ପ୍ରେମିକା ପ୍ରତାରଣା ଦେଉଛନ୍ତି କି ? ଏସବୁ କଥା ସୂଚାଇ ଦେବ ସତ

Advertisment
ପ୍ରେମିକା ପ୍ରତାରଣା ଦେଉଛନ୍ତି କି ? ଏସବୁ କଥା ସୂଚାଇ ଦେବ ସତ

ବର୍ତ୍ତମାନ ଦୁନିଆରେ ବାସ୍ତବ ପ୍ରେମ ଖୋଜିପାଇବା ବହୁତ କଷ୍ଟକର । ଭଲ ପାଇବା ଥିଲେ ମଧ୍ୟ ପ୍ରେମିକ-ପ୍ରେମିକା ଏହାର ଶେଷ ପର୍ଯ୍ୟୟ ପହଞ୍ଚିପାରୁ ନଥିବା ଦେଖାଯାଏ । ଏହାର ମୁଖ୍ୟ କାରଣ ହେଉଛି ପ୍ରେମରେ ପ୍ରତାରଣା । ତେବେ ଆଜି ଆମେ ଆପଣଙ୍କ ପ୍ରେମିକା ଆପଣଙ୍କୁ ବାସ୍ତବରେ ଭଲ ପାଆନ୍ତି କି ନାହିଁ ତାହା କିପରି ଜଣାପଡ଼ିବ ସେ ବିଷୟରେ କହିବାକୁ ଯାଉଛୁ । ଯଦି ପ୍ରେମିକା ଆପଣଙ୍କ ସହିତ ପ୍ରତାରଣା କରୁଛନ୍ତି ତେବେ ସେମାନଙ୍କ ସ୍ୱଭାବରେ କିଛି ସାଧାରଣ ପରିବର୍ତ୍ତନ ଆସିଥାଏ । ଆସନ୍ତୁ ଜାଣିବା କିପରି ଜାଣିବେ ପ୍ରେମିକାଙ୍କ ପ୍ରତାରଣ ବିଷୟରେ ...

publive-image Evan Marc Katz

ପ୍ରେମିକା ଯେତେବେଳେ ଆପଣଙ୍କ ସମ୍ବନ୍ଧିୟ ସମସ୍ତ ଜିନିଷର ସମୟ ପଚାରିବା ଆରମ୍ଭ କରିଥାଏ। ପ୍ରେମିକା ସେତେବେଳ ଆପଣଙ୍କ ଦୈନନ୍ଦିନ କାର୍ଯ୍ୟ ବିଷୟରେ ଜାଣିବା ପାଇଁ ଇଛା ପ୍ରକାଶ କରିଥାନ୍ତି ଯେତେବେଳେ ତାଙ୍କ ମନରେ ଆଉ କାହାକୁ ସମୟ ଦେବାର ଚିନ୍ତା ରହିଥାଏ ।

ପ୍ରେମିକାଙ୍କ ମୋବାଇଲ ସେତେବେଳେ ତାଙ୍କ ଜରୁରୀ ଦ୍ରବ୍ୟ ପାଲିଟିଯାଏ । ଆଜିକାଲି ଦୈନନ୍ଦିନ ଜୀବନର ସମସ୍ତ ଜିନିଷ ମୋବାଇଲ ମଧ୍ୟରେ ହିଁ ରହୁଛି । ଏଥିପାଇଁ ପ୍ରେମିକା ଯେତେବେଳେ ନିଜ ମୋବାଇଲ ଅପଣଙ୍କ ଠାରୁ ଲୁଚାଇବା ଆରମ୍ଭ କରିଥାନ୍ତି ଜାଣନ୍ତୁ କି ତାଙ୍କ ଜୀବନରେ ଆଉ କାହାର ଅଧିକ ମହତ୍ତ୍ୱ ରହିଛି।

publive-image HubPages

ପ୍ରେମିକାମାନେ ଅନ୍ୟ କେଉଁ ପୁରୁଷଙ୍କ ସଂପର୍କରେ ଆସିଲେ ଶାରୀରିକ ସମ୍ବନ୍ଧ ସମୟରେ ଅନିଚ୍ଛା ପ୍ରକାଶ କରିଥାନ୍ତି । ଝଗଡ଼ା ଏବଂ ରାଗରୋଷ ପ୍ରେମିକ-ପ୍ରେମିକାଙ୍କ ମଧ୍ୟରଏକ ସାଧାରଣ କଥା ପାଲଟି ଯାଏ। କିନ୍ତୁ ଯେତେବେଳେ ଏହା ପାଇଁ ଶାରୀରିକ ସମ୍ବନ୍ଧରେ ଅସୁବିଧା ଆରମ୍ଭ ହୋଇଥାଏ ତାହା ସୂଚାଏ କି ପ୍ରେମିକାଙ୍କର ଆଉ କାହା ସହ ସମ୍ବନ୍ଧ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe