ନୂଆଦିଲ୍ଲୀ: ଶଙ୍ଖ ଆମ ସଂସ୍କୃତି, ପରମ୍ପରା ଏବଂ ପୂଜା, ପ୍ରାର୍ଥନାର ପ୍ରତୀକ । ଶଙ୍ଖ ସବୁ ଶୁଭକାମରେ ବାଜେ । ଶଙ୍ଖନାଦରୁ ହିଁ ସବୁ ପୂଣ୍ଯ କାମ ଆରମ୍ଭ ହୁଏ । ହେଲେ ଆପଣ ଜାଣନ୍ତି କି ସେହି ଶଙ୍ଖନାଦ ହିଁ ଆମ ଶରୀରକୁ ସୁସ୍ଥ ରଖେ । ଶଙ୍ଖ ବଜାଇବା ଦ୍ବାରା ମଣିଷ ସୁସ୍ଥ ରୁହେ… ଭାରତରେ, ପୂଜା ସମୟରେ ଶଙ୍ଖ ଫୁଙ୍କିବାର ବିଶ୍ୱାସ ଅଛି ଏବଂ ଲୋକମାନେ ସାଧାରଣ ଦିନରେ ମଧ୍ୟ ନିଜ ଘରେ ପୂଜା ସମୟରେ ଏହାକୁ ବ୍ୟବହାର କରନ୍ତି । ବର୍ତ୍ତମାନ ଏକ ଗବେଷଣାରୁ ଜଣାପଡିଛି ଯେ ଶଙ୍ଖ ଫୁଙ୍କିବା ଦ୍ୱାରା ଅବଷ୍ଟ୍ରକ୍ଟିଭ୍ ସ୍ଲିପ୍ ଆପ୍ନିଆ ବା ନିଦ୍ରାଜନିତ ସମସ୍ୟା ଦେଖାଯିବାର ଆଶଙ୍କା ବହୁ ପରିମାଣରେ ହ୍ରାସ ପାଇପାରେ । ଜାଣନ୍ତୁ ଶଙ୍ଖ ଫୁଙ୍କିବା ଦ୍ବାରା କିପରି ମିଳେ ନିଦ୍ରାହିନତାରୁ ମୁକ୍ତି, ଶରୀରକୁ ମିଳେ କେଉଁ ଫାଇଦା । 

Advertisment

ଶଙ୍ଖ ଫୁଙ୍କନ୍ତୁ, ସୁସ୍ଥ ରୁହନ୍ତୁ…

-ଅବଷ୍ଟ୍ରକ୍ଟିଭ୍ ସ୍ଲିପ୍ ଆପ୍ନିଆ କିମ୍ବା ସ୍ଲିପ୍ ଆପ୍ନିଆ ଏକ ଗମ୍ଭୀର ନିଦ ସମ୍ବନ୍ଧୀୟ ସମସ୍ୟା
-ଯେଉଁଥିରେ ଶୋଇବା ସମୟରେ ଜଣେ ବ୍ୟକ୍ତିଙ୍କ ନିଶ୍ୱାସ ବାରମ୍ବାର ବନ୍ଦ ହୋଇଯାଏ।
-ଏହି ବାଧା କିଛି ସେକେଣ୍ଡରୁ ଏକ ମିନିଟ୍ ପର୍ଯ୍ୟନ୍ତ ରହିପାରେ 
-ଓଏସଏ ଦ୍ୱାରା ପ୍ରଭାବିତ ବ୍ୟକ୍ତି ଦିନରେ କ୍ଳାନ୍ତ ଅନୁଭବ କରନ୍ତି 
-ସମଗ୍ର ଜୀବନଶୈଳୀକୁ ଏହି ରୋଗ ପ୍ରଭାବିତ କରିଥାଏ
-ଗବେଷଣାରୁ ସାମ୍ନାକୁ ଆସିଲା ଖୁସିଖବର 
-ଶଙ୍ଖ ଫୁଙ୍କିବା ଦ୍ୱାରା ସ୍ଲିପ୍ ଆପ୍ନିଆ ରୋଗୀଙ୍କୁ ମିଳିବ ଆରାମ
-ଏହାଦ୍ବାରା ନିଦ୍ରା ଗୁଣବତ୍ତା ମଧ୍ୟ ଉନ୍ନତ ହୋଇପାରିବ
-ଶଙ୍ଖ ଫୁଙ୍କିବା ଏକ ପ୍ରାଚୀନ ଯୋଗିକ ଅଭ୍ୟାସ
-ଏହି ପ୍ରକ୍ରିୟାରେ ବ୍ୟକ୍ତି ଗଭୀର ନିଶ୍ୱାସ ନିଅନ୍ତି
-ସମସ୍ତ ଶକ୍ତି ସହିତ ମୁଖକୁ ସଙ୍କୁଚିତ କରି ଶଙ୍ଖରେ ବାୟୁ ନିଃଶ୍ୱାସ ନିଅନ୍ତି
-ଏହା ଶକ୍ତିଶାଳୀ କମ୍ପନ ଏବଂ ବାୟୁ ପ୍ରତିରୋଧ ସୃଷ୍ଟି କରେ 
-ଯାହା ଉପର ଶ୍ୱାସକ୍ରିୟା ମାଂସପେଶୀକୁ ମଜବୁତ କରିଥାଏ
-ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି

ଆହୁରି ପଢନ୍ତୁ-

Thumb sucking: ପିଲାମାନେ ପାଟିରେ ଆଙ୍ଗୁଠି ପୁରାଉଛନ୍ତି କି ?

ଶଙ୍ଖ ଫୁଙ୍କିଲେ ମିଳେ କେଉଁ ଫାଇଦା ?

-ମାଂସପେଶୀକୁ ମଜବୁତ କରେ
-ଶ୍ୱାସକ୍ରିୟା କାର୍ଯ୍ୟକୁ ଉନ୍ନତ କରେ
-ସ୍ୱର  ଏବଂ ଥାଇରଏଡ୍ କୁ ମଜବୁତ କରେ

-ମାନସିକ ଚାପରୁ ମୁକ୍ତି ଦିଏ, ଚାପ ଏବଂ ଚିନ୍ତା ହ୍ରାସ କରେ
-ସକାରାତ୍ମକ ଶକ୍ତିକୁ ପ୍ରୋତ୍ସାହିତ କରେ

-ଶବ୍ଦ ତରଙ୍ଗ ନକାରାତ୍ମକ ଶକ୍ତିକୁ ଦୂର କରେ ଏବଂ ଅଧିକ ସକରାତ୍ମକ ଶକ୍ତି ସୃଷ୍ଟି କରେ 
-ମାନସିକ ଶୃଙ୍ଖଳାକୁ ଉତ୍ସାହିତ କରେ

ଆହୁରି ପଢନ୍ତୁ-

Frozen Shoulder Treatment: ଫ୍ରୋଜେନ୍ ସୋଲ୍ଡର୍ ସମସ୍ୟାରେ ପୀଡ଼ିତ କି? ଆପଣାନ୍ତୁ ଏହି ଆୟୁର୍ବେଦିକ ଉପଚାର