ଫଳ କିଣିବାକୁ ଯାଉଛନ୍ତିି କି? ଜାଣନ୍ତୁ ସେଥିରେ ଲାଗିଥିବା ଷ୍ଟିକର କ’ଣ ସୂଚାଏ

Advertisment
ଫଳ କିଣିବାକୁ ଯାଉଛନ୍ତିି କି? ଜାଣନ୍ତୁ ସେଥିରେ ଲାଗିଥିବା ଷ୍ଟିକର କ’ଣ ସୂଚାଏ

rochakpost.com

ଅଧିକାଂଶ ଲୋକ ଫଳ ଖାଇବାକୁ ପସନ୍ଦ କରିଥାନ୍ତି । କାରଣ ଏହା ଶରୀରକୁ ସୁସ୍ଥ ରଖିଥାଏ । ଅପଣମାନେ ନିଜ ଘର ପାଇଁ ଫଳ କିଣିବାକୁ ଯାଉଥିବେ ନିଶ୍ଚୟ । କିନ୍ତୁ ସେଥିରେ ଲାଗିଥିବା ଷ୍ଟିକର କ’ଣ ସୂଚାଏ ତାହା ଆପଣ ଜାଣିଛନ୍ତି କି? ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ବଜାରରେ ବିକ୍ରି ହେଉଥିବା ଫଳ ଉପରେ ଲାଗିଥିବା ଷ୍ଟିକର କ’ଣ ସୂଚାଏ ? ଫଳ ଉପରେ ଲାଗିଥିବା ଷ୍ଟିକର ଉପରେ ଏକ ପିଏଲ୍‌ୟୁ କୋଡ୍‌ ଥାଏ, ଯାହାକୁ କି ‘ପ୍ରାଇସ ଲୁକ୍‌ ଅପ୍‌’ ବୋଲି କୁହାଯାଏ । ପ୍ରତି ଫଳରେ ଏହି କୋଡ୍‍ ଅଲଗା ଅଲଗା ଥିବା ବେଳେ ଏହାର ଅର୍ଥ ମଧ୍ୟ ଅଲଗାଥାଏ । ତେବେ ଆସନ୍ତୁ ଜାଣିବା ଏହି କୋଡ୍‌ ବିଷୟରେ…

୧. ଯେଉଁ ଫଳରେ ବା ପନିପରିବାରେ ୪ ସଂଖ୍ୟା ବିଶିଷ୍ଟ କୋଡ୍‌ ଲେଖା ଯାଇଥାଏ, ତାହାର ଅର୍ଥ ହେଉଛି ସେହି ଫଳ ବା ପନିପରିବାଗୁଡ଼ିକୁ କୀଟନାଶକ ଓଷଧ ବା ରାସାୟନିକ ପଦାର୍ଥ ବ୍ୟବହାର କରାଯାଇ ଚାଷ କରାଯାଇଛି । ଯଦି ଆପଣ ଏହାକୁ ଖାଉଛନ୍ତି ତେବେ ଏହା ଆପଣଙ୍କ ଶରୀରକୁ ଯାଇ ବିଭିନ୍ନ ରୋଗ ସୃଷ୍ଟି କରିବା ସହ ପେଟ ଖରାପ କରିଥାଏ ।

publive-image rochakpost.com

୨. ଯଦି କୌଣସି ଫଳରେ ବା ପନିପରିବାରେ ୫ ସଂଖ୍ୟା ବିଶିଷ୍ଟ କୋଡ ଥିବା ସହ କୋଡ୍‍ଟି ୮ରୁ ଆରମ୍ଭ ହେଉଥିବ, ତେବେ ସେହି ଫଳକୁ ଜୈବିକ ଭାବରେ ଚାଷ କରାଯାଇ ଜେନେଟିକାଲି ମୋଡିଫାଏ କରାଯାଇଥାଏ ବା ତାକୁ ଅଧିକ ଆକର୍ଷିତ କରିବା ପାଇଁ ସେଥିରେ ରଙ୍ଗ ଦିଆ ଯାଇଥାଏ, ଯାହାକି ଶରୀର ମଧ୍ୟକୁ ଯାଇ ରୋଗ ସୃଷ୍ଟି କରିଥାଏ ।

publive-image rochakpost.com

୩. ଯଦି କୌଣସି ଫଳରେ ବା ପନିପରିବାରେ ୫ ସଂଖ୍ୟା ବିଶିଷ୍ଟ କୋଡ ଥିବା ସହ କୋଡଟି ୯ରୁ ଆରମ୍ଭ ହୋଇଥାଏ, ତେବେ ସେହି ଫଳକୁ ଜୈବିକ ଭାବରେ ଚାଷ କରାଯାଇଥାଏ କିନ୍ତୁ ତାକୁ ଜେନେଟିକାଲି ମୋଡ଼ିଫାଏ କରାଯାଇ ନ ଥାଏ, ଯାହାକୁ ଖାଇଲେ କୌଣସି ଅସୁବିଧା ହୋଇ ନ ଥାଏ ।

publive-image food-hacks.wonderhowto.com

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe