ଯଦି ଆପଣ ୭ ଘଣ୍ଟାରୁ ଅଧିକ ଶୋଉଥା’ନ୍ତି , ତେବେ ହୋଇଯାଆନ୍ତୁ ସାବଧାନ୍‌! ଜାଣନ୍ତୁ ଏହାର କାରଣ

ଯଦି ଆପଣ ୭ ଘଣ୍ଟାରୁ ଅଧିକ ଶୋଉଥା’ନ୍ତି , ତେବେ ହୋଇଯାଆନ୍ତୁ ସାବଧାନ୍‌! ଜାଣନ୍ତୁ ଏହାର କାରଣ

କିଛି ଲୋକ ନିୟମ ମାନି ଶୋଇଥାନ୍ତି ,ପୁଣି କେତେକ କିଛି କଥା ମାନି ନଥାନ୍ତି। କେତେକ ସୂର୍ଯ୍ୟୋଦୟ ପୂର୍ବରୁ ନିଜର ଶଯ୍ୟା ତ୍ୟାଗ କରନ୍ତି ଓ ନିଜର ଦିନଚର୍ଯ୍ୟାକୁ ସଂପୂର୍ଣ୍ଣ କରିବାରେ ଲାଗିପଡ଼ନ୍ତି। ହେଲେ ଆଜିର ଜୀବନଶୈଳୀରେ ଆପଣଙ୍କୁ ବି ଅଧିକ ଶୋଇବାକୁ ପସନ୍ଦ ଅଟେ ଓ ଅବସର ସମୟରେ,ଯେଉଁ ସମୟରେ କି ଆପଣଙ୍କ ପାଖରେ କୌଣସି କାମ ରହିନଥାଏ ତ;ସେହି ସମୟରେ ଆପଣ ଶୋଇବାକୁ ପସନ୍ଦ କରନ୍ତି।ହେଲେ ଏନେଇ ଆପଣ ବେଳ ଥାଉ ହିଁ ସାବଧାନ ହୋଇଯା’ନ୍ତୁ। କାରଣ ଏନେଇ କରାଯାଇଥିବା ଏକ ଗବେଷଣାରେ କୁହାଯାଇଛି କି,ଯେଉଁ ଲୋକମାନେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇରହନ୍ତି ,ତାହା ସେମାନଙ୍କପାଇଁ କ୍ଷତିକାରକ। ବିଶେଷ କରି ଯେଉଁମାନେ ୭ ଘଣ୍ଟାରୁ ଅଧିକ ଶୋଇଥାନ୍ତି ,ସେମାନଙ୍କ ମୃତ୍ୟୁର ଆଶଙ୍କା ଅଧିକ ହୋଇଥାଏ।

publive-image publive-image
ହାଫିଂଗଟନ ପୋଷ୍ଟ୍‍ ୟୁକେରେ ଏନେଇ ଏକ ଅଧ୍ୟୟନ କରାଯାଇଥିଲା। ଏଥିରେ ୩୩ ଲକ୍ଷରୁ ଅଧିକ ଲୋକଙ୍କୁ ସାମିଲ୍‌ କରାଯାଇଥିଲା। ଯେଉଁଥିରୁ କି ଏହା ଜଣାଯାଇଥିଲା ଯେ,ଯେଉଁ ବ୍ୟକ୍ତି ଅଧିକ ସମୟ ଯାଏଁ ଶୋଇ ରହନ୍ତି,ସେମାନଙ୍କଠାରେ ହୃଦୟ ସମ୍ବନ୍ଧିତ ସମସ୍ୟା ଏବଂ ଷ୍ଟ୍ରୋକ୍‌ ଭଳି ଗମ୍ଭୀର ସମସ୍ୟା ବଢ଼ିଯାଇଥାଏ।
ତେବେ ଏହାକୁ ନେଇ ଆମେରିକନ୍‌ ହାର୍ଟ ଏସୋସିଏସନ୍‌ର ଜର୍ନଲରେ ପ୍ରକାଶିତ ଗବେଷଣାରେ ,ଯେଉଁ ଲୋକ ଅଧିକ ସମୟ ପର୍ଯ୍ୟନ୍ତ ଶୋଇଥା’ନ୍ତି ସେମାନଙ୍କର ହୃଦୟ ସଂମ୍ବନ୍ଧିତ ସମସ୍ୟା ବଢ଼ିଯାଇଥାଏ ବୋଲି ଉଲ୍ଲେଖ ରହିଛି। ତେବେ ଏହି ଗବେଷଣାରୁ ଏହା ମଧ୍ୟ ଦେଖାଯାଇଥିଲା ଯେ,ଯେଉଁ ଲୋକ ପ୍ରତ୍ୟେକ ଦିନ ୭ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଶୋଇଥା’ନ୍ତି,ସେମାନଙ୍କଠାରେ ରୋଗ ହେବାର ସମସ୍ୟା କମ୍‌ ହୋଇଥାଏ। ଏଥିସହିତ ଏଥିରେ ଏହା ବି କୁହାଯାଇଛି ଯେ,ରୋଗ ଏବଂ ମୃତ୍ୟୁର ପରିମାଣ ସେହି ଲୋକଙ୍କଠାରେ ଧିରେ-ଧିରେ ବଢ଼ିଥାଏ,ଯେଉଁମାନେ କି ଏହି ସମୟ ଠାରୁ କମ୍‌ ନିଦ୍ରା ଯାଆନ୍ତି।

publive-image
ତେବେ ଏହି ସମୟ ଅବଧିଠାରୁ ଅଧିକ ତଥା ଦୈନିକ ୯ ଘଣ୍ଟା ପର୍ଯ୍ୟନ୍ତ ଶୋଇ ରହୁଥିବା ବ୍ୟକ୍ତିଙ୍କର ମୃତ୍ୟୁର ପରିମାଣ ୧୪ ପ୍ରତିଶତ ବଢ଼ିଯାଇଥାଏ ବୋଲି ଏହି ଗବେଷଣାରେ କୁହାଯାଇଛି। ଯେଉଁଠି କି ୧୦ ଘଣ୍ଟାରୁ ଅଧିକ ସମୟ ଧରି ଶୋଉଥିବା ବ୍ୟକ୍ତିଙ୍କର ମୃତ୍ୟୁ ୪୭ ପ୍ରତିଶତକୁ ବୃଦ୍ଧି ପାଇଥାଏ। ଅର୍ଥାତ୍‌ ୧୦ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଶୋଇ ରହୁଥିବା ବ୍ୟକ୍ତିଙ୍କଠାରେ ଷ୍ଟ୍ରୋକ୍‌ ଦ୍ୱାରା ମୃତ୍ୟୁର ସମସ୍ୟା ୫୬ ପ୍ରତିଶତ ବଢ଼ିଥାଏ ଓ ସେମାନଙ୍କ ଠାରେ ହୃଦଘାତର ସମସ୍ୟା ମଧ୍ୟ ଅଧିକ ଦେଖାଯାଏ ବୋଲି ଏହି ଅଧ୍ୟୟନରେ ଉଲ୍ଲେଖ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe