ଏହି ୧୦ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଶାସ୍ତ୍ର ବିରୋଧ କରେ

Advertisment
ଏହି ୧୦ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଶାସ୍ତ୍ର ବିରୋଧ କରେ

ଶାରୀରିକ ସଂପର୍କ ସ୍ଥାପନ କୌଣସି ପାପ ନୁହେଁ। ସୃଷ୍ଟିକୁ ଆଗକୁ ନେବାର ଏହା ଏକ ମାଧ୍ୟମ ଏବଂ ପ୍ରତ୍ୟେକ ମଣିଷର ଆବଶ୍ୟକତା। ମାତ୍ର ଶାସ୍ତ୍ର ବିରୋଧରେ ଯାଇ ନିୟମ ବହିର୍ଭୁତ ଭାବେ ସଂପର୍କ ସ୍ଥାପନ କରିବା ନିଶ୍ଚିତ ଭାବେ ପାପ। ଏହାର ପରିଣତି ଧ୍ୱଂଶାଭିମୁଖୀ। ଶାସ୍ତ୍ରରେ ନିର୍ଦ୍ଦିଷ୍ଟ କେତକ ମହିଳାଙ୍କ ସହ ଶାରୀରିକ ସଂପର୍କ ସ୍ଥାପନକୁ ବାରଣ କରାଯାଇଛି। ତେବେ, ଆସନ୍ତୁ ଜାଣିବା ସେମାନେ ସବୁ କିଏ।

publive-image

ଗୁରୁ ପତ୍ନୀ: ଗୁରୁଙ୍କୁ ଭାରତୀୟ ସଂସ୍କୃତିରେ ଈଶ୍ୱର ଭାବେ ବିବେଚନା କରାଯାଏ। ଗୁରୁ ପତ୍ନୀ ସର୍ବଦା ପୂଜନୀୟା। ତେଣୁ ଗୁରୁ ପତ୍ନୀଙ୍କ ସହ ଶାରୀରିକ ସଂପର୍କ ସ୍ଥାପନ ଶାସ୍ତ୍ର ବିରୋଧୀ।

publive-image

ବିଧବା: ଗୁରୁ ପତ୍ନୀଙ୍କ ପରି ବିଧବାମାନଙ୍କ ସହ ଶାରୀରିକ ସଂପର୍କ ସ୍ଥାପନକୁ ମଧ୍ୟ ବାରଣ କରାଯାଇଛି। ସ୍ୱାମୀଙ୍କୁ ହରାଇଥିବା ପତ୍ନୀ ବିବଶ ହୋଇଥାନ୍ତି। ସେମାନଙ୍କୁ ସମାଜ ନିକଟରୁ ସହାନଭୂତିର ଆବଶ୍ୟକତା ଥାଏ। ସେମାନଙ୍କ ସହ ଶାରୀରିକ ସଂପର୍କ ସ୍ଥାପନ ପାପ ହୋଇଥାଏ।

publive-image

ଅବିବାହିତା ଯୁବତୀ: କୌଣସି ଅବିବାହିତା ଯୁବତୀ ସହ ଶାରୀରିକ ସଂପର୍କ ସ୍ଥାପନକୁ ମଧ୍ୟ ହିନ୍ଦୁ ଶାସ୍ତ୍ରରେ ବାରଣ କରାଯାଇଛି। କୌଣସି ଯୁବତୀର କୁଆଁରିତ୍ୱ ନଷ୍ଟ କରିବା ଶାସ୍ତ୍ର ବିରୋଧୀ କାର୍ଯ୍ୟ।

publive-image

ବନ୍ଧୁ ପତ୍ନ/ଶତ୍ରୁ ପତ୍ନୀ: ଉଭୟ ବନ୍ଧୁ ଏବଂ ଶତ୍ରୁଙ୍କ ପତ୍ନୀ ସହ ଶାରୀରିକ ସଂପର୍କ ଗଠନକୁ ବାରଣ କରାଯାଇଛି।

publive-image

ନିଜ ସଂପର୍କୀୟା: ନିଜ ପରିବାରର କେହି ମହିଳା କିମ୍ବା ନିଜର କୌଣସି ସଂପର୍କୀୟାଙ୍କ ସହ ଶାରୀରିକ ସଂପର୍କ ମହାପାପ। ସେଥିରୁ ନିବୃତ ରୁହନ୍ତୁ।

publive-image

ଚେତା ଶୂନ୍ୟ ମହିଳା: କୌଣସି ମହିଳା ଚେନା ଶୂନ୍ୟ ଥିଲେ କିମ୍ବା ମାନସିକ ସ୍ଥରରେ ଦୁର୍ବଳ ଥିଲେ ସେମାନଙ୍କ ସହ ମଧ୍ୟ ଶାରୀରିକ ସଂପର୍କ ସ୍ଥାପନ ପାପ ହୋଇଥାଏ।

publive-image

ବୟସ୍କ ମହିଳା: ନିଜ ଠାରୁ ବୟସରେ ବଡ଼ ଥିବା ମହିଳାଙ୍କ ସହ ଶାରୀରିକ ସଂପର୍କ ସ୍ଥାପନକୁ ମଧ୍ୟ ଶାସ୍ତ୍ରରେ ମନା କରାଯାଇଛି।

publive-image

ଗର୍ଭବତୀ ମହିଳା: କୌଣସି ମହିଳା ଗର୍ଭବତୀ ଥିବା ଅବସ୍ଥାରେ ସେମାନଙ୍କ ସହ ଶାରୀରିକ ସଂପର୍କ ରଖିବା ମହାପାପ ହୋଇଥାଏ।

publive-image

ଅଜଣା ମହିଳା: କୌଣସି ଏକ ଅଜଣା ଅଚିହ୍ନା ମହିଳା ସହ ସଂପର୍କ ରଖିବା ଆଦୌ ଗ୍ରହଣୀୟ ନୁହେଁ।

publive-image

ଅପରାଧୀ: କୌଣସି ଅପରାଧୀକ ମାମଲାରେ ସଂପୃକ୍ତ ଥିବା କିମ୍ବା କୌଣସି ଅପରାଧିକ କାର୍ଯ୍ୟ କରୁଥିବା ମହିଳାଙ୍କ ସହ ଆଦୌ ଶାରୀରିକ ସଂପର୍କ ସ୍ଥାପନ କରନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe