ଏହି ଛଅଟି ଜିନିଷ ସବୁବେଳେ ସାଙ୍ଗରେ ରହେ ନାହିଁ

Advertisment
ଏହି ଛଅଟି ଜିନିଷ ସବୁବେଳେ ସାଙ୍ଗରେ ରହେ ନାହିଁ

ରାକ୍ଷସମାନଙ୍କର ଗୁରୁ ଶୁକ୍ରାଚାର୍ଯ୍ୟ ମଧ୍ୟ ଅନେକ ନିତିବାଣୀ ତାଙ୍କର ଶିଷ୍ୟମାନଙ୍କୁ ଶୁଣାଇଛନ୍ତି। ଏହାକୁ ଶୁକ୍ରନୀତି ବୋଲି କୁହାଯାଇଥାଏ। ସେ ତାଙ୍କର ଏହି ନୀତିରେ ଏଭଳି ଛଅଟି ଜିନିଷ କଥା କହିଛନ୍ତି ଯାହା ସର୍ବଦା ସାଙ୍ଗରେ ରହେ ନାହିଁ। ଆସନ୍ତୁ ଜାଣିବା ସେହି ଛଅଟି ଜିନିଷ କ’ଣ?
ସୌନ୍ଦର୍ଯ୍ୟ:ଆମେ ନିଜର ସୌନ୍ଦର୍ଯ୍ୟକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଯେତେ ପ୍ରକାରର କସମେଟିକର ପ୍ରୟୋଗ କରିଲେ ବି ତାହା ଆଜୀବନ ରହେ ନାହିଁ।
ଅର୍ଥ:ଧନସଂପଦ ଓ ଅର୍ଥ ମଧ୍ୟ ପ୍ରତ୍ୟେକଙ୍କ ଜୀବନରେ ଆସିଥାଏ। ଏହା ମଧ୍ୟ କେତେବେଳେ ଉଭେଇ ଯିବ, ତାହା କେହି ଜାଣି ନଥାନ୍ତି। ଯଦି ଜଣେ ତା’ର ଯତ୍ନ ନ ନିଏ, ତେବେ ତାହା ଜୀବନର ଶେଷ ସମୟ ଯାଏଁ ସାଥ୍‌ ଦିଏନା।
ବ୍ୟକ୍ତିତ୍ୱର ପ୍ରତିଫଳନ:ଜଣେ ବ୍ୟକ୍ତିର ଚରିତ୍ର ଓ ସ୍ୱଭାବ ପରିବର୍ତ୍ତନଶୀଳ। ଏଣୁ ତାଙ୍କର ବ୍ୟକ୍ତିତ୍ୱର ପ୍ରତିଫଳନ ଶେଷ ମୁହୂର୍ତ୍ତ ଯାଏଁ ସମାନ ରହେ ନାହିଁ।
କର୍ତ୍ତୃତ୍ୱ,ଅଧିକାର ଓ ସାମାଜିକ ସ୍ଥିତି: ମଣିଷ ଜୀବନରେ ଯେତେ ସଫଳତା ହାସଲ କରିଥିଲେ ବି ତା’ର କର୍ତ୍ତୃତ୍ୱ, ଅଧିକାର ଓ ସାମାଜିକ ସ୍ଥିତି ସବୁବେଳେ ସାଙ୍ଗରେ ରହେ ନାହିଁ।
ଜୀବନ:ଜନ୍ମ, ମୃତ୍ୟୁ ଓ ପୁନର୍ଜନ୍ମ ହେଉଛି ନିରାଟ ସତ୍ୟ। ଏଣୁ ଜୀବନ ମଧ୍ୟ ବଦଳିଥାଏ।

publive-image
ଅନୁଭବ ଓ ସମ୍ବେଦନା ଉପରେ ନିୟନ୍ତ୍ରଣ: ମଣିଷ ଯେତେ କଠୋର ହେଲେ ବି ତା’ର ଅନୁଭବ ଓ ସମ୍ବେଦନା ଉପରେ ନିୟନ୍ତ୍ରଣ ସବୁବେଳେ ରହି ନଥାଏ। ଏହା ଜୀବନର ଶେଷ ମୁହୂର୍ତ୍ତ ଯାଏ ନଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe