ଆପଣ ଧୂପପାନ କରୁଥିବା ବ୍ୟକ୍ତିଙ୍କ ପାଖରେ ଅଧିକ ସମୟ ବିତାଉଛନ୍ତି କି , ତେବେ ହୋଇ ଯାଆନ୍ତୁ ସାବଧାନ!

Advertisment
ଆପଣ ଧୂପପାନ କରୁଥିବା ବ୍ୟକ୍ତିଙ୍କ ପାଖରେ ଅଧିକ ସମୟ ବିତାଉଛନ୍ତି କି , ତେବେ ହୋଇ ଯାଆନ୍ତୁ ସାବଧାନ!

Quitting smoking concept. Hand is rejecting cigarette offer.

ନୂଆଦିଲ୍ଲୀ: ଧୂମପାନ ଯେ ସ୍ୱାସ୍ଥ୍ୟପଯୋଗୀ ନୁହଁ ଏହା ସମସ୍ତେ ଜାଣିଛନ୍ତି କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ,କେବଳ ଧୂମପାନ କରୁଥିବା ବ୍ୟକ୍ତିଙ୍କ ସହ ୧ ଘଣ୍ଟା ବିତାଇଲେ ମଧ୍ୟ ଆପଣ ଭୟାନକ ରୋଗର ଶିକାର ହୋଇପାରନ୍ତି ।
ସପ୍ତାହରେ ଯଦି ଆପଣ ୧ ଘଣ୍ଟା ଧରି ଧୂମପାନ କରୁଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଛନ୍ତି ତେବେ ଆପଣ ନିଜ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ହେଉଥିବା ଲକ୍ଷ୍ୟ କରିପାରିବେ ।

ତେବେ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି କି, ଧୂମପାନ କରୁ ନଥିବା ବ୍ୟକ୍ତି ଯଦି ଧୂମପାନ କରୁଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଛନ୍ତି ତେବେ ସେମାନଙ୍କର ବି ଶ୍ୱାସ ସମ୍ବନ୍ଧୀୟ ଅସୁବିଧା ହେବା ସହ ଶୁଖିଲା କାଶ ସମସ୍ୟା ଦେଖା ଦେଇପାରେ।

ତେବେ ଏଭଳି ଅସୁବିଧା ଯୋଗୁଁ କିଶୋରମାନଙ୍କୁ ଆପାତକାଳୀନ ବିଭାଗରେ ମଧ୍ୟ ଭର୍ତ୍ତି କରାଯାଇଛି । ତେବେ ଏଥିରେ କେବଳ ଶ୍ୱାସ ସମ୍ବନ୍ଧୀୟ ଲକ୍ଷଣ ଦେଖାଯାଏ ତାହା ନୁହଁ ସ୍ୱାସ୍ଥ୍ୟ ଉପରେ ଏହାର ଅନେକ ଖରାପ ପ୍ରଭାବ ମଧ୍ୟ ପଡିପାରେ।
ତେଣୁ ଯଥା ସମ୍ଭବ ନିଜେ ଓ ପିଲାମାନଙ୍କୁ ଧୂମପାନ କରୁଥିବା ବ୍ୟକ୍ତିଙ୍କ ଠାରୁ ଦୂରେଇ ରଖନ୍ତୁ। ଏଥିସହିତ ଲୋକମାନଙ୍କୁ ଧୂମପାନ ଶରୀର ପାଇଁ କେତେ କ୍ଷତିକାରକ ହୋଇଥାଏ ସେନେଇ ସଚେତନ ମଧ୍ୟ କରାନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe