ଆରେ ପାଟିରେ ଆଙ୍ଗୁଠି କାହିଁକି ପୁରାଉଛୁ? ରୋଗ ହେବ....ହାତରେ କେତେ ଧୂଳି ଲାଗିଛି ଦେଖିଲୁ। ଏମିତି କେତେ କଟକଣାରେ ବାପା, ମା’ ତାଙ୍କ ପିଲାଙ୍କୁ ତାଗିଦ କୁରୁଥିବାର ଦେଖିଥିବେ। ବାରମ୍ବାର ହାତ ଧୋଉଥିବେ। ସ୍ବଚ୍ଛତା ଉପରେ ବୁଝାଉଥିବାର ମଧ୍ୟ ଦେଖାଯାଏ। କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଜନ୍ମରୁ ୨ ବର୍ଷର ଛୁଆଙ୍କ ପାଇଁ ଏହା ଉପକାରୀ ବୋଲି କୁହାଯାଇଥାଏ।
କ’ଣ ରହିଛି ଉପକାରିତା
ଯେତେବେଳେ ପିଲାମାନେ ପାଟିରେ ଆଙ୍ଗୁଠି ପୁରାଇଥାନ୍ତି, ଏହା ସେମାନଙ୍କ ଆତ୍ମଶାନ୍ତି ଦେଇଥାଏ ବୋଲି କହିଛନ୍ତି। ଯେେତବେଳେ ସେମାନଙ୍କୁ ବିରକ୍ତି ଆସିଥାଏ ସେମାନେ ଆଙ୍ଗୁଠି ଚୋଷିବାଦ୍ବାରା ଶାନ୍ତି ମିଳିଥାଏ। ଏହା ଏକ ପ୍ରାକୃତିକ ଉପାୟ ଯାହା ଦ୍ୱାରା ପିଲାଟି ନିଜକୁ ସାନ୍ତ୍ବନା ଦେଇଥାଏ। ଯେତେବେଳେ ପିଲାମାନଙ୍କର ନୂଆ ନୂଆ ଦାନ୍ତ ଉଠେ, ସେମାନେ ଅସହଜ ଅନୁଭବ କରନ୍ତି। ଏପରି ପରିସ୍ଥିତିରେ, ସେଥିରୁ ଆରାମ ପାଇବା ପାଇଁ ସେମାନେ ପାଟିରେ ବାରମ୍ବାର ଆଙ୍ଗୁଠି ପୂରାନ୍ତି। ଏହା ସେମାନଙ୍କୁ ବହୁତ ଆରାମଦାୟକ ଅନୁଭବ କରାଏ।
କିଛି ଗବେଷଣା ଅନୁଯାୟୀ, ପିଲାମାନଙ୍କ ପାଟିରେ ଆଙ୍ଗୁଠି ରଖିବା ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ପାଇଁ ସହାୟକ ହୋଇଥାଏ କାରଣ ଏହା ଶରୀରକୁ ହାଲୁକା ଜୀବାଣୁ ସହିତ ମୁକାବିଲା କରିବା ଶିଖିବାରେ ସାହାଯ୍ୟ କରେ। ପିଲାମାନେ କ୍ଷୀର ପିଇବା ପରେ ନିଦ୍ରା ଅନୁଭବ କରନ୍ତି, ସେମାନେ ଜୋରରେ ଆଙ୍ଗୁଳି ଚୋବାଇବା ଆରମ୍ଭ କରନ୍ତି। ଏପରି ପରିସ୍ଥିତିରେ, ବୁଝିଯିବା ଯେ ପିଲାଟି ନିଦ୍ରା ଅନୁଭବ କରୁଛି। ଯଦି ପିଲାଟି ପାଟିରେ ଆଙ୍ଗୁଠି ପୁରାଇ ହସୁଛି, ତେବେ ବୁଝିବାକୁ ହୁଏ ଯେ ସେ ନିଜ ଖୁସି ବ୍ୟକ୍ତ କରୁଛନ୍ତି। ଏପରି କିଛି ଛୋଟ ଛୋଟ କଥାକୁ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ।
ଏହି ଅଭ୍ୟାସ କେବେଠାରୁ ବନ୍ଦ କରିବା
କିଛି ଜିନିଷ ଛୋଟ ବୟସରେ ଭଲ ଲାଗିଥାଏ ଓ କିଛି ସ୍ବାସ୍ଥ୍ୟ ପାଇଁ ଉପଯୋଗ ମନେ ହୁଏ। କିନ୍ତୁ ଧୀରେ ଧୀରେ ଏହି ଅଭ୍ୟାସ ବଡ଼କାଳେ ରୋଗର କାରଣ ସାଜେ। ଯଦି ଆପଣଙ୍କ ପିଲା ୩ରୁ ୪ ବର୍ଷର ହୋଇଯାଏ ଏବଂ ସେ ଲଗାତାର ନିଜ ଆଙ୍ଗୁଠି ଚୋଷୁଛି, ତେବେ ଏହା ତାଙ୍କ ଦାନ୍ତର ବିକାଶକୁ ପ୍ରଭାବିତ କରିପାରେ ବୋଲି ମତ ରହିଛି। ବାରମ୍ବାର ଆଙ୍ଗୁଠି ଚୋବାଇଲେ ଚର୍ମ ସଂକ୍ରମଣ କିମ୍ବା ଜୀବାଣୁ ହେବାର ଆଶଙ୍କା ମଧ୍ୟ ବଢ଼ିଥାଏ।
ଅଧିକପଢ଼ନ୍ତୁ:ସୁରେଶ ରାଇନା ଓ ଶିଖର ଧାଓ୍ବନଙ୍କ ଘରେ ଇଡି ଚଢଉ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/06/baby-2025-11-06-19-34-38.jpg)