ଫିଟ ଏବଂ ସ୍ମାର୍ଟ ଦେଖାଯିବା ପାଇଁ ଏସବୁ ରଙ୍ଗର ପୋଷାକ ପରିଧାନ କରନ୍ତୁ !

ପୋଷାକ ରଙ୍ଗ କେବଳ ଆପଣଙ୍କୁ ଆକର୍ଷଣୀୟ ଲୁକ ଦେଇ ନଥାଏ। ଏହା ଶରୀରର ଆକୃତିକୁ ମଧ୍ୟ ସନ୍ତୁଳିତ କରିଥାଏ। ତେବେ ଆସନ୍ତୁ ଏପରି କିଛି ରଙ୍ଗ ବିଷୟରେ ଜାଣିବା  ଯେଉଁ ରଙ୍ଗର ପୋଷାକ  ପିନ୍ଧିବା ଦ୍ବାରା ଜଣେ ବ୍ୟକ୍ତି ଫିଟ ଏବଂ ସ୍ମାର୍ଟ ଦେଖା ଯାଇଥାଆନ୍ତି।

b79aa116-979c-42a0-a5d8-c8245d05eb57

ନୂଆଦିଲ୍ଲୀ: ଯେତେବେଳେ ବି ପୋଷାକ କଥା ଉଠେ... ତାହାର ରଙ୍ଗ ଏବଂ ଶୈଳୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ପ୍ରାୟତଃ ଦେଖାଯାଏ ଏପରି କିଛି ରଙ୍ଗ ଅଛି ସେହି ରଙ୍ଗରର ପୋଷାକ ପିନ୍ଧିବା ଦ୍ବାରା ସେ ମହିଳା ହୁଅନ୍ତୁ ଅବା ପୁରୁଷ  ଫିଟ ଏବଂ ସ୍ମାର୍ଟ ଦେଖାଯାଇଥାଆନ୍ତି। 

ପୋଷାକ ରଙ୍ଗ କେବଳ ଆପଣଙ୍କୁ ଆକର୍ଷଣୀୟ ଲୁକ ଦେଇ ନଥାଏ। ଏହା ଶରୀରର ଆକୃତିକୁ ମଧ୍ୟ ସନ୍ତୁଳିତ କରିଥାଏ। ତେବେ ଆସନ୍ତୁ ଏପରି କିଛି ରଙ୍ଗ ବିଷୟରେ ଜାଣିବା  ଯେଉଁ ରଙ୍ଗର ପୋଷାକ  ପିନ୍ଧିବା ଦ୍ବାରା ଜଣେ ବ୍ୟକ୍ତି ଫିଟ ଏବଂ ସ୍ମାର୍ଟ ଦେଖା ଯାଇଥାଆନ୍ତି।

ନେଭି ବ୍ଲୁ ରଙ୍ଗ ବହୁତ ପଲିସ୍ଡ୍ ଏବଂ ସଫା ଲୁକ୍ ଦେଇଥାଏ। ଏହି ରଙ୍ଗର ପୋଷାକ ପିନ୍ଧି ଆପଣ ଅଫିସ୍, ପାର୍ଟି କିମ୍ବା ଯେକୌଣସି ଛୋଟବଡ଼ କାର୍ଯ୍ୟକ୍ରମକୁ ଯାଇପାରିବେ।  

ଏହି କ୍ରମରେ ଆସୁଛି ୱାଇନ୍ ରେଡ୍ ରଙ୍ଗ। ଏହି ରଙ୍ଗର ପୋଷାକ ଉତ୍ସବ ଲୁକ୍ ପାଇଁ ସର୍ବୋତ୍ତମ ରଙ୍ଗ । ଯଦି ଆପଣ ଏକ ଉତ୍ସବ କିମ୍ବା ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି, ତେବେ ୱାଇନ୍ ରେଡ୍ ରଙ୍ଗର ପୋଷାକ ପରିଧାନ କରନ୍ତୁ।। ଏହି ରଙ୍ଗର ମୁଖ୍ୟ କଥା ହେଉଛି ଏହା ଶରୀରକୁ ପତଳା ଦେଖାଯିବାରେ ସାହାଯ୍ୟ କରେ। 

ଏହି କ୍ରମରେ କଳା ଓ ସବୁଜରଙ୍ଗକୁ ବି ସବୁଠାରୁ ଭଲ ରଙ୍ଗ ଭାବେ ବିବେଚନା କରାଯାଉଛି। ଆପଣଙ୍କ ଶରୀର ଯଦି ପୃଥଳକାୟ ଅଛି।  ତେବେ ଆପଣଙ୍କ ଉପରେ କେଉଁ ରଙ୍ଗ ମାନିବ ବୋଲି ଦ୍ବନ୍ଦ୍ବରେ ରହିଛନ୍ତି ତେବେ କଳା ଓ ସବୁଜ ରଙ୍ଗକୁ ବାଛି ନିଅନ୍ତୁ।

ପତଳା ଏବଂ ଷ୍ଟାଇଲିସ୍ ଦେଖାଯିବା ପାଇଁ ସବୁବେଳେ ଛୋଟ ପ୍ରିଣ୍ଟ ଥିବା ପୋଷାକ ପିନ୍ଧନ୍ତୁ।  ଠିକ ଫିଟିଙ୍ଗ ହେଉଥିବା ପୋଷାକ ପରିଧାନ କରନ୍ତୁ। ଢିଲା କିମ୍ବା ଅତ୍ୟଧିକ ଟାଇଟ୍ ପୋଷାକ ପିନ୍ଧନ୍ତୁ ନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe