ସାଧାରଣତଃ ଖାଦ୍ୟ ଖାଇ ସାରିବା ପରେ ଅନେକ ଲୋକ ପାନମଧୁରୀ ଖାଇ ଥାଆନ୍ତି। ତେବେ ପାନମଧୁରୀ ଖାଇବା ଦ୍ୱାରା ହଜମ କ୍ରିୟା ଭଲ ହୋଇଥାଏ ବୋଲି ଆମେ ସମସ୍ତେ ଜାଣିଛେ। ତେବେ ପ୍ରତିଦିନ ପାନମଧୁରୀ ଖାଇବା ସହିତ ତାର ପାଣି ପିଇଲେ ଓଜନ ହ୍ରାସ ହୋଇଥାଏ ବୋଲି ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।
ପାନମଧୁରୀରେ ଭିଟାମିନ୍ ସି ରହିଥାଏ, ଯାହାକୁ ପ୍ରତିଦିନ ଖାଇବା ଦ୍ୱାରା ତ୍ୱଚା ଉଜ୍ୱଳ ଦେଖାଯିବା ସହ ତ୍ୱଚା ସହିତ ଜଡ଼ିତ ଥିବା ବିଭିନ୍ନ ସମସ୍ୟା ମଧ୍ୟ ଦୂର ହୋଇଥାଏ।
NDTV Foodଏଥିସହିତ ନାକରେ ଯଦି କୌଣସି ପ୍ରକାର ସଂକ୍ରମଣ ହୋଇଛି ତେବେ ପାନମଧୁରୀ ପାଣିକୁ ଷ୍ଟିମ୍ ଭାବରେ ମଧ୍ୟ ଆପଣ ନେଇ ଏହି ସମସ୍ୟାକୁ କିଛି ମାତ୍ରାରେ ଦୂର କରି ପାରିବେ। ଏହା ଶରୀରକୁ ସଠିକ୍ ପରିମାଣର ଅମ୍ଳଜାନ ବି ଯୋଗାଇ ଥାଏ।
କେବଳ ଏତିକି ନୁହେଁ, ପ୍ରତିଦିନ ପାନମଧୁରୀ ଖାଇବା ଦ୍ୱାରା ଏହା ଶରୀରରେ ଅତିରିକ୍ତ ଚର୍ବି ବୃଦ୍ଧିକୁ ହ୍ରାସ କରିଥାଏ। ଏହା ଓଜନ ବଢ଼ିବାକୁ ଦିଏ ନାହିଁ।
ପାନମଧୁରୀ ପାଣି ପିଇଲେ ମନୁଷ୍ୟ ଶରୀରରେ ହାଡ଼ ମଜବୁତ ହୋଇଥାଏ। ଏଥିସହିତ ଏହା ଶରୀରରେ ଥିବା କ୍ଷତି କାରକ ହରମୋନ୍ ତିଆରି ହେବାକୁ ବନ୍ଦ କରିଥାଏ।
ସକାଳୁ ଉଠି ପାନମଧୁରୀ ପାଣି ପିଇଲେ ଗ୍ୟାସ୍ ଓ ଏସିଡିଟି ଆଦି ସମସ୍ୟା ଶରୀରରେ ଦେଖା ଦେଇ ନଥାଏ।
Follow Us