ମଧ୍ୟପ୍ରଦେଶରେ ଚାଷ ହେଉଛି ୨ ଲକ୍ଷ ୭୦ ହଜାର ଟଙ୍କିଆ ଆମ୍ବ, ବଗିଚା ଜଗିଛନ୍ତି ୩ କର୍ମୀ ଓ ୯ କୁକୁର

ମଧ୍ୟପ୍ରଦେଶରେ ଚାଷ ହେଉଛି ୨ ଲକ୍ଷ ୭୦ ହଜାର ଟଙ୍କିଆ ଆମ୍ବ, ବଗିଚା ଜଗିଛନ୍ତି ୩ କର୍ମୀ ଓ ୯ କୁକୁର

The Indian Express

ନୂଆଦିଲ୍ଲୀ: ଭାରତରେ ଆମ୍ବ ଲୋକଙ୍କର ସବୁଠାରୁ ପସନ୍ଦଦାର ଫଳ ମଧ୍ୟରେ ଅନ୍ୟତମ। ଲୋକ ଭଲ ରକମର ଆମ୍ବ ଖାଇବାକୁ ଉଚ୍ଚ ଅର୍ଥ ରାଶି ଖର୍ଚ୍ଚ କରିବାକୁ ବି ପଛାନ୍ତି ନାହିଁ। ବିଭିନ୍ନ ପ୍ରକାର ଆମ୍ଭର ବିଭିନ୍ନ ପ୍ରକାରର ସ୍ବାଦ ହୋଇଥାଏ। ଏହି କାରଣରୁ ଦେଶରେ ଅଲଗା ଅଲଗା କିସମର ଆମ୍ଭ ଚାଷ କରାଯା‌ଏ। ସବୁ ଆମ୍ବର ସ୍ବାଦ ଅଲଗା ହୋଇଥାଏ।

ଏବେ ଚର୍ଚ୍ଚାକୁ ଆସିଛି ସେହିପରି ଏକ ନିଆରା କିସମର ଆମ୍ଭ। ମଧ୍ୟପ୍ରଦେଶର ଜବଲପୁରରେ ଏକ ଏପରି କିସମର ଆମ୍ଭ ଚାଷ କରାଯାଉଛି, ଯାହାର ଦର ଅନ୍ତରାଷ୍ଟ୍ରୀୟ ବଜାରରେ ୨ ଲକ୍ଷ ୭୦ ହଜାର ଟଙ୍କା। ଏହି ଆମ୍ଭ ସାଧାରଣତଃ ଜାପାନରେ ଚାଷ କରାଯାଏ। ମାତ୍ର ଆନ୍ଧ୍ରପ୍ରଦେଶରେ ଏହି ଦାମୀ ଆମ୍ଭର ଚାଷ ଏବେ ଆରମ୍ଭ ହୋଇଯାଇଛି।

ଏହି ଆମ୍ବର ନାମ ଟାଇଓ ନୋ ଟମାଗୋ। ଏହି ଆମ୍ଭର ଦର ଅଧିକ ହୋଇଥିବାରୁ ଆମ୍ବର ସୁରକ୍ଷା ସକାଶେ ବି ଖାସ୍‌ ବନ୍ଦୋବସ୍ତ କରାଯାଇଛି। ମଧ୍ୟପ୍ରଦେଶର ଜବଲପୁରର ବାସିନ୍ଦା ସଂକଲ୍ପ ପରିହାର ଏହାର ସୁରକ୍ଷା ସକାଶେ ତାଙ୍କ ବଗିଚାରେ ୩ ଜଣ ସୁରକ୍ଷାକର୍ମୀ ଓ ୯ଟି କୁକୁର ଜଗେଇଛନ୍ତି।

publive-image
Awaz The Voice

ଏହି ଆମ୍ବକୁ ଏଗ୍‌ ଅଫ୍‌ ସନ୍‌ ବା ସୂର୍ଯ୍ୟଙ୍କ ଅଣ୍ଡା ବୋଲି ମଧ୍ୟ କେହି କେହି କହିଥାନ୍ତି। ଗତ କିଛି ବର୍ଷ ମଧ୍ୟରେ ଏହି ଆମ୍ଭ ଢେର୍‌ ଚର୍ଚ୍ଚାରେ ରହିଛି। ଆମ୍ଭଟି ପୂରା ପାଚିଗଲା ପରେ ଏହାର ଓଜନ ୯୦୦ ଗ୍ରାମ୍‌ ପାଖାପାଖି ହୋଇଯାଏ।

ଏହାର ରଂଗ ହାଲୁକା ନାଲି ଓ ହଳଦିଆ ହୋଇଥିବା ବେଳେ ଏହାର ମଧୁରପଣ ଲୋକଙ୍କୁ ତା’ଆଡ଼େ ଆକୃଷ୍ଟ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe