ସୁନା ଗହଣା ବିକ୍ରି କଲେ ଏସବୁ କଷ୍ଟ ଭୋଗି ପାରନ୍ତି , ଜାଣନ୍ତୁ ସେସବୁ କ’ଣ

ସୁନା ଗହଣା ବିକ୍ରି କଲେ ଏସବୁ କଷ୍ଟ ଭୋଗି ପାରନ୍ତି , ଜାଣନ୍ତୁ ସେସବୁ କ’ଣ

ସୁନା କିଣିଲେ ଘରେ ସୁଖଶାନ୍ତି ବୃଦ୍ଧି ପାଇଥାଏ ବୋଲି ଆମର ବିଶ୍ୱାସ ରହିଛି। ଅପରପକ୍ଷରେ ସୁନା ବିକିଲେ ତାର ବିପରୀତ କଥା ଘଟିଥାଏ ବୋଲି କୁହାଯାଏ। ଯେତେବେଳେ ଘରେ କୌଣସି ଅଘଟଣ ଘଟେ, ଅଥବା ସେଭଳି ଅଭାବନୀୟ ପରିସ୍ଥିତି ଦେଖାଦିଏ, ସେତେବେଳେ ଆମେ ସୁନା ବିକିବା ପାଇଁ ଚିନ୍ତା କରିଥାଉ।
ସୁନା ଗହଣା ବିକ୍ରି କରିବା ଦୁର୍ଭାଗ୍ୟ ଓ ଦୁଃଖର କାରଣ ହୋଇଥାଏ ବୋଲି ଆମେ ବିଚାର କରିଥାଉ। ଆସନ୍ତୁ ଜାଣିବା କାହିଁକି?
ପ୍ରଥମ କଥା ହେଲା ସୁନା କେବଳ ଆର୍ଥିକ ଅଭିବୃଦ୍ଧିର ପ୍ରତୀକ ନୁହେଁ, ବରଂ ଏହା ଅନ୍ୟ ସଂପଦର ବୃଦ୍ଧି କରିଥାଏ। ସୁନା ସହିତ ଭାରତୀୟ ଦେବାଦେବୀମାନଙ୍କର ସଂପର୍କ ରହିଛି। କାରଣ ସୁନା ଏକ ଈଶ୍ୱରୀୟ ଧାତୁ।
ସୁନା କିଣିଲେ ଘରକୁ ସୁଖ ଆସେ, କିନ୍ତୁ ବିକିଲେ ତା’ର ବିପରୀତ ଘଟେ। ଯେଉଁ ବ୍ୟକ୍ତି ସୁନା ବିକେ, ତା’ର ନିଜ ଉପରେ ଥିବା ଆତ୍ମବିଶ୍ୱାସ କମିଥାଏ। ଏଣୁ ବିକିବା ଠିକ୍‌ ନୁହେଁ ବୋଲି ବିଚାର କରାଯାଏ।
ଘରେ ସୁନା ଥିଲେ ବାହାରର ନକାରତ୍ମକ ଶକ୍ତି ସହଜରେ ପ୍ରବେଶ କରି ନଥାନ୍ତି। କିନ୍ତୁ ସୁନା ଗହଣା ବିକିଲେ ପାରିବାରିକ ସଂପର୍କ ଉପରେ ଏହାର କୁପ୍ରଭାବ ପଡ଼ିଥାଏ।

publive-image
ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୁନା ଓ ରୂପାକୁ ବିଭିନ୍ନ ସ୍ୱାସ୍ଥ୍ୟ ସେବା ଉତ୍ପାଦର ପ୍ରସ୍ତୁତି ବେଳେ ବ୍ୟବହାର କରାଯାଇଥାଏ। ଏଣୁ ସୁନା ସୁସ୍ୱାସ୍ଥ୍ୟକୁ ଆକର୍ଷିତ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe