ଆଜିକାଲି ଆମ ଭିତରୁ ଅନେକ ଲୋକ ସୋସିଆଲ୍ ମିଡିଆର କୁପ୍ରଭାବରେ ପ୍ରଭାବିତ। ଏହି କାରଣରୁ ଆମର ଜୀବନ ଶୈଳୀରେ ଅନେକ ପରିବର୍ତ୍ତନ ଘଟିଛି।ସୋସିଆଲ୍ ମିଡିଆରେ ସକ୍ରିୟ ରହୁଥିବା ହେତୁ ଅନେକଙ୍କୁ ଠିକ୍ ଭାବେ ନିଦ ମାଡ଼େନା, ଆଉ କେତେ ରାତି ସାରା ସେଥିରେ ପୋଷ୍ଟ୍ କରନ୍ତି ନା କମେଣ୍ଟ୍ ଦେଖିଥାନ୍ତି।
ଯଦି ଆପଣ ବି ସେଭଳି ସମସ୍ୟା ଦ୍ୱାରା ଜର୍ଜରିତ ,ତେବେ ତାକୁ ସୁଧାରିବା ଲାଗି କେତେକ ସରଳ ଉପାୟକୁ ଆପଣାଇ ପାରନ୍ତି। ପ୍ରଥମ କଥା ହେଲା ନିଜକୁ ଫୋନ୍ ଠାରୁ ଦୂରେଇ ରଖନ୍ତୁ। ଦ୍ୱିତୀୟ କଥା ହେଲା ଶୋଇବା ପୂର୍ବରୁ ଆଦୌ ଫୋନ୍କୁ ଦେଖନ୍ତୁ ନାହିଁ। ଏକ ଗବେଷଣାରୁ ଜଣାଯାଇଛି ଯେ,ଯଦି ଆପଣ ଶୋଇବା ପୂର୍ବରୁ ଅଧ ଘଣ୍ଟା ଯାଏଁ ସୋସିଆଲ୍ ମିଡିଆରେ ସକ୍ରିୟ ରହିବେ।ତେବେ ଏହାଦ୍ୱାରା ଆପଣଙ୍କ ନିଦ ପ୍ରଭାବିତ ହେବ। ଏଣୁ ଶୋଇବା ଆଗରୁ ଫୋନ୍ ଦେଖିବା ଠିକ ନୁହେଁ।
/sambad/media/post_attachments/wp-content/uploads/2018/12/mobile-in-hand_1457387144.jpeg)
ସବୁଠାରୁ ବଡ଼ କଥା ହେଲା କି ଆପଣ ଇନଷ୍ଟାଗ୍ରାମ୍ରେ କେତେ ସମୟ ବିତାଉଛନ୍ତି,ତାକୁ ଲକ୍ଷ୍ୟ କରନ୍ତୁ। ଅଯଥା ପ୍ରତ୍ୟେକ ସମୟରେ ଅନ୍ଲାଇନ୍ରେ ବସି ରହିବା ଅପେକ୍ଷା ଇନଷ୍ଟାଗ୍ରାମ୍ ବା ଅନ୍ୟ ସୋସିଆଲ୍ ମିଡିଆ ଆକାଉଣ୍ଟସ୍ରେ ସକ୍ରିୟ ରହିବା ଲାଗି ଏକ ନିର୍ଦ୍ଦିଷ୍ଟ ସମୟ ସାରଣୀ ପ୍ରସ୍ତୁତ କରନ୍ତୁ। ଏହା ଫଳରେ ଆପଣଙ୍କ ସମୟ ନଷ୍ଟ ହେବ ନାହିଁ କି ନିଦରେ ବି ବ୍ୟାଘାତ ସୃଷ୍ଟି ହେବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2018/12/social-media_1460195268.jpeg)