ଆପଣଙ୍କ ତ୍ବଚାରେ ବି ଦିଶୁଛି କି ଏହି ସବୁ ସମସ୍ୟା? ସତର୍କ ରୁହନ୍ତୁ

Advertisment

ଋତୁ ବଦଳିବା ସଙ୍ଗେ ସଙ୍ଗେ ଆମ ତ୍ବଚା ବି ବଦଳିଥାଏ। ଗ୍ରୀଷ୍ମ ସମୟରେ ତ୍ବଚା ଟିକେ ତେଲିଆ ରହିଥାଏ ତ ଶୀତ ଦିନେ ସୁଖିଲା ଦିଶିଥାଏ। ଏବେ ବର୍ଷା ଦିନ ହୋଇଥିବାରୁ ମଧ୍ୟ ତ୍ବଚା ଟିକେ ଶୁଷ୍କ ରହିବା ସ୍ବାଭାବିକ।

ଋତୁ ବଦଳିବା ସଙ୍ଗେ ସଙ୍ଗେ ଆମ ତ୍ବଚା ବି ବଦଳିଥାଏ। ଗ୍ରୀଷ୍ମ ସମୟରେ ତ୍ବଚା ଟିକେ ତେଲିଆ ରହିଥାଏ ତ ଶୀତ ଦିନେ ସୁଖିଲା ଦିଶିଥାଏ। ଏବେ ବର୍ଷା ଦିନ ହୋଇଥିବାରୁ ମଧ୍ୟ ତ୍ବଚା ଟିକେ ଶୁଷ୍କ ରହିବା ସ୍ବାଭାବିକ।

New Project (21) (1)

ଋତୁ ବଦଳିବା ସଙ୍ଗେ ସଙ୍ଗେ ଆମ ତ୍ବଚା ବି ବଦଳିଥାଏ। ଗ୍ରୀଷ୍ମ ସମୟରେ ତ୍ବଚା ଟିକେ ତେଲିଆ ରହିଥାଏ ତ ଶୀତ ଦିନେ ସୁଖିଲା ଦିଶିଥାଏ। ଏବେ ବର୍ଷା ଦିନ ହୋଇଥିବାରୁ ମଧ୍ୟ ତ୍ବଚା ଟିକେ ଶୁଷ୍କ ରହିବା ସ୍ବାଭାବିକ।

ମାତ୍ର ମନେ ରଖନ୍ତୁ, ଆପଣଙ୍କ ତ୍ବଚା ଯଦି ଆବଶ୍ୟକରୁ ଅଧିକ ସୁଖିଲା ଦିଶୁଛି ତ ଏହା କେବଳ ଋତୁର ପ୍ରଭାବ ନୁହେଁ। ଆପଣଙ୍କ ଶରୀରରେ ଥିବା ରୋଗର ସଂକେତ ଦେଇଥା‌ଏ ତ୍ବଚା।

ଯଦି ଆପଣଙ୍କ ତ୍ବଚା ସୁଖିଲା ହେବା ସହ କୁଣ୍ଡେଇ ହେଉଛି ତ ଆପଣ ଭିତରୁ ଅସୁସ୍ଥ ଅଛନ୍ତି। ଯଦି ଆପଣଙ୍କର ଲଗାତାର ତ୍ବଚା ସଂପର୍କିତ ସମସ୍ୟା ଉପୁଜୁଛି ତ ଆପଣ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

ତ୍ବଚାର ରଂଗ ବଦଳିବା, ତ୍ବଚାରେ କୁଣ୍ଡିଆ ପରି ଫଳିଯିବା, ବହୁତ ବେଶୀ କୁଣ୍ଡେଇ ହେବା କିମ୍ବା ତ୍ବଚା ଅତ୍ୟଧିକ ସୁଖିଲା ଦିଶିବ‌ା ପରି ସମସ୍ୟା ଦେଖାଦେଲେ ଆପଣ ଅନ୍ୟ କିଛି ରୋଗର ଆଶଙ୍କା କରିପାରନ୍ତି।

ଏହି ସବୁ କ୍ଷେତ୍ରରେ ଆପଣଙ୍କୁ ମଧୁମେହ, କିଡ୍‌ନିଜନୀତ ସମସ୍ୟା କିମ୍ବା ଥାଇରଏଡ୍‌ ଆଦି ହୋଇ ଥାଇପାରେ। ଜଣେ ସ୍ବା‌ସ୍ଥ୍ୟ ଗବେଷକଙ୍କ କହିବାନୁଯାୟୀ, ଯଦି ଆପଣଙ୍କ ତ୍ବଚା ଲଗାତାର ୨ ସପ୍ତାହରୁ ଅଧିକ ସମୟ ପର୍ଯ୍ୟନ୍ତ କୁ‌ଣ୍ଡେଇ ହେଉଛି ତ ଆପଣ ବିଶାଦ ପରି ସମସ୍ୟାର ଶିକାର ହୋଇପାରନ୍ତି।

ଗ‌ବେଷକ ଆହୁରି ବି କହିଛନ୍ତି ଯେ ଲଗାତାର ତ୍ବଚା ସୁଖିଲା ରହିଲେ ଆପଣଙ୍କ ତ୍ବଚା ସଂକ୍ରମଣ ହୋଇ ଥାଇପାରେ। ଏହି ସମସ୍ୟାରୁ ମୁକୁଳିବା ପାଇଁ ଆପଣଙ୍କୁ ପ୍ରଚୁର ପରିମାଣର ପାଣି ପିିଇବାରୁ ହେବ। ଅତ୍ୟଧିକ ହେଉଥିଲେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe