Snoring Laser Care
ନୂଆଦିଲ୍ଲୀ: ବ୍ୟସ୍ତବହୁଳ ଜୀବନଶୈଳୀରେ ଲୋକେ ଖାଇବା ଓ ଶୋଇବା ଉପରେ ବିଶେଷ ଧ୍ୟାନ ଦେଇପାରୁ ନାହାନ୍ତି। ନିଦ ଅଭାବରୁ ଅନେକ ପ୍ରକାର ସମସ୍ୟା ଦେଖିବାକୁ ମିଳୁଛି। ବିଶେଷଜ୍ଞଙ୍କ କହିବା ମୁତାବକ ଦିନକୁ ଅତି କମ୍ରେ ୬ରୁ ୭ ଘଣ୍ଟା ଶୋଇବା ଅତ୍ୟନ୍ତ ଜରୁରୀ। କିନ୍ତୁ ଆପଣ ଲକ୍ଷ୍ୟ କରିଥିବେ ଅନେକ ଲୋକ ଶୋଇବାୖ ସମୟରେ କାନରେ ଇୟରପ୍ଲଗ ଲଗେଇ ଶୋଇଥାନ୍ତି। ତେବେ ଏହି ଇୟର ପ୍ଲଗ୍ ଶରୀର ପାଇଁ କେତେ ସୁରକ୍ଷିତ ତାହା ଜାଣନ୍ତି କି?
ଏହି ଇୟର ପ୍ଲଗ୍ର ବ୍ୟବହାର ସାଧାରଣତଃ ଶୋଇବାରେ କୌଣସି ବ୍ୟାଘାତ ନ ସୃଷ୍ଟି ହେବା ପାଇଁ କରାଯାଇଥାଏ। ଲୋକେ କିଛି ସମୟ ଆରାମରେ ଶୋଇବା ପାଇଁ ଏହାର ବ୍ୟବହାର କରିଥାନ୍ତି। ଶ୍ରୀ ବାଲାଜୀ ଆକ୍ସନ ମେଡିକାଲ ଇନଷ୍ଟିଚ୍ୟୁଟର ବରିଷ୍ଠ ପରାମର୍ଶଦାତା ଡକ୍ଟର ରୋହିତ ବିଷ୍ଣୋଇ କହିଛନ୍ତି ଯେ, ଇୟରପ୍ଲଗ୍ ହେଉଛି ଏକ ଛୋଟ ଉପକରଣ ଯାହା ଶୋଇବା ସମୟରେ ବାହ୍ୟ ଶବ୍ଦକୁ ହ୍ରାସ କରିବା କିମ୍ବା ଦୂର କରିବା ପାଇଁ କାନରେ ପିନ୍ଧିବା ପାଇଁ ଡିଜାଇନ୍ କରାଯାଇଛି।
ଡ. ବିଷ୍ଣୋାଇ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବାହ୍ୟ ଶବ୍ଦ ଦ୍ବାରା ନିଦ ବାରମ୍ବାର ଭାଙ୍ଗିଥାଏ। ଏହା ଦ୍ବାରା ଶାରୀରିକ ଏବଂ ମାନସିକ ସ୍ତରରେ ସମସ୍ୟା ଉପୁଜିପାରେ। ଅତ୍ୟଧିକ ଚାପ, ଚିନ୍ତା ଏବଂ ଥକାପଣର ମାତ୍ରା ବୃଦ୍ଧି ପାଇଥାଏ। ଶୋଇବା ସମୟରେ ଇୟରପ୍ଲଗ୍ର ବ୍ୟବହାର ଶବ୍ଦ ଅବରୋଧ କରିବା ପାଇଁ ଉପଯୋଗୀ ହୋଇପାରେ।
ଶବ୍ଦ ହ୍ରାସ - କାନକୁ ଉଚ୍ଚ ସ୍ୱରରୁ ରକ୍ଷା କରିବା ପାଇଁ ଇୟରପ୍ଲଗର ବ୍ୟବହାର କରାଯାଇଥାଏ। ଏହାକୁ ଦୀର୍ଘ ସମୟ ଧରି କନ୍ସର୍ଟ ଭଳି ସ୍ଥାନରେ ବ୍ୟବହାର କରାଯାଏ।
ଶୋଇବା – ରାତିରେ ଆରାମଦାୟକ ନିଦ୍ରା ପାଇଁ ଇୟରପ୍ଲଗ୍ ବ୍ୟବହାର କରାଯାଏ।
ପହଁରିବା ଏବଂ ଉଡ଼ିବା - ପହଁରିବା ଏବଂ ବିମାନଯାତ୍ରା ସମୟରେ ଖାସ୍ ଇୟରପ୍ଲଗ୍ ତିଆରି କରାଯାଇଥାଏ।
ରାତିସାରା କାନ ଭିତରେ ଲଗାଯାଇଥିବା ଇୟରପ୍ଲଗ୍ ସହିତ ଶୋଇବା ସୁରକ୍ଷିତ କି?
ଡ ବିଷ୍ଣୋ ଇ କହିଛନ୍ତି ଯେ ଶୋଇବା ପାଇଁ ଇୟରପ୍ଲଗ୍ ବ୍ୟବହାର ସହିତ କିଛି ସମ୍ଭାବ୍ୟ ବିପଦ ମଧ୍ୟ ରହିଛି। ଉଦାହରଣ ସ୍ୱରୂପ, ଯଦି ଇୟରପ୍ଲଗ୍ଗୁଡିକ ସଫା ରଖା ନଯାଏ, ତେବେ ଏହାଦ୍ବାରା କାନରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇପାରେ। ଏହି କ୍ଷେତ୍ରରେ ଲୋକଙ୍କ ପାଇଁ ଇୟରପ୍ଲଗ୍ ବ୍ୟବହାର ଉପଯୁକ୍ତ ହୋଇ ନପାରେ ବୋଲି ସେ କହିଛନ୍ତି। ଶୋଇବା ସମୟରେ କେଉଁ ଇୟରପ୍ଲଗ୍ ବ୍ୟବହାର କରୁଛନ୍ତି ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।ବିଶେଷଜ୍ଞଙ୍କ ଅନୁଯାୟୀ, ଶୋଇବା ପାଇଁ ଫୋମ୍ ଏବଂ ମହମ ଇୟରପ୍ଲଗ୍ ସୁରକ୍ଷିତ ଏବଂ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ।ସିଲିକନ୍ ଇୟରପ୍ଲଗ୍ ଶୋଇବା ସମୟରେ ବ୍ୟବହାର କରିବା ଉଚିତ ନୁହେଁ।
Follow Us