ଚମକପ୍ରଦ ତ୍ୱଚା ଚାହୁଁଛନ୍ତି କି ? ଗାଜରରେ କରନ୍ତୁ ଏହି ସୌନ୍ଦର୍ଯ୍ୟ ଉପଚାର!

Advertisment
ଚମକପ୍ରଦ ତ୍ୱଚା ଚାହୁଁଛନ୍ତି କି ? ଗାଜରରେ କରନ୍ତୁ ଏହି ସୌନ୍ଦର୍ଯ୍ୟ ଉପଚାର!

photo-beautymag.com

ପ୍ରତ୍ୟେକ ବ୍ୟକ୍ତି ତାର ମୁହଁକୁ ଦାଗହୀନ ଏବଂ ଚମକପ୍ରଦ କରିବାକୁ ଚାହୁଁଥିଲାବେଳେ,ଆଜିକାଲିର ବ୍ୟସ୍ତତାମୟ ଜୀବନରେ ମୁହଁରେ ଦାଗ ଏବଂ ନୀରସ ଚେହେରା ଦେଖାଯିବାଟା ଏକ ସାଧାରଣ କଥା ଅଟେ। ଏଥିପାଇଁ ସମସ୍ତେ ସେମାନଙ୍କ ଚେହେରାକୁ ସଫା,ଚମକପ୍ରଦ ଏବଂ ଫ୍ରେସ୍‌ କରିବାକୁ ଚାହିଁଥାଆନ୍ତି।ଏହି କାରଣକୁ ନେଇ ନା ଯେ କେବଳ ଝିଅ ଅଟନ୍ତି ତାହା ନୁହେଁ ବରଂ ପୁଅମାନେ ବି ସେମାନଙ୍କ ସୁନ୍ଦରତା ଲାଗି ବେଶ୍‌ ସଜାଗ୍‌ ରହୁଛନ୍ତି। ଏଥିଲାଗି ବିଉଟି ପାର୍ଲରମାନଙ୍କରେ ଝିଅମାନଙ୍କର ଭିଡ଼ ଦେଖିବାକୁ ମିଳୁଥିବାବେଳେ,ସେଲୁନ୍‌ମାନଙ୍କରେ ପୁଅମାନଙ୍କୁ ମଧ୍ୟ ଦେଖିବାକୁ ମିଳୁଛି।ହେଲେ ଏହି ଉପଚାର କେବଳ କ୍ଷଣକ ପାଇଁ ହିଁ ସେମାନଙ୍କ ଚେହେରାକୁ ଚମକାଉଅଛି।ଏଥିସହିତ ଅନେକ ଥର ଏଥିପାଇଁ କେତେକ ବ୍ୟକ୍ତିଙ୍କ କ୍ଷେତ୍ରରେ ତ୍ୱଚା ସଂକ୍ରମଣ ଦେଖା ଦେଇଥାଏ। ଆଜି ଆମେ ଏନେଇ ଆପଣଙ୍କୁ ପ୍ରକୃତିକ ଉପାୟରେ ଚମକପ୍ରଦ ତ୍ୱଚା ପାଇବାର ଏକ ସରଳ ଉପାୟ ବିଷୟରେ କହିବୁ, ଯାହାକି ଆପଣଙ୍କ ରୋଷେଇ ଗୃହରେ ରହିଛି ।ଆଉ ଏହାର ନାମ ହେଲା ଗାଜର ଯାହା ସାହାଯ୍ୟରେ କରନ୍ତୁ ଏପରି ସୌନ୍ଦର୍ଯ୍ୟ ଉପଚାର।

publive-image photo--zeenews

ଚମକପ୍ରଦ ତ୍ୱଚା ଚାହୁଁଥିଲେ କରନ୍ତୁ ଗାଜରର ଏହି ଉପାୟର ପ୍ରୟୋଗ:-ସାଧାରଣତଃ ଆପଣ ଯଦି କୌଣସି ଏକ କୌଣସି ପାର୍ଟି କିମ୍ବା ଫଂକ୍‌ସନ୍‌କୁ ଯାଉଛନ୍ତି ଓ ନିଜକୁ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ବନାଇବାକୁ ଛାହୁଁଛନ୍ତି,ତେବେ ଆପଣଙ୍କୁ ଗାଜରର ଫେସ୍‌ପ୍ୟାକ୍‌କୁ ବ୍ୟବହାର କରିବାକୁ ପଡ଼ିବ। ଏଥିପାଇଁ ଆପଣଙ୍କୁ ପ୍ରଥମେ ଗାଜରକୁ ଆଣି ତାହାର ଏକ ପେଷ୍ଟ୍‍ ପ୍ରସ୍ତୁତ କରିବାକୁ ହେବ।ଏହାପରେ ଏହି ପେଷ୍ଟ୍‍ରେ ଅଧା ଚାମଚ ବେସନ ଏବଂ କିଛି ମାତ୍ରାର ହଳଦୀକୁ ମିଶାଇ କରି ଚେହେରାରେ ଲଗାଇବାକୁ ହେବ ଓ ୧୫ ମିନିଟ୍‌ ଯାଏଁ ଚେହେରାରେ ଏହାକୁ ଶୁଖିଲା ପର୍ଯ୍ୟନ୍ତ ଛାଡ଼ିଦେବାକୁ ପଡ଼ିବ।ଏହାପରେ ଆପଣ ଏହାକୁ ସାଧାରଣ ଜଳରେ ଧୋଇ ଦିଅନ୍ତୁ। ତେବେ ଆପଣ ଏହି ଉପାୟକୁ ସପ୍ତାହକ ମଧ୍ୟରେ ୨ ରୁ ୩ ଥର କରନ୍ତୁ, ଯାହାକି ଆପଣଙ୍କ ଚେହେରାକୁ ଚମକପ୍ରଦ କରିବାରେ ସାହାଯ୍ୟ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe