ଏହି ସବୁ ପାପ ଆଦୌ କ୍ଷମଣୀୟ ନୁହେଁ, ଭୁଲ୍‌ରେ ବି କରନ୍ତୁନି ଏହି ସବୁ କାମ

Advertisment
ଏହି ସବୁ ପାପ ଆଦୌ କ୍ଷମଣୀୟ ନୁହେଁ, ଭୁଲ୍‌ରେ ବି କରନ୍ତୁନି ଏହି ସବୁ କାମ

ଆପଣ ଭାବୁଥିବେ ଯେ ନିର୍ଦ୍ଦିଷ୍ଟ କିଛି ପାପ ପାଇଁ ବୋଧହୁଏ କଟକଣା ରହିଛି। ଏହି ନିର୍ଦ୍ଦିଷ୍ଟ କେତୋଟି ପାପକୁ ବାଦ୍‌ ଦେଲେ ଆଉ ଯାହା ସବୁ ଅଛି ତାହା କ୍ଷମଣୀୟ। ମାତ୍ର ନାଁ, କହିବାର ତାତ୍ପର୍ଯ୍ୟ ତାହା ନୁହେଁ। ସବୁ ପାପ ଅକ୍ଷମଣୀୟ ହୋଇଥାଏ। ମାତ୍ର ସବୁ ପାପ ପାଇଁ ଦଣ୍ଡ ଭିନ୍ନ। ପିମ୍ପୁଡ଼ି ମାରିବାର ପାପ କେବେ ମଣିଷମରା ପାପ ସହ ସମାନ ନୁହେଁ। ତେବେ, ଆସନ୍ତୁ ଜାଣିବା କିପରି କାମ ଆଦୌ କରିବା ଅନୁଚିତ ବୋଲି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି।

publive-image

ଭ୍ରୁଣ ହତ୍ୟା ଏକ ଏପରି ପାପ ଯାହାର କ୍ଷମା ନାହିଁ। ତାହା ଯେଉଁ ବି ପରିସ୍ଥିତିରେ ହେଉ ପଛେ। ଦୁନପିଆକୁ ଦେଖିବା ପୂର୍ବରୁ କୁନି ଜୀବଟିକୁ ସବୁଦିନ ପାଇଁ ଦୁନିଆରୁ ହଟାଇ ଦେବା ପରି ପାପ ଆଉ କିଛି ନାହିଁ।

publive-image

କଥାରେ ଅଛି ନାରୀଙ୍କ ଦେହରେ ଲକ୍ଷ୍ନୀ ରହିଥାନ୍ତି। ତେଣୁ ନାରୀଙ୍କ ଅସମ୍ମାନ କରିବା ଅର୍ଥାତ ଲକ୍ଷ୍ମୀଙ୍କୁ ଅସମ୍ମାନ କରିବା ସହ ସମାନ। ନିଜ ଘର କିମ୍ବା ବାହାରର କୌଣସି ବି ନାରୀଙ୍କୁ ଅସମ୍ମାନ କରିବା ବିରାଟ ପାପ ହୋଇଥାଏ।

publive-image

ସେହିପରି ଆଉ ଏକ ବଡ଼ ପାପ ହେଉଛି ଅନ୍ୟର ବିଶ୍ୱାସ ଭାଙ୍ଗିବା। କୌଣସି ବି ପରିସ୍ଥିତିରେ ଅନ୍ୟର ବିଶ୍ୱାସ ଭାଙ୍ଗନ୍ତୁ ନାହିଁ, ନଚେତ ଆପଣଙ୍କୁ କେବେ ବି ସଂପର୍କର ସୁଖ ପ୍ରାପ୍ତ ହେବ ନାହିଁ।

publive-image

କେହି ଯଦି ଆପଣଙ୍କୁ ଜୀବନରେ କେବେ ବି ସାହାଯ୍ୟ କରିଛନ୍ତି ଭୁଲ୍‌ରେ ବି ତାଙ୍କୁ କେବେ ଅପମାନିତ କରନ୍ତୁ ନାହିଁ। ଏମିତି କଲେ ଆପର କୃତଘ୍ନ ବୋଲାଇଲେ। କାହା ପ୍ରତି କୃତଘ୍ନ ହେବା ବଡ଼ ପାପ ହୋଇଥାଏ।

publive-image

ନିଜଠାରୁ ଦୁର୍ବଳ ବ୍ୟକ୍ତିଙ୍କୁ ଦଣ୍ଡ ଦେବା ମଧ୍ୟ ପାପ ହୋଇଥାଏ। ନିଜ ସମାସ୍କନ୍ଦ ବ୍ୟକ୍ତିଙ୍କୁ ଦଣ୍ଡ ଦେଇପାରନ୍ତି ମାତ୍ର କୌଣସି ଦୁର୍ବଳକୁ ଦଣ୍ଡ ଦେବା ପାପ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe