ଜାଣନ୍ତୁ କାହିଁକି ଦକ୍ଷିଣ ଓ ପୂର୍ବ ଦିଗକୁ ପାଦ ରଖି ଶୋଇବା ଉଚିତ ନୁହେଁ

ଜାଣନ୍ତୁ କାହିଁକି ଦକ୍ଷିଣ ଓ ପୂର୍ବ ଦିଗକୁ ପାଦ ରଖି ଶୋଇବା ଉଚିତ ନୁହେଁ

Metro

ଭାରତୀୟ ପରମ୍ପରାରେ  ପ୍ରଚଳିତ ଚଳଣି ଭିତରେ ରହିଛି ଅନେକ ଗୁରୁତ୍ୱପୂର୍ଣ୍ଣ କଥା ।  ଏହା ବୈଜ୍ଞାନିକ ତଥ୍ୟ ଉପରେ ନିର୍ଦ୍ଧାରିତ। ଆମର ପରିବେଶରେ ବିଭିନ୍ନ ପ୍ରକାରର ଶକ୍ତି ପ୍ରବାହିତ ହୋଇଥାଏ । ଏହା ଆମ ଉପରେ ବିଭିନ୍ନ ପ୍ରକାର ପ୍ରଭାବ ପକେଇଥାଏ । ବିଶେଷଜ୍ଞଙ୍କ ଅନୁସାରେ ଶୋଇବାର ଶୈଳୀର ମଧ୍ୟ ଏକ ତାତ୍ପର୍ଯ୍ୟ ଅଛି ।

ଯଦି ଆପଣ ଦକ୍ଷିଣ ଦିଗକୁ ପାଦ କରି ଶୋଉଛନ୍ତି,ତା’ହେଲେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡ଼ିବ । ଆପଣଙ୍କ ମାନସିକ ସ୍ଥିତି ଏବଂ ହୃଦୟ ପ୍ରକ୍ରିୟା ବିଗିଡ଼ିଯିବ । ବିଜ୍ଞାନ ଅନୁସାରେ ପୃଥିବୀର ଦୁଇଟି ଯାକ ମେରୁ ଯଥା ଉତ୍ତର ଏବଂ ଦକ୍ଷିଣ ମେରୁ ଭିତରେ ଚୁମ୍ବକୀୟ ଶକ୍ତି ଅଛି । ଶାରିରୀକ ସଂରଚନା ଅନୁସାରେ ଆପଣଙ୍କ ମୁଣ୍ଡ ଉତ୍ତର ଦିଗରେ ଏବଂ ପାଦ ଦକ୍ଷିଣ ଦିଗରେ ରହିବା ଦ୍ୱାରା ଏହା ପ୍ରତିରୋଧକର କାମ କରେ । ବିପରୀତ ଦିଗ ପରସ୍ପରକୁ ଆକର୍ଷିତ କରନ୍ତି ଏବଂ ସମାନ ଦିଗ ପ୍ରତିରୋଧକ ଭଳି କାମ କରନ୍ତି । ଯେଉଁଥିପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ମସ୍ତିଷ୍କ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ । ବୈଜ୍ଞାନିକ ମତ ଅନୁସାରେ ଦକ୍ଷିଣ ଦିଗକୁ ପାଦ ରଖି ଶୋଇବା ଦ୍ୱାରା ବ୍ୟକ୍ତିର ଶକ୍ତି କମିଥାଏ। ସକାଳୁ ଉଠିଲା ବେଳେ ଦୁର୍ବଳ ଲାଗେ। ଯଦି ଆପଣ ଦକ୍ଷିଣ ଦିଗକୁ ମୁଣ୍ଡ ରଖି ଶୋଇବେ, ତା’ହେଲେ ଆପଣଙ୍କୁ ସତେଜ ଅନୁଭବ ହେବ।

ଆମର ଶାସ୍ତ୍ରରେ କୁହାଯାଇଛି କି ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ୍‌, ଅର୍ଥାତ ପାଦ ଉତ୍ତର ଦିଗକୁ ପାଦ ରହିବା ଦରକାର । ଶାସ୍ତ୍ର ଅନୁସାରେ ପୂର୍ବ ଦିଗ ହେଉଛି ଦେବତା ଓ ଅଲୌକିକ ଶକ୍ତିର ବାସ ସ୍ଥାନ । ସେଥିପାଇଁ ସେହି ଦିଗକୁ ପାଦ କରିି ଶୋଇବା ଉଚିତ୍‌ ନୁହେଁ । ପୂର୍ବ ଦିଗକୁ ପାଦ ରଖିି ଶୋଇବାକୁ ଅଶୁଭ କୁହାଯାଏ । କାହିଁ ନା ଏହି ଦିଗରେ ସୂର୍ଯ୍ୟ ଉଦୟ ହୁଏ । ବାସ୍ତୁଶାସ୍ତ୍ରକୁ ନିଜ ଜୀବନଶୈଳୀରେ ପ୍ରୟୋଗ କରିବା ଦ୍ୱାରା ଚିନ୍ତାରୁ ମୁକ୍ତି ମିଳିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe