ସଫଳତାର ୪ଟି ମନ୍ତ୍ର; ଏହି ୪ଟି କଥାକୁ ଧ୍ୟାନ ଦେଲେ ଆପଣ ବି ହେବେ ଜଣେ ସଫଳ ବ୍ୟକ୍ତି

Advertisment
ସଫଳତାର ୪ଟି ମନ୍ତ୍ର; ଏହି ୪ଟି କଥାକୁ ଧ୍ୟାନ ଦେଲେ ଆପଣ ବି ହେବେ ଜଣେ ସଫଳ ବ୍ୟକ୍ତି

ଧର୍ମଗୁରୁ ଶ୍ରୀଶ୍ରୀ ରବିଶଙ୍କର ସଫଳତାର କେତୋଟି ମନ୍ତ୍ର ସଂପର୍କରେ କହିଛନ୍ତି। ଯେଉଁଗୁଡ଼ିକୁ ମାନିଲେ ସଫଳତା ଚରଣ ଛୁଇଁବ ବୋଲି ତାଙ୍କର ବିଶ୍ୱାସ। ତେବେ ଚାଲନ୍ତୁ ଜାଣିବା କ’ଣ କରିବା ଦ୍ୱାରା ସଫଳତା ମିଳିଥାଏ। ସଫଳତାର କୌଣସି ନିର୍ଦ୍ଦିଷ୍ଟ ପରିମାପକ ନାହିଁ। ନିଜର ସନ୍ତୁଷ୍ଟି ହିଁ ସଫଳତାର ଅନ୍ୟ ନାମ।

ସଫଳତା ପାଇଁ ପ୍ରଥମେ ଏକ ସୁନ୍ଦର ପରିବେଶର ଆବଶ୍ୟକତା ରହିଛି। ସୁନ୍ଦର ପରିବେଶ କହିଲେ ଆରାମଦାୟକ ନୁହେଁ, ବରଂ ସକାରାତ୍କମ। ସକାରାତ୍ମକ ପରିବେଶ ଅର୍ଥାତ ସକାରାତ୍ମକ ବ୍ୟକ୍ତିଙ୍କ ଗହଣରେ ରହିବା। କଥାରେ ଅଛି ‘ସଙ୍ଗ ଦୋଷେ ଲୁହା ଭାସେ’। ବ୍ୟକ୍ତିର ସଫଳତା ନିଜର ବନ୍ଧୁ ଚୟନ ଉପରେ ବି ନିର୍ଭର କରିଥାଏ।

publive-image

ସଫଳତା ପାଇଁ ଯୋଗର ଭୂମିକା ବି ଗୁରୁତ୍ୱପୂର୍ଣ୍ଣ। ଯୋଗ ଜଣେ ବ୍ୟକ୍ତିର ଅହଂକାରକୁ ଆତ୍ମବିଶ୍ୱାସରେ ପରିଣତ କରିପାରେ। ନିଜର ଦକ୍ଷତା ନିଜର କର୍ମରେ ପ୍ରତିଫଳିତ ହେବା ଉଚିତ। ତାହାଲେ ଯାଇ ସହଜରେ ସଫଳତା ହାସଲ କରାଯାଇ ପାରିବ।

ସଂସ୍କୃତରେ ଏକ ଶ୍ଳୋକରେ ଉଲ୍ଲେଖ କରାଯାଇଛି ଯେ ‘ସିଂହ ପରି ସାହସ ରଖୁଥିବା ବ୍ୟକ୍ତି ହିଁ ଧନବାନ ହୋଇଥାନ୍ତି।’ ପ୍ରତ୍ୟେକ କ୍ଷେତ୍ରରେ ନିଜର ସାହସକୁ କେବେ ବି ଦୁର୍ବଳ ହେବାକୁ ଦେବା ନାହିଁ।

ଅନେକ ଲୋକ ନିଜ ଭାଗ୍ୟକୁ ଦୋଷ ଦେଇଥାନ୍ତି ଓ ଅନେକ ଲୋକ ନିଜ ଭାଗ୍ୟକୁ କୃତଜ୍ଞତା ଜଣାଇ ଥାଆନ୍ତି। ବାସ୍ତବ କଥା ହେଲା କର୍ମ ହିଁ ଭାଗ୍ୟ ନିର୍ଦ୍ଧାରଣ କରେ। ସଫଳତା ପାଇଁ ଭାଗ୍ୟ ନୁହେଁ କର୍ମ ଉପରେ ବିଶ୍ୱାସ ରହିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe