ଷେତ୍ରରେ ଏହା ଠିକ୍‌ ଓଲଟା। ବାମପଟ ଶୁଭ ଏବଂ ଭଲ ସମ୍ବାଦ ମିଳିବାର ସଙ୍କେତ ଦେଉଥିବା ବେଳେ ଡାହଣ ପଟ ଖରାପ ସମ୍ବାଦର ସଙ୍କେତ ଦେଇଥାଏ।

publive-image

ଯଦି ଆପଣଙ୍କ କପାଳରେ ସ୍ପନ୍ଦନ ସୃଷ୍ଟି ହେଉଥାଏ, ତେବେ ଜାଣି ନିଅନ୍ତୁ ଯେ ଆପଣଙ୍କ ପାଇଁ କିଛି ଭୌତିକ ସୁଖ ଓ ଅର୍ଥ ଅପେକ୍ଷା କରି ରହିଛି।

publive-image

ଯଦି ଆପଣଙ୍କ ଆଖିରେ ସ୍ପନ୍ଦନ ସୃଷ୍ଟି ହେଉଥାଏ ଅବା ଆଖି ଡେଉଁଥାଏ ତେବେ ଜାଣି ରଖନ୍ତୁ ଆପଣ ଖୁବ୍‌ ଶୀଘ୍ର କିଛି ଭଲ ସମ୍ବାଦ ପାଇବାକୁ ଯାଉଛନ୍ତି। ଆଉ ଖାସ୍‌ କରି ଯଦି ଡାହଣ ଆଖି ଡେଉଁଥାଏ ତେବେ ସ୍ଥିର ନିଶ୍ଚିତ ହୋଇ ଯାଆନ୍ତୁ ଆପଣ ଦେଖିଥିବା ସ୍ୱପ୍ନ ସତ୍ୟରେ ପରିଣତ ହେବାକୁ ଯାଉଛି। ହେଲେ, ଡାହଣ ପଟ ଆଖି ଯଦି କ୍ରମାଗତ ଭାବେ ଦୀର୍ଘ ସମୟ ପାଇଁ ଡେଉଁଚି ତେବେ, ଜାଣି ରଖନ୍ତୁ ଆପଣ ଖୁବ୍‌ ଶୀଘ୍ର କିଛି ଏକ ବଡ଼ ରୋଗରେ ପଡ଼ିବାକୁ ଯାଉଛନ୍ତି।

publive-image

ଆଉ ଯଦି ଆପଣଙ୍କର ଗାଲରେ ସ୍ପନ୍ଦନ ସୃଷ୍ଟି ହେଉଛି ଓ ଗାଲ ଆପେ ଆପେ ଥରି ଉଠୁଛି, ତେବେ ନିଶ୍ଚିତ ହୋଇ ଯାଆନ୍ତୁ, ଆପଣଙ୍କର ଭାଗ୍ୟ ବଦଳିବାର ଦିନ ଆସିଗଲା। ଆପଣଙ୍କ ଭାଗ୍ୟରେ ହଠାତ୍‌ ଏମିତି ପରିବର୍ତ୍ତନ ଘଟିବ, ଯାହାକୁ ଆପଣ ନିଜେ ସୁଦ୍ଧା ବିଶ୍ୱାସ କରିପାରିବେ ନାହିଁ। ତେବେ ଗାଲରେ ସ୍ପନ୍ଦନ ସୃଷ୍ଟି ହେବା ଓ ଗାଲ ଆପେ ଆପେ ଥରି ଉଠୁବା କ୍ୱଚିତ୍‌ ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe