ମୋବାଇଲ୍ ଫୋନ୍ ନୋଟିଫିକେସନ୍ ମଣିଷ ସ୍ବାସ୍ଥ୍ୟ ଉପରେ ଏସବୁ ପ୍ରଭାବ ପକାଇପାରେ

ଆପଣମାନେ ଜାଣି ରଖିବା ଉଚିତ କି କେବଳ ଫୋନ୍ ନୁହେଁ, ଏଥିରେ ଆସୁଥିବା ନୋଟିଫିକେସନ୍ ମଧ୍ୟ ଆପଣଙ୍କୁ ଅସୁସ୍ଥ କରିପାରେ। ବାରମ୍ବାର ମୋବାଇଲ୍ ସ୍କ୍ରିନ୍ ଦେଖିବା ଦ୍ୱାରା ଚିନ୍ତା ବଢ଼ିଥାଏ। ଏତଦ ଦ୍ବାରା ଶରୀରର ଶକ୍ତି ହ୍ରାସ ପାଏ ।କ୍ଳାନ୍ତ ଏବଂ ଆଳସ୍ୟ ଅନୁଭବ ହୋଇଥାଏ।

jjkj

ନୂଆଦିଲ୍ଲୀ: ମୋବାଇଲ୍ ଫୋନ୍ ଆମ ସମସ୍ତଙ୍କ ଜୀବନରେ ଏକ ଜରୁରୀ ସାମଗ୍ରୀ ପାଲଟିଗଲାଣି। ଆମେ ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ମୋବାଇଲଫୋନ ବ୍ୟବହାର କରିଥାଉ। ଫୋନର ଅତ୍ୟଧିକ ବ୍ୟବହାର ଜୀବନଶୈଳୀ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। 

ଶୋଇବା ସମୟରେ କିମ୍ବା ସକାଳୁ ଉଠିବା ସମୟରେ ମୋବାଇଲ୍ ଧରିବା ଅଭ୍ୟାସ ଆମ ଶରୀର ପ୍ରତି କ୍ଷତିକାରକ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।

ତେବେ ଆପଣମାନେ ଜାଣି ରଖିବା ଉଚିତ କି କେବଳ ଫୋନ୍ ନୁହେଁ, ଏଥିରେ ଆସୁଥିବା ନୋଟିଫିକେସନ୍ ମଧ୍ୟ ଆପଣଙ୍କୁ ଅସୁସ୍ଥ କରିପାରେ। ଆସନ୍ତୁ ଜାଣିବା ଏହାର ପାର୍ଶ୍ୱ ପ୍ରତିକ୍ରିୟା...

୧. ସକାଳୁ ଉଠିବା ମାତ୍ରେ ହାତରେ ଫୋନ ଧରିବା ଚିନ୍ତାର କାରଣ ହୋଇପାରେ। ଏହା ମଣିଷକୁ ଉଚ୍ଚ ରକ୍ତଚାପର ଶିକାର କରିପାରେ।


୨. ବାରମ୍ବାର ମୋବାଇଲ୍ ସ୍କ୍ରିନ୍ ଦେଖିବା ଦ୍ୱାରା ଚିନ୍ତା ବଢ଼ିଥାଏ। ଏତଦ ଦ୍ବାରା ଶରୀରର ଶକ୍ତି ହ୍ରାସ ପାଏ ।କ୍ଳାନ୍ତ ଏବଂ ଆଳସ୍ୟ ଅନୁଭବ ହୋଇଥାଏ।

୩. ସକାଳୁ ଉଠିବା ମାତ୍ରେ ଇମେଲ୍ କିମ୍ବା ବିଜ୍ଞପ୍ତି ଦେଖିବା ଦ୍ବାରା ଆପଣଙ୍କୁ କିଛି ଜିନିଷ ବିଷୟରେ ଚିନ୍ତିତ କରିପାରେ, ଯାହା ଆପଣଙ୍କ ହୃଦୟ ଏବଂ ମନକୁ ଅସ୍ଥିର କରିପାରେ।


୪. ଯଦି ଆପଣଙ୍କ ମୋବାଇଲରେ ସକାଳୁ ସକାଳୁ ବହୁତ ନୋଟିଫିକେସନ୍, ମେସେଜ୍, ଇମେଲ୍, ଫେସବୁକ୍, ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ୍ ଆସିଥାଏ, ତେବେ ଏହା ଆପଣଙ୍କ ଚିନ୍ତା କରିବା ଏବଂ ବୁଝିବାର ଶକ୍ତିକୁ ଛଡ଼ାଇ ନେଇପାରେ।


୫. ଫୋନ୍ ଏବଂ ସୋସିଆଲ ମିଡିଆରେ ବାରମ୍ବାର ନୋଟିଫିକେସନ ଆସିବା ଯୋଗୁଁ ମଣିଷ ଚିଡ଼ିଚିଡ଼ା ସ୍ବଭାବର ହୋଇପାରେ। ଏହା ଆପଣଙ୍କ ମନୋଭାବ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ।


୬. ସକାଳେ ଉଠିବା ମାତ୍ରେ ଯଦି ମୋବାଇଲରେ ଆସିଥିବା ନୋଟିଫିକେସନ୍ରେ କିଛି ଚାପପୂର୍ଣ୍ଣ ଥାଏ ତେବେ ଆପଣଙ୍କର ସମ୍ପୂର୍ଣ୍ଣ ମନୋଭାବ ଖରାପ ହୋଇପାରେ।


୭. ରାତିରେ ମୋବାଇଲ୍ ଦେଖି ଶୋଇବା ଏବଂ ସକାଳେ ମୋବାଇଲ୍ ଦେଖି ଉଠିବା ଦ୍ୱାରା ଚିନ୍ତାଗ୍ରସ୍ତ ହୋଇପାରନ୍ତି। ଏପରି ଅଭ୍ୟାସ ଥିବା ବ୍ୟକ୍ତି ଛୋଟ ଛୋଟ କଥାରେ ରାଗିବା ଆରମ୍ଭ କରି ଦିଅନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe