ନୂଆଦିଲ୍ଲୀ: କୁହାଯାଏ ଯାହାର କେଶ ସୁନ୍ଦର ସେ ଦେଖିବାକୁ ସୁନ୍ଦର। କେଶ ସଜାଇବା ଓ କେଶ ବଢ଼ାଇବା ସମସ୍ତଙ୍କୁ ଭଲ ଲାଗେ। ତେବେ ଚାଲନ୍ତୁ ଜାଣିବା କିଛି କେଶ ବିଷୟରେ। 

Advertisment

ମଣିଷ ମୁଣ୍ଡରେ ଥିବା ପ୍ରତ୍ୟେକଟି ହେୟାର ଫଲିକ୍‌ଲ ବା କେଶକୂପରୁ ଜୀବନକାଳ ମଧ୍ୟରେ ୨୦ଟି ନୂତନ କେଶ ସୃଷ୍ଟି ହୋଇଥାଏ। ଯଦିଓ ସମସ୍ତଙ୍କ ମୁଣ୍ଡରେ ହାରାହାରି ୧,୦୦,୦୦୦ଟି ଫଲିକ୍‌ଲ ଥାଏ, ହେଲେ କେଶର ରଙ୍ଗ ଅନୁସାରେ ଏହାର ସଂଖ୍ୟା ଭିନ୍ନ ଭିନ୍ନ। ଅର୍ଥାତ୍‌ ଧଳା ବା ସମ୍ପୂର୍ଣ୍ଣ ଗହରା କେଶ ଥିବା ମଣିଷଙ୍କ ମୁଣ୍ଡରେ ସର୍ବାଧିକ ଅର୍ଥାତ୍‌ ୧,୪୬,୦୦୦ଟି ହେୟାର ଫଲିକ୍‌ଲ ଥିବା ବେଳେ କଳା କେଶରେ ୧,୧୦,୦୦୦, ବ୍ରାଉନ୍‌ କେଶରେ ୧,୦୦,୦୦୦ ଏବଂ ଲାଲ୍‌ ରଙ୍ଗ କେଶରେ ୮୬,୦୦୦ ଫଲିକ୍‌ଲ ରହିଥାଏ।

hair fall
hair fall Photograph: (google)

ଦାଢି ନକାଟିଲେ କେତେ ଲମ୍ବା ହେଇପାରିବ ?

ଲୋମ, ଦାଢ଼ି ହେଉ ଅବା ମୁଣ୍ଡବାଳ ଆକାରରେ ଆମ ଶରୀରର ପ୍ରାୟ ୯୫% ଭାଗ କେଶ ଦ୍ୱାରା ଆବୃତ। ତେବେ ସେସବୁ ମଧ୍ୟରୁ ମୁହଁର କେଶ ବା ଦାଢ଼ି ସବୁଠୁ ଦ୍ରୁତ ଗତିରେ ବଢ଼ିଥାଏ। ବୈଜ୍ଞାନିକଙ୍କ ଆକଳନ ମୁତାବକ, ଯଦି ଜଣେ ପୁରୁଷ ଆଦୌ ଦାଢ଼ି ନ କାଟନ୍ତି, ତେବେ ତାଙ୍କ ଜୀବନକାଳ ମଧ୍ୟରେ ୩୦ ଫୁଟ୍‌ରୁ ଅଧିକ ଲମ୍ବ ପର୍ଯ୍ୟନ୍ତ ବଢ଼ିପାରେ।

ପୁରୁଷଙ୍କ କେଶ ଅଧିକ ଗହଳିଆ କାହିଁକି ?

ମହିଳାଙ୍କ କେଶ ଅପେକ୍ଷା ପୁରୁଷଙ୍କ କେଶ ଅଧିକ ଗହଳିଆ ଲାଗିଥାଏ। ତେବେ ଏହାର ମୁଖ୍ୟ କାରଣ ହେଉଛି ମହିଳାଙ୍କ କେଶର ବ୍ୟାସ ପ୍ରାୟତଃ ପୁରୁଷଙ୍କ କେଶର ବ୍ୟାସର ଅଧା। ବର୍ତ୍ତମାନ କେଶ ଝଡ଼ିବା ସମସ୍ତଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ବିଭିନ୍ନ ରୋଗ, ଋତୁ ପରିବର୍ତ୍ତନ, ଅସନ୍ତୁଳିତ ଖାଦ୍ୟାଭ୍ୟାସ ଏହାର ମୁଖ୍ୟ କାରଣ। ଏହା ବ୍ୟତୀତ ଗର୍ଭାବସ୍ଥାରେ ବି କେଶ ଝଡ଼ିଥାଏ। 

ଆହୁରି ପଢନ୍ତୁ-

Ankylosing Spondylitis: ସାବଧାନ! ଆଙ୍କାଇଲୋଜିଂ ସ୍ପଣ୍ଡିଲାଇଟିସ୍ ରୋଗର ଆରମ୍ଭରୁ ଚିକିତ୍ସା କରାଇ ନିଅନ୍ତୁ; ନଚେତ ଅସୁବିଧା ଭୋଗି ପାରନ୍ତି

ଦିନକୁ କେତେ ଚୁଟି ଝଡ଼େ ?

ଏସବୁ କାରଣକୁ ବାଦ୍‌ ଦେଲେ ପ୍ରାୟ ପ୍ରତି ମଣିଷଙ୍କର ଦୈନିକ ୬୦ରୁ ୧୦୦ କେଶ ଝଡ଼ିଥାଏ। ତେବେ ଯଦି କୌଣସି କାରଣରୁ କେଶ ନ ଝଡ଼େ, ତେବେ ମଣିଷ କେଶର ହାରାହାରି ବୟସ ସୀମା ୩-୭ ବର୍ଷ। ଗୋଟିଏ ସୁସ୍ଥ କେଶ ପ୍ରାୟ ୬.୫ ପାଉଣ୍ଡ ଓଜନ ସମ୍ଭାଳିପାରେ। ସେହି ଅନୁଯାୟୀ ଜଣେ ସୁସ୍ଥ ଏବଂ ମଜଭୁତ କେଶ ଥିବା ବ୍ୟକ୍ତିଙ୍କ ସମସ୍ତ କେଶ ପ୍ରାୟ ୨ ଟନ୍‌ ଓଜନ ସମ୍ଭାଳି ପାରିବ।

ରିପୋର୍ଟ- ପ୍ରଗତି ସାହୁ

ଆହୁରି ପଢନ୍ତୁ-

Benefits Of Blowing Conch: ଶଙ୍ଖ ଫୁଙ୍କିଲେ ଦୂର ହେବ ଏହି ରୋଗ… ଜାଣନ୍ତୁ ଶଙ୍ଖ ବଜାଇବା ଦ୍ବାରା ଶରୀରକୁ ମିଳେ କେଉଁ ଫାଇଦା ?