ବରାହ-ଅବତାର ବୃତ୍ତାନ୍ତ

Advertisment
ବରାହ-ଅବତାର ବୃତ୍ତାନ୍ତ

ଭଗବାନ ବିଷ୍ଣୁଙ୍କର ତୃତୀୟ ଅବତାର ହେଉଛନ୍ତି ବରାହ। ଏ ଅବତାରଙ୍କର ବୃତ୍ତାନ୍ତ ଅତ୍ୟନ୍ତ ରୋଚକ। ବ୍ରହ୍ମାଙ୍କ ଅଭିଶାପରେ ସ୍ବର୍ଗପୁରରୁ ବିଚ୍ୟୁତ ହୋଇ ଜୟ ଓ ବିଜୟ ଦୁଇଭାଇ ହିରଣ୍ୟାକ୍ଷ ଓ ହିରଣ୍ୟକଶିପୁ ଦୈତ୍ୟ ରୂପେ ଜନ୍ମ ହୋଇଥିଲେ। ସେ ଦୁହିଁଙ୍କୁ ମୋକ୍ଷ କରିବା ପାଇଁ ଭଗବାନ ବିଷ୍ଣୁ ଦୁଇଟି ଅବତାର ଗ୍ରହଣ କରିଥିଲେ। ପ୍ରଥମଟି ବରାହ ଓ ଦ୍ବିତୀୟଟି ନୃସି˚ହ।

‘ଭାଗବତ’ର ତୃତୀୟସ୍କନ୍ଧ ଅନୁସାରେ, ତାହା ଥିଲା ସେହି ସମୟ, ଯେତେବେଳେ ପୃଥିବୀ ପ୍ରଳୟ ଜଳରେ ବୁଡ଼ି ଯାଇଥିଲା। ଦେବତା ଓ ଋଷିମାନଙ୍କର ପ୍ରାର୍ଥନା ଫଳରେ, ପୃଥିବୀକୁ ଉଦ୍ଧାର କରିବାକୁ ବ୍ରହ୍ମା ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିବାରେ ଲାଗିଲେ। ତାହା ଫଳରେ ବ୍ରହ୍ମାଙ୍କ ନାସିକାରୁ ଆଙ୍ଗୁଠି ଆକାରର ଏକ ବରାହ ଶିଶୁ ପ୍ରକଟ ହେଲେ। ସେ ବାହାରକୁ ଆସି ବିରାଟ ଆକାର ଧାରଣ କଲେ। ପ୍ରଳୟ ଜଳରେ ପ୍ରବେଶ କରି, ସେ ପୃଥିବୀକୁ ଦନ୍ତରେ ଧରି ଉଠିଆସିବା ବେଳେ, ହିରଣ୍ୟାକ୍ଷ ସହ ତାଙ୍କର ଯୁଦ୍ଧ ହେଲା। ପରିଶେଷରେ ହିରଣ୍ୟାକ୍ଷ ନିହତ ହେଲା। ପୃଥିବୀ ଉଦ୍ଧାର ପାଇଲା। ମାଘ ଶୁକ୍ଳ ଦ୍ବାଦଶୀ ତିଥିରେ ଭଗବାନ ବିଷ୍ଣୁଙ୍କର ସେହି ବରାହ ରୂପକୁ ପୂଜା କରାଯାଇଥାଏ। ତେଣୁ ତାହା ‘ବରାହ ଦ୍ବାଦଶୀ’ ନାମରେ ପ୍ରସିଦ୍ଧ।

କିନ୍ତୁ ଏହି ବରାହ ଅବତାର ପ୍ରସଙ୍ଗରେ ‘କାଳିକା ପୁରାଣ’ରେ ଆଉ ଏକ କାହାଣୀ ଅଛି। ସେହି କାହାଣୀ କହେ- ପୃଥିବୀକୁ ଉଦ୍ଧାର କରିବା ପରେ, ବରାହ ତାହା ଉପରେ ବିଚରଣ କରିବାରେ ଲାଗିଲେ। କିନ୍ତୁ ପୃଥ୍ବୀଦେବୀ ତାଙ୍କର ଭାର ସହିବାରେ ଅସମର୍ଥ ହେଲେ। ସେ ଯାଇ ଶିବଙ୍କୁ ତାଙ୍କର ଦୁଃଖ ଜଣାଇବାରେ ଶିବ ବରାହ ରୂପ ତ୍ୟାଗ କରିବାକୁ ବିଷ୍ଣୁଙ୍କୁ ଅନୁରୋଧ କଲେ। ତେଣୁ ବରାହ ଅନ୍ତର୍ଦ୍ଧାନ ହୋଇ ଲୋକାଲୋକ ପର୍ବତକୁ ଚାଲିଗଲେ। ସେଠାରେ ଧରଣୀଦେବୀଙ୍କ ସହ ତାଙ୍କର ମିଳନ ହେଲା ଏବ˚ ସେହି ମିଳନରୁ ସୁବୃତ୍ତ, କନକ ଓ ଘୋର ନାମରେ ତିନିଟି ପୁତ୍ର ସନ୍ତାନ ଜାତ ହେଲେ।

କିନ୍ତୁ ସେମାନେ ଏତେ ଦୁରାଚାରୀ ହେଲେ ଯେ ସେମାନଙ୍କର ଭାରରେ ମଧୢ ପୃଥିବୀ ପ୍ରକମ୍ପିତ ହେବାରେ ଲାଗିଲା। ତେଣୁ ବ୍ରହ୍ମା ତାହାର ପ୍ରତିକାର ପାଇଁ ବିଷ୍ଣୁଙ୍କୁ ଅନୁରୋଧ କଲେ।

ବିଷ୍ଣୁ କହିଲେ- ମୁଁ ପୃଥିବୀର କଲ୍ୟାଣପାଇଁ ବରାହରୂପ ଗ୍ରହଣ କରିଥିଲି। କିନ୍ତୁ ମୁଁ ଓ ମୋର ପୁତ୍ର-ପୌତ୍ରମାନେ ଏବେ ପୃଥିବୀର ଦୁଃଖର କାରଣ। ଯେହେତୁ ମୁଁ ମୋର ବରାହ ରୂପ ତ୍ୟାଗ କରିବାରେ ଅସମର୍ଥ, ତେଣୁ ମୁଁ ନିଜ ଇଚ୍ଛାରେ ନିହତ ହେବି ଏବ˚ ମୋର ପୁତ୍ରମାନେ ମଧୢ ନିପାତ ହେବେ। ଆପଣ ଆପଣଙ୍କର ବ୍ରହ୍ମତେଜ ବିସ୍ତାର କରନ୍ତୁ।

ତାହା ପରେ ବ୍ରହ୍ମା ନିଜର ବ୍ରହ୍ମତେଜ ବିସ୍ତାର କଲେ ଏବ˚ ସେଥିରୁ ଶରଭ ନାମରେ ଏକ ମୃଗାକୃତି ଭୟଙ୍କର ପ୍ରାଣୀ ଜାତ ହେଲା। ଭୟଙ୍କର ଦନ୍ତ ଓ ଶିଙ୍ଗଧାରୀ ସେହି ଶରଭ ବରାହଙ୍କ ସହ ଯୁଦ୍ଧ କଲା। ଯୁଦ୍ଧରେ ବରାହ ନିହତ ହେଲେ। ତାଙ୍କ ଦୁରାଚାରୀ ପୁତ୍ର ଓ ପୌତ୍ରମାନେ ମଧୢ ଶରଭ ଦ୍ବାରା ନିହତ ହେଲେ।

‘କାଳିକା ପୁରାଣ’ର ଏ କାହାଣୀ ଆମକୁ ଯେଉଁ ବାର୍ତ୍ତା ଦିଏ, ତାହା ହେଉଛି- ଜଣେ ଯେତେ ଲୋକକଲ୍ୟାଣକାରୀ ହେଲେ ମଧୢ, ପରେ ଯେତେବେଳେ ସେ ଲୋକଶତ୍ରୁ ହୋଇଯାଏ, ସେତେବେଳେ ସେ ନିଜେ ନିଜର ଓ ନିଜ ବ˚ଶର ନିପାତପାଇଁ ଉପାୟ କରିନେବା ଆବଶ୍ୟକ। ତା’ ନହେଲେ- ତାର ସେହି ଲୋକକଲ୍ୟାଣକାରୀ କାର୍ଯ୍ୟର ମହତ୍ତ୍ବ ଆଉ ରହେ ନାହିଁ। ପୂର୍ଣ୍ଣାବତାର ଶ୍ରୀକୃଷ୍ଣ ମଧୢ ଦ୍ବାପରଯୁଗ ଶେଷରେ ତାହାହିଁ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe