ସକାଳେ ଜଳଖିଆ ନ କଲେ ଶିରାପ୍ରଶିରା କଠିନ ହୋଇଯାଏ!

Advertisment
ସକାଳ ଜଳଖିଆ ନିଶ୍ଚିତ ଖାଆନ୍ତୁ, ନଚେତ ବିଗିଡ଼ିପାରେ ସ୍ୱାସ୍ଥ୍ୟ 

The Indian Express

ନୂଆଦିଲ୍ଲୀ: ପୂର୍ବରୁ ପ୍ରକାଶିତ ଏକ ଗବେଷଣା ରିପୋର୍ଟରୁ ଜାଣିବାକୁ ମିଳିଥିଲା ଯେ ସକାଳ ଜଳଖିଆ ନ କଲେ ହୃଦ୍‌ରୋଗ, ରକ୍ତଚାପ ଏବଂ କୋଲେଷ୍ଟ୍ରୋଲ୍‌ ବୃଦ୍ଧି ପାଇବା ପରି ସମସ୍ୟା ଦେଖା ଦେଇଥାଏ। ନିକଟରେ ଏ ସଂପର୍କରେ ଆଉ ଏକ ରିପୋର୍ଟ ପ୍ରକାଶ ପାଇଛି। ସକାଳ ଜଳଖିଆ ନ ଖାଇଲେ ଧୀରେ ଧୀରେ ଶରୀରର ଶିରାପ୍ରଶିରା କଠିନ ହୋଇଯାଏ ବୋଲି ଗବେଷକମାନେ ମତ ଦେଇଛନ୍ତି।

ତେବେ ପୂରା ଦିନ ଭିତରେ ସକାଳ ଜଳଖିଆ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏ କଥା ଉଣାଅଧିକେ ସମସ୍ତଙ୍କୁ ଜଣା। ସକାଳୁ ଭୋକ ନ ହେଉଥିବାରୁ ଅନେକ ଲୋକ ସକାଳ ଖାଇବାକୁ ଗୁରୁତ୍ୱ ଦେଇନଥାନ୍ତି। ମାତ୍ର ଜାଣି ରଖିବା ଉଚିତ ଯେ ସକାଳୁ ନ ଖାଇବା ଦ୍ୱାରା ଆପଣ ଜୀବନବ୍ୟାପୀ ରୋଗର ଶିକାର ହୋଇପାରନ୍ତି। ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ସକାଳେ ଜଳଖିଆ ଖାଉଥିବା ଲୋକେ ଅପେକ୍ଷାକୃତ ସୁସ୍ଥ ଓ ପ୍ରଫୁଲ୍ଲ ରହିଥାନ୍ତି। ସକାଳୁ ନ ଖାଇବା ଏକପ୍ରକାର ଚିଡ଼ିଚିଡ଼ାପଣର କାରଣ ମଧ୍ୟ ହୋଇଥାଏ।

ନ୍ୟୁୟର୍କର ସ୍ୱାସ୍ଥ୍ୟ ଗବେଷକ ତଥା ଲେଖକ ଡ.ଭାଲେଟିନ୍‌ ଫୁଷ୍ଟର ଏବଂ ମାଉଣ୍ଟ୍‌ ସିନାଇ ସୂଚନା ଦେଇଛନ୍ତି ଯେ ଶରୀର ସବୁଠାରୁ ବେଶୀ ଶକ୍ତି ସକାଳୁ ହିଁ ସୃଷ୍ଟି କରିପାରେ।

ପୂର୍ବରୁ ମଧ୍ୟ ଅନେକ ଗବେଷକ ସକାଳ ଖାଇବା ଉପରେ ନିଜର ମତାମତ ରଖିଛନ୍ତି। ଏଯାବତ୍‌ ସକାଳ ଖାଇବାକୁ ସସସ୍ତେ ଅତ୍ୟନ୍ତ ଜରୁରୀ ବୋଲି କହିଛନ୍ତି।

ନିକଟରେ ଗବେଷକମାନେ ହୃଦ୍‌ ସମସ୍ୟା ନ ଥିବା ୪,୦୫୨ ଜଣ ବ୍ୟକ୍ତିଙ୍କୁ ନେଇ ଏକ ଗବେଷଣା କରିଥିଲେ। ଏହି ଗବେଷଣାରୁ ଜାଣିବାକୁ ମିଳିଲା ଯେ ଏମାନେ ସମସ୍ତେ ସକାଳ ଖାଇବା ଗ୍ରହଣ କରନ୍ତିି।

ସର୍ଭେରେ ସାମିଲ୍‌ ହୋଇଥିବା ମୋଟାମୋଟି ୩ ପ୍ରତିଶତ ବ୍ୟକ୍ତି ସକାଳ ଜଳଖିଆ ଖାଆନ୍ତି ନାହିଁ। ସେମାନଙ୍କ ମଧ୍ୟରେ ୬୯ ପ୍ରତିଶତ ଲୋକେ ସକାଳେ ହାଲ୍‌କା ଖାଦ୍ୟ ଗ୍ରହଣ କରନ୍ତି ଏବଂ ୨୮ ପ୍ରତିଶତ ବ୍ୟକ୍ତି ଭଲ ଭାବେ ଖାଦ୍ୟ ଗ୍ରହଣ କରିଥାନ୍ତିି।

ସକାଳୁ ଖାଦ୍ୟ ଗ୍ରହଣ କରୁ ନ ଥିବା ବ୍ୟକ୍ତିଙ୍କ ମଧ୍ୟରେ ମୁଖ୍ୟତଃ ପୁରୁଷମାନେ ଥିଲେ। ଏମାନଙ୍କ ବ୍ୟତୀତ ଧୂମପାନ ଏବଂ ଡାଏଟିଂ କରୁଥିବା ବ୍ୟକ୍ତି ମଧ୍ୟ ସକାଳ ଖାଇବା ଖାଇ ନ ଥିବା ଦେଖିବାକୁ ମିଳିଛି। ଏହାଛଡ଼ା କଫି ଏବଂ କମଳା ରସ ପ୍ରିୟ ବ୍ୟକ୍ତିମାନେ ମଧ୍ୟ ସକାଳ ଖାଇବା ପ୍ରତି ଧ୍ୟାନ ଦେଇ ନ ଥାନ୍ତି।

ତେବେ, ସକାଳ ଜଳଖିଆ ଖାଉ ନ ଥିବା ବ୍ୟକ୍ତିଙ୍କର ବେକ ହାଡ଼ ଏବଂ ଶରୀରର ବିଭିନ୍ନ ସୂକ୍ଷ୍ମ ଶିରା ଟାଣ ହେବା ଫଳରେ ଏହା ବ୍ୟକ୍ତି ଅସୁସ୍ଥ କରିପକାଏ। କହିବାକୁ ଗଲେ ସକାଳ ଖାଦ୍ୟ ଖାଉ ନ ଥିବା ବ୍ୟକ୍ତି ସାଧାରଣତଃ ଏକ ଅସୁସ୍ଥ ଜୀବନ ଯାପନ କରିଥାନ୍ତି।

କେତେକଙ୍କ ଧାରଣା ଯେ ସକାଳ ଖାଇବା ଛାଡ଼ି ଦେଲେ ଓଜନ କମ୍‌ ହୋଇଥାଏ। ଓଜନ କମାଇବାକୁ ଚାହୁଁଥିବା ବ୍ୟକ୍ତି ମଧ୍ୟ ସକାଳେ ଖାଇ ନ ଥାନ୍ତି। ମାତ୍ର ସମୟେ ସମୟେ ଏହା ଓଲଟା ପ୍ରଭାବ ପକାଏ। ଏହା ବ୍ୟକ୍ତିକୁ ଅଦ୍ୟଧିକ ମୋଟା କରି ଦେଇପାରେ।

ଏଠାରେ କହି ରଖୁଛୁ କି ଅନେକ ଲୋକଙ୍କୁ ସକାଳୁ ଖାଇବାକୁ ଇଚ୍ଛା ହୋଇ ନ ଥାଏ ବା ଭୋକ କରି ନ ଥାଏ। ସେ କ୍ଷେତ୍ରରେ ପେଟ ପୂରା ନ ଖାଇଲେ ବି ଫଳ କିମ୍ବା କୌଣସି ସ୍ୱସ୍ଥ୍ୟକର ଖାଦ୍ୟ ଖାଆନ୍ତୁ। ସକାଳୁ କ୍ଷୀର ପିଇବା ମଧ୍ୟ ଦେହ ପାଇଁ ଭଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe