nari.punjabkesari.in
ଭାରତରେ ସାଧାରଣତଃ ଲୋକମାନେ ଠାକୁର ପୂଜା କରିବା ପାଇଁ ଅଗରବତୀର ବ୍ୟବହାର କରିଥାନ୍ତି । ସକାଳେ ଏବଂ ସଂନ୍ଧ୍ୟା ସମୟରେ ଲୋକେ ଅଗରବତୀ ଜଳାଇ ଠାକୁର ପୂଜା କରିଥାନ୍ତି । ଏହାର ଧୂଆଁ ପୂରା ଘରକୁ ମହକାଉଥିଲେ ମଧ୍ୟ ଶରୀରର ଅନେକ କ୍ଷତି ଘଟାଇଥାଏ । ଆସନ୍ତୁ ଜାଣିବା ସେ ବିଷୟରେ......
୧. ଅଗରବତୀର ଧୂଆଁରେ ମ୍ୟୁଟେଜୋନିକ, ଜୀନୋଟକ୍ସିକ୍, ସାଇଟୋଟକ୍ସିକ୍ ଭଳି ବିଷାକ୍ତ ତତ୍ତ୍ୱ ରହିଥାଏ, ଯାହାଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ବଢ଼ି ଯାଇଥାଏ ।
୨. ଅଗରବତୀରୁ ବାହାରୁଥିବା ଧୁଆଁ ଫୁସ୍ଫୁସ୍ରେ ଫସି ରହିଯାଏ, ଯାହାଦ୍ୱାରା ଶ୍ୱାସନଳୀ ଜଳାପୋଡ଼ା ହେବା ସହ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ ହୋଇଥାଏ ।
nari.punjabkesari.in୩. ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି କି, ଅଗରବତୀର ଧୂଆଁରେ ଏଭଳି ହାନିକାରକ ତତ୍ତ୍ୱ ରହିଥାଏ, ଯାହା ଡିଏନଏକୁ ବଦଳାଇ ଦେଇଥାଏ ।
୪. ବାରମ୍ବାର ଅଗରବତୀର ଧୂଆଁ ଆଘ୍ରାଣ କରିବା ଦ୍ୱାରା ହୃଦୟର କୋଷିକାଗୁଡ଼ିକ ସଙ୍କୁଚିତ ହୋଇ ଯାଇଥାଏ । ଲଗାତାର ଏଭଳି ହେବା ଦ୍ୱାରା ହୃଦ୍ଘାତ ହେବା ଭଳି ସମସ୍ୟା ଦେଖା ଯାଇଥାଏ ।
nari.punjabkesari.in
Follow Us