ବାସ୍‌ ଟିକିଏ ଗନ୍ଧ କର୍ପୂର! ଦୂର କରିପାରେ ଘରର ଅନେକ ସମସ୍ୟା

Advertisment
ବାସ୍‌ ଟିକିଏ ଗନ୍ଧ କର୍ପୂର! ଦୂର କରିପାରେ ଘରର ଅନେକ ସମସ୍ୟା

ପ୍ରତି ଭାରତୀୟଙ୍କ ଘରେ ଘରେ ପରିଚିତ କର୍ପୂର। କେହି କେହି ଏହାକୁ ମଶା ଭଗାଇବାକୁ ବ୍ୟବହାର କରିଥାନ୍ତି ତ କେହି କେହି କପଡ଼ାକୁ ପିମ୍ପୁଡ଼ି, ଉଇରୁ ରକ୍ଷା କରିବାକୁ ବ୍ୟବହାର କରିଥାନ୍ତି। କେବଳ ସେତିକ ନୁହେଁ ରୁମ୍‌ ଫ୍ରେସନର୍‌ରୁ ନେଇ ତୈଳ ଆଦି ବିଭିନ୍ନ କ୍ଷେତ୍ରରେ ଏହି କର୍ପୂର ବ୍ୟବହାର କରାଯାଇଥାଏ।

କର୍ପୂରକୁ ଆପଣ ଚର୍ମ ରୋଗର ନିରାକରଣ ପାଇଁ ବ୍ୟବହାର କରିପାରିବେ। ମନେ ରଖନ୍ତୁ କଟା କିମ୍ବା ପୋଡ଼ା ସ୍ଥାନରେ ଏହାକୁ ଲଗାଇବେ ନାହିଁ। ଯଦି ଆପଣଙ୍କ ଶରୀରରେ କେଉଁଠି କୁଣ୍ଡେଇ ହେଉଛି ବା ଫଳି ଯାଇଛି ତେବେ ଆପଣ ଏହାକୁ ପାଣିରେ ପକାଇ ସେହି ପାଣିକୁ ପ୍ରଭାବିତ ଅଞ୍ଚଳରେ ଲଗାଇ ଉପଶମ ପାଇପାରିବେ।

କର୍ପୂରରେ ତିଆରି ହୋଇଥିବା ତୈଳକୁ ମହିଳାମାନେ ଗର୍ଭବତୀ ସମୟରେ ବ୍ୟବହାର କରିପାରିବେ। ସେହି ତୈଳକୁ ପାଦରେ ଲଗାଇ ମାଲସ କରିବା ଦ୍ୱାରା ଆରାମ ଲାଗିଥାଏ।

publive-image

ଯଦି ଆପଣଙ୍କ ଘରେ ପିମ୍ପୁଡ଼ି ବା ଜନ୍ଦା ହୋଇଥାନ୍ତି ତେବେ ଆପଣ କିଛି ପାଣିରେ କର୍ପୂର ମିଶ୍ରଣ କରି ସେହି ପାଣିକୁ ଘରେ ସ୍ପ୍ରେ କରିବା ଦ୍ୱାରା ପିମ୍ପୁଡ଼ି, ଜନ୍ଦା କମ ହୋଇଥାନ୍ତି।

ଆପଣଙ୍କ ତକିଆ ତଳେ କିମ୍ବା ଗଦି ତଳେ କର୍ପୁର ରଖି ଶୁଅନ୍ତୁ। ଏହା ନାନା ପ୍ରକାର ଜୀବାଣୁକୁ ଭଗାଇବାରେ ସାହାଯ୍ୟ କରିଥାଏ।

ତ୍ୱଚାରେ ଔଜଲ୍ୟ ଆଣିବା ପାଇଁ ଫେସ୍‌ ଅଏଲ୍‌ ସହ କର୍ପୂର ମ୍ରଶ୍ରଣ କରି ମାଲିସ୍‌ କରନ୍ତୁ। ଏହା ଦ୍ୱାରା ମୁହଁ ତୋଫା ଦିଶିଥାଏ। ବ୍ରଣ କମ୍‌ ମଧ୍ୟ କରିଥାଏ।

ଘରେ କାହାକୁ ଥଣ୍ଡା ହୋଇଥିଲେ ଶୋରିଷ ତେଲରେ କର୍ପୂର ପକାଇ ତାହାକୁ ଗରମ କରି ଦିଅନ୍ତୁ। ସେହି ଗରମ ତୈଳକୁ ପାଦ, ଛାତି, ବେକ ଆଦିରେ ମାଲିସ କରନ୍ତୁ।

ନିଜ କେଶ ତୈଳରେ କର୍ପୂର ପକାଇ ସେହି ତୈଳ ବ୍ୟବହାର କରିବା ଦ୍ୱାରା କେଶ ଛଡ଼ିବା ସମସ୍ୟା ସହ ରୁପି ସମସ୍ୟା ବି ଦୂର ହୋଇଥାଏ।

ସଂଧ୍ୟା ସମୟରେ ଘରେ କର୍ପୂର  ଜାଳିବା ଦ୍ୱାରା ଘରୁ ନକାରାତ୍ମତ ଭାବ ଦୂର ହେବା ସହ କୀଟାଣୁ ମରି ଯାଇଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe