ଶରୀର ଓ ସୌନ୍ଦର୍ଯ୍ୟ ଭଗବାନଙ୍କ ଦାନ, ଏହାକୁ ସମ୍ଭାଳି ରଖିବା ଉଚିତ : ସୌମ୍ୟା

Advertisment
ଶରୀର ଓ ସୌନ୍ଦର୍ଯ୍ୟ ଭଗବାନଙ୍କ ଦାନ, ଏହାକୁ ସମ୍ଭାଳି ରଖିବା ଉଚିତ : ସୌମ୍ୟା

ମାତ୍ର ୧୭ ବର୍ଷ ବୟସରେ ‘ଡିଭା ମିସ୍‌ ଇଣ୍ଡିଆ’ର ଟାଇଟଲ୍‌ ଜିତି ଜାତୀୟସ୍ତରରେ ନିଜକୁ ତଥା ଓଡ଼ିଶାକୁ ଚର୍ଚ୍ଚିତ କରିଛନ୍ତି। କେବଳ ସୌନ୍ଦର୍ଯ୍ୟ ନୁହେଁ ପାଠରେ ବି ନିଜ ପାରଦର୍ଶିତା ଦେଖାଇବା ପାଇଁ ଆଗକୁ ଜଣେ ଡାକ୍ତର ହେବାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଡାକ୍ତର ଓ ମଡେଲ ଦୁଇଟି ବିପରୀତ ଜୀବିକା ହୋଇଥିବା ବେଳେ ସମାନ୍ତରାଳ ଭାବେ ଦୁଇଟି ଯାକ ସ୍ବପ୍ନକୁ ସାକାର କରିବାର ଦୃଢ଼ ପ୍ରତିଜ୍ଞା ସହ ଆଗକୁ ବଢ଼ୁଛନ୍ତି। ଗତ ଜୁଲାଇ-୩ ତାରିଖରେ ଉତ୍ତରାଖଣ୍ଡର ହଲଦ୍ବାନୀଠାରେ ଆୟୋଜିତ ‘ଡିଭା ମିସ୍‌ ଇଣ୍ଡିଆ-୨୦୧୯’ର ବିଜେତା ସୌମ୍ୟା ପ୍ରଧାନ କିଟ୍‌ରେ ଦ୍ବାଦଶ ଶ୍ରେଣୀ‌େର ବିଜ୍ଞାନ ବିଭାଗରେ ଅଧ୍ୟୟନରତ। ସେ କୁହନ୍ତି, ଆମ ଶରୀର ଓ ସୌନ୍ଦର୍ଯ୍ୟ ଭଗବାନଙ୍କ ଦାନ। ଆମେ କେବଳ ଏହାକୁ ସମ୍ଭାଳି ରଖିବାର ଆବଶ୍ୟକତା ରହିଛି। ମୋର ସ୍କୁଲ ଥିବାରୁ ସକାଳୁ ସବୁବେଳେ ସାଢ଼େ ୫ରୁ ୬ଟା ଭିତରେ ଉଠେ। ପ୍ରାତଃଭୋଜନ ନିହାତି ଖାଏ। କର୍ଣ୍ଣଫ୍ଲେକ୍ସ, କ୍ଷୀର, ଓଟ୍‌ସ୍‌ ବା କିଛି ବିନା ତେଲଯୁକ୍ତ ଖାଦ୍ୟ ଖାଏ। ଏହା ପରେ କିଛି ଫଳ ବା ଜୁସ୍‌ ପିଏ। ଦିନକୁ ଥରେ ହିଁ ଭାତ ଖାଏ। ରାତିରେ ରୁଟି ଖାଏ। ଦିନକୁ ଦେଢ଼ରୁ ୨ ଘଣ୍ଟା ଜିମ୍‌ରେ ୱାକ୍‌ ଆଉଟ୍‌ କରେ। କୌଣସି ଜଙ୍କ୍‌ ଫୁଡ୍‌ ବା ଫାଷ୍ଟ୍‌ ଫୁଡ୍‌ ଖାଏ ନାହିଁ। ସବୁଠାରୁ ବଡ଼ କଥା କେଶ ବା ତ୍ବଚାରେ କୌଣସି ପ୍ରକାର ‌ରସାୟନ ବ୍ୟବହାର କରେ ନାହିଁ। ପ୍ରତିଦିନ ପୁସ୍-ଅପ୍‌ କରେ ଓ ପ୍ରାତଃଭୋଜନ ନିହାତି ଖାଇବାକୁ ଭୁଲେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe