ଦିନରେ କାମ କରିବାବେଳେ ନିଦ ମାଡୁଛି ତ , ଜାଣନ୍ତୁ ଏହା କେଉଁ ରୋଗର ଲକ୍ଷଣ?

Advertisment
ଦିନରେ କାମ କରିବାବେଳେ ନିଦ ମାଡୁଛି ତ , ଜାଣନ୍ତୁ ଏହା କେଉଁ ରୋଗର ଲକ୍ଷଣ?

ଅନେକ ଲୋକ କାମ କରିବାବେଳେ ଶୋଇ ପଡ଼ନ୍ତି। ଯଦି ଦିନରେ କାମ କରିବା ସମୟରେ ଆପଣଙ୍କୁ ନିଦ ମାଡେ,ତେବେ ଭବିଷ୍ୟତରେ ଆପଣ କୌଣସି ଗମ୍ଭୀର ରୋଗର ଶିକାର ହୋଇପାନ୍ତି। ଏକ ନୂଆ ଗବେଷଣାରୁ ଜଣାଯାଇଛି ଯେ ଦିନରେ କାମ କରୁଥିବା ବେଳେ ନିଦ ମାଡ଼ିବା ଅଲଜାଇମରର ଲକ୍ଷଣ ହୋଇପାରେ।‘ସ୍ଲିପ୍‌ ଜର୍ଣ୍ଣାଲ୍‌’ରେ ପ୍ରକାଶିତ ଗବେଷଣାରେ ଏହା ମଧ୍ୟ କୁହାଯାଇଛି ଯେ, ଦିନରେ ନିଦ ଆସିବା ଭବିଷ୍ୟତରେ ମସ୍ତିଷ୍କରେ ପ୍ଲାକର ସଂରଚନା ହୋଇପାରେ।

publive-image

ଏହି ଗବେଷଣାର ପ୍ରମୁଖ ଲେଖକ ତଥା ଆମେରିକାରେ ଜନ୍‌ସ ହପକିନ୍‌ସ ବ୍ଲୁମ ବର୍ଗ ସ୍କୁଲ ଅଫ୍‌ ପବ୍ଲିକ୍‌ ହେଲ୍‌ଥରେ ଆସୋସିଏଟ୍‌ ପ୍ରଫେସର୍‌ ଏଡ୍‌ମ ପି. ସ୍ପିରା କହନ୍ତି ଯେ,ଯଦି ଆପଣ ଦିନରେ କାମ କରୁଥିବା ବେଳେ ନିଦ ଆସୁଥିବାର ଅନୁଭବ କରୁଥାନ୍ତି,ତେବେ ତୁରନ୍ତ ଏହାର ଯାଞ୍ଚ କରାଇ ନିଅନ୍ତୁ। ଏହି ଗବେଷଣାରେ ଷାଠିଏ ବର୍ଷ ବୟସ୍କ ୧୨୪ ଜଣ ପୁରୁଷ ଓ ମହିଳାମାନଙ୍କୁ ନେଇ ଦିନରେ ଶୋଇବାର ଅଭ୍ୟାସ ଉପରେ ଅଧ୍ୟୟନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe