ଶୋଇବା ବେଳେ କାନରେ ଇଅରଫୋନ୍‌ ଲଗାଇବା କ୍ଷତିକାରକ  , ଜାଣନ୍ତୁ ଏହା କିପରି କ୍ଷତି କରିଥାଏ

ଶୋଇବା ବେଳେ କାନରେ ଇଅରଫୋନ୍‌ ଲଗାଇବା କ୍ଷତିକାରକ  , ଜାଣନ୍ତୁ ଏହା କିପରି କ୍ଷତି କରିଥାଏ

ଏଥିରେ ଦ୍ୱିମତ ନାହିଁ କି ଗୀତ ଶୁଣିବାକୁ ସମସ୍ତେ ଭଲ ପାଆନ୍ତି। ଏବେ ମ୍ୟୁଜିକ୍‌ ଥେରାପି ଜରିଆରେ ରୋଗୀମାନଙ୍କୁ ଚିକିତ୍ସିତ କରିବାର ପ୍ରୟାାସ ହେଉଛି।ଯଦି ଆପଣଙ୍କୁ କୌଣସି ଗୀତ ଶୁଣିବାକୁ ଭଲ ଲାଗେ। ତେବେ ତାକୁ ଦିନରେ ବାରମ୍ବାର ଶୁଣିଲେ ବି ଆପଣ ବୋର୍‌ ହୋଇ ନଥାନ୍ତି। ଏମିତି ବି ଅନେକ ଥର ହୁଏ ଯେ ଆପଣ ଗୀତ ଶୁଣିଶୁଣି ଶୋଇ ପଡିଥାନ୍ତି। ଆଉ କେତେକ ଲୋକ ଜାଣିଶୁଣି ଶୋଇବା ପୂର୍ବରୁ ମନପସନ୍ଦ ଗୀତ ବଜାଇ ଇଅରଫୋନ୍‌ କାନରେ ଦେଇଥାନ୍ତି। ଏହା ଫଳରେ ଭଲ ନିଦ ଆସିଥାଏ ବୋଲି ସେମାନେ ମନେ କରନ୍ତି।

publive-image

କିନ୍ତୁ ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ, ଶୋଇବା ପୂର୍ବରୁ କାନରେ ଇଅରଫୋନ୍‌ ଲଗାଇବା କ୍ଷତିକାରକ ହୋଇପାରେ। ଯଦି ଏଭଳି ଅଭ୍ୟାସରେ ଅଭ୍ୟସ୍ତ ହୋଇଯାଆନ୍ତି,ତେବେ ସ୍ୱାସ୍ଥ୍ୟ ପାଇଁ ଆଦୌ ଭୁଲ୍‌ ନୁହେଁ। ଏହି ସମୟରେ ମଣିଷର ମସ୍ତିଷ୍କ ଆକ୍ଟିଭ୍‌ ମୋଡ୍‌ରେ ରହିଥାଏ। ଏହି କାରଣରୁ ମସ୍ତିଷ୍କ ବିଶ୍ରାମ କରିବା ସମୟରେ ବି କ୍ରିୟାଶୀଳ ଥାଏ। ଏହା ମସ୍ତିଷ୍କର କ୍ଷତି କରିଥାଏ। ଖାଲି ସେତିକି ନୁହେଁ ଶୋଇବା ସମୟରେ କାନରେ ଇଅରଫୋନ୍‌ ଲାଗି ରହିଲେ କାନର ତ୍ୱଚାଉପରେ ଚାପ ପଡ଼ିଥାଏ ଓ ତ୍ୱଚାଜନିତ ସମସ୍ୟା ବି ଉପୁଜିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe